Advertisment

ବନ୍ଧୁକ ମୁନରେ ଏକତା କପୁରଙ୍କୁ ଉଠାଇନେଲେ!

ମୁମ୍ବାଇ: ଟେଲିଭିଜନ କୁଇନ୍‌ ଏକତା କପୁର ଅପହରଣ। ବନ୍ଧୁକ ମୁନରେ ଏକତା କପୁରଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ। ଏକତା କପୁରଙ୍କୁ ତାଙ୍କ ବାଲାଜୀ ଅଫିସ ସାମ୍ନାରୁ କିଛି ଦୁର୍ବୃତ୍ତ କିଡ୍‌ନାପ କରିନେଇଛନ୍ତି। ସର୍ବସମ୍ମୁଖରେ ବନ୍ଧୁକ ଦେଖାଇ ତାଙ୍କୁ କାର୍‌ରେ ଅପହରଣ କରିନେଇଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓ ଅନୁଯାୟୀ, ଏକତା କପୁର ନିଜ ଅଫିସ ବାହାରେ ଫଟୋଗ୍ରାଫରଙ୍କୁ ଫଟୋ ପାଇଁ ପୋଜ୍‌ ଦେଉଥିଲେ। ସେତେବେଳେ ହଠାତ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଏକତାଙ୍କ ଉପରକୁ […]

ବନ୍ଧୁକ ମୁନରେ ଏକତା କପୁରଙ୍କୁ ଉଠାଇନେଲେ!

Ekta kapoor

Advertisment

ମୁମ୍ବାଇ: ଟେଲିଭିଜନ କୁଇନ୍‌ ଏକତା କପୁର ଅପହରଣ। ବନ୍ଧୁକ ମୁନରେ ଏକତା କପୁରଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ। ଏକତା କପୁରଙ୍କୁ ତାଙ୍କ ବାଲାଜୀ ଅଫିସ ସାମ୍ନାରୁ କିଛି ଦୁର୍ବୃତ୍ତ କିଡ୍‌ନାପ କରିନେଇଛନ୍ତି। ସର୍ବସମ୍ମୁଖରେ ବନ୍ଧୁକ ଦେଖାଇ ତାଙ୍କୁ କାର୍‌ରେ ଅପହରଣ କରିନେଇଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ଭିଡିଓ ଅନୁଯାୟୀ, ଏକତା କପୁର ନିଜ ଅଫିସ ବାହାରେ ଫଟୋଗ୍ରାଫରଙ୍କୁ ଫଟୋ ପାଇଁ ପୋଜ୍‌ ଦେଉଥିଲେ। ସେତେବେଳେ ହଠାତ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଏକତାଙ୍କ ଉପରକୁ ବନ୍ଧୁକ ଉଠାଇଥିଲେ ଏବଂ ତାଙ୍କୁ ଅପହରଣ କରିନେଇଥିଲେ। କେବଳ ସେତିକି ନୁହେଁ ଦୁର୍ବୃତ୍ତମାନେ ଫଟୋଗ୍ରାଫରଙ୍କୁ ସେଠାରୁ ପଳାଇଯିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି। ତାଙ୍କ ଫ୍ୟାନ୍‌ମାନଙ୍କୁ ବଡ ଝଟ୍‌କା ଲାଗିଛି।

Ekta Kapoor kidnapped at gunpoint before Lock Upp premiere. Wait, what? -  Binge Watch News

ତେବେ ପ୍ରକୃତରେ ଏକତା ଅପହରଣ ହୋଇନାହାନ୍ତି। ତାଙ୍କ ଅପ୍‌କମିଂ ରିଆଲିଟି ଶୋ' 'ଲକ୍‌ଅପ୍‌'ର ପ୍ରମୋସନ ପାଇଁ ଏଭଳି କିଛି ଫଣ୍ଡା ଆପଣାଇଛନ୍ତି ଟେଲିଭିଜନ କୁଇନ୍‌ ଏକତା କପୁର। ଏହି ଭିଡିଓର କମେଣ୍ଟ ସେକ୍‌ସନ୍‌ରେ ଅନେକ ଲୋକେ ଏକତାଙ୍କ ଏଭଳି ଲୁଚାଛପା ପ୍ରମୋସନ୍‌ର ପର୍ଦ୍ଦାଫାଶ ମଧ୍ୟ କରିଛନ୍ତି। ଅନେକ ଲୋକ ଏକତାଙ୍କ ଏଭଳି ପ୍ରମୋଶନ ଆଇଡିଆକୁ ପ୍ରଶଂସା କରିଥିବା ବେଳେ କିଛି ଲୋକେ ତାଙ୍କ ଉପରକୁ ଅଙ୍ଗୁଠି ଉଠାଇଛନ୍ତି।

Advertisment

ସୂଚନା ମୁତାବକ, ଆସନ୍ତା ଫେବ୍ରୁଆରୀ ୨୭ରେ ଅଲ୍ଟ ବାଲାଜୀ ଏବଂ ଏମ୍ଏକ୍ସ ଫ୍ଲେଅରରେ ଆରମ୍ଭ ହେବାକୁ ଯାଉଛି ଏକତା କପୁରଙ୍କ ନୂଆ ରିଆଲିଟି ଶୋ' 'ଲକ୍‌ଅପ୍‌'। ଏହି ଶୋ'ଙ୍କୁ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ହୋଷ୍ଟ କରିବେ। ଏହି ଶୋ'ରେ ଟେଲିଭିଜନ ଅଭିନେତ୍ରୀ ନିଶା ରାୱଲ ଏବଂ ମୁନୱର ଫାରୁଖି ପ୍ରତିଯୋଗୀ ଭାବେ ଭାଗ ନେବେ। ତେବେ ଅନ୍ୟ ପ୍ରତିଯୋଗୀ ଭାବେ ଆଉ କିଏ କିଏ ସାମିଲ ହେବେ ସେ ନେଇ କିଛି ସୂଚନା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe