Advertisment

ବ୍ରା’ ସାଇଜ୍ କହି କ୍ଷମା ମାଗିଲେ ଶ୍ୱେତା ତିୱାରୀ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ଭଗବାନଙ୍କ ଉପରେ ଦେଇଥିବା ନିଜର ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ନିଜର ଆଗାମୀ ୱେବ୍ ସିରିଜର ଲଞ୍ଚ୍ ଇଭେଣ୍ଟରେ ଶ୍ୱେତା କହିଥିଲେ ଯେ ‘ମୋ ବ୍ରା’ର ସାଇଜ୍ ଭଗବାନ ନେଉଛନ୍ତି। ତାଙ୍କର ଏହି ମନ୍ତବ୍ୟ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ତେବେ ବିବାଦ ବଢ଼ୁଥିବାର ଦେଖି ଅଭିନେତ୍ରୀ ସ୍ପଷ୍ଟୀକରଣ ରଖି ଏକ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିଛନ୍ତି। ଯେଉଁଥିରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଶ୍ୱେତା କହିଛନ୍ତି […]

ବ୍ରା’ ସାଇଜ୍ କହି କ୍ଷମା ମାଗିଲେ ଶ୍ୱେତା ତିୱାରୀ

shweta

Advertisment

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ଭଗବାନଙ୍କ ଉପରେ ଦେଇଥିବା ନିଜର ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ନିଜର ଆଗାମୀ ୱେବ୍ ସିରିଜର ଲଞ୍ଚ୍ ଇଭେଣ୍ଟରେ ଶ୍ୱେତା କହିଥିଲେ ଯେ ‘ମୋ ବ୍ରା’ର ସାଇଜ୍ ଭଗବାନ ନେଉଛନ୍ତି। ତାଙ୍କର ଏହି ମନ୍ତବ୍ୟ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ତେବେ ବିବାଦ ବଢ଼ୁଥିବାର ଦେଖି ଅଭିନେତ୍ରୀ ସ୍ପଷ୍ଟୀକରଣ ରଖି ଏକ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିଛନ୍ତି। ଯେଉଁଥିରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

Advertisment

ଶ୍ୱେତା କହିଛନ୍ତି ଯେ କୌଣସି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା। ସେ କହିଛନ୍ତି ଯେ ତାଙ୍କର ମନ୍ତବ୍ୟକୁ ଭୁଲ ବୁଝା ଯାଇଛି। ସେ ନିଜେ ଭଗବାନଙ୍କୁ ବିଶ୍ୱାସ କରନ୍ତି। ତେଣୁ ଏମିତି କାମ ସେ କେବେବି କରିପାରିବେ ନାହିଁ ବୋଲି କହିଛନ୍ତି।

ଶ୍ୱେତା ଲେଖିଛନ୍ତି, ମୋ ଦ୍ୱାରା ଦିଆଯାଇଥିବା ଏକ ମନ୍ତବ୍ୟକୁ ଭୁଲ୍ ଆକାରରେ ପରିବେଷଣ କରାଯାଇଛି। ମୁଁ ଏଭଳି ଜଣେ ମଣିଷ ଯିଏ ସର୍ବଦା ଭଗବାନଙ୍କ ଉପରେ ଭରସା କରେ। ଜାଣତରେ ହେଉ କି ଅଜାଣତରେ, ମୁଁ କେବେବି ଏମିତି କିଛି କହିବିନି ଯେ ଯାହାଦ୍ୱାରା ଲୋକଙ୍କ ଭାବନାଙ୍କୁ ଆଘାତ ପହଞ୍ଚାଇବ। ଦୟାକରି ମୋ ଉପରେ ଭରସା ରଖନ୍ତୁ ଯେ କାହାକୁ ଦୁଃଖ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା। ଏଥିପାଇଁ ଅଜାଣତରେ ମୋ ମନ୍ତବ୍ୟରେ ଯାହାକୁ ବି ଆଘାତ ଦେଇଛି, ସେମାନଙ୍କୁ ମୁଁ ବିନମ୍ରତାର ସହ କ୍ଷମା ମାଗୁଛି।

Advertisment

ସୂଚନାଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ଶ୍ୱେତା କହିଥିଲେ ଯେ ‘ମୋ ବ୍ରା’ର ସାଇଜ୍ ଭଗବାନ ନେଉଛନ୍ତି। ଏହି ସମୟରେ ଶ୍ୱେତାଙ୍କ ସହ ୱେବସିରିଜର ପୂରା କାଷ୍ଟ ଷ୍ଟେଜରେ ଉପସ୍ଥିତ ଥିଲେ। ଯେତେବେଳେ ଷ୍ଟେଜରେ ମଜାକ୍ ଚାଲିଥିଲା, ସେହି ସମୟରେ ଶ୍ୱେତାଙ୍କ ମୁହଁରୁ ଏଭଳି ବିବାଦୀୟ କଥା ବାହାରିଥିଲା ଶ୍ୱେତାଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଶ୍ୱେତାଙ୍କ ଏଭଳି ମନ୍ତବ୍ୟରେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ଡା, ନରୋତ୍ତମ ମିଶ୍ର ଖପ୍ପା ହୋଇଥିଲେ। ସେ ଭୋପାଳ ପୁଲିସ୍ କମିଶନରଙ୍କୁ ଏହାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe