Advertisment

ସୀମା ଟପିଲେ ଶ୍ୱେତା, କହିଲେ 'ମୋ ବ୍ରା'ର ସାଇଜ୍…'

ନୂଆଦିଲ୍ଲୀ: ସବୁ ସୀମା ଟପିଲେ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ। ସେ ଭଗବାନଙ୍କୁ ନେଇ ବଡ଼ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନିଜର ଏକ ୱେବସିରିଜର ପ୍ରମୋସନ୍ ପାଇଁ ଶ୍ୱେତା ଭୋପାଳ ଯାଇଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ନିଜ ୱେବସିରିଜର ଘୋଷଣା ବେଳେ ଶ୍ୱେତା କିଛି ଏଭଳି କହିଥିଲେ, ଯାହାକୁ ଶୁଣିବା ପରେ ବିବାଦ ଆରମ୍ଭ ହୋଇଯାଇଛି। ପ୍ରମୋସନ୍ ବେଳେ ଷ୍ଟେଜରେ ଏକ ଆଲୋଚନା କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଶ୍ୱେତା କହିଥିଲେ ଯେ ‘ମୋ ବ୍ରା’ର ସାଇଜ୍ […]

ସୀମା ଟପିଲେ ଶ୍ୱେତା, କହିଲେ 'ମୋ ବ୍ରା'ର ସାଇଜ୍…'

sweta-tiwary

Advertisment

ନୂଆଦିଲ୍ଲୀ: ସବୁ ସୀମା ଟପିଲେ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ। ସେ ଭଗବାନଙ୍କୁ ନେଇ ବଡ଼ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନିଜର ଏକ ୱେବସିରିଜର ପ୍ରମୋସନ୍ ପାଇଁ ଶ୍ୱେତା ଭୋପାଳ ଯାଇଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ନିଜ ୱେବସିରିଜର ଘୋଷଣା ବେଳେ ଶ୍ୱେତା କିଛି ଏଭଳି କହିଥିଲେ, ଯାହାକୁ ଶୁଣିବା ପରେ ବିବାଦ ଆରମ୍ଭ ହୋଇଯାଇଛି।

Advertisment

ପ୍ରମୋସନ୍ ବେଳେ ଷ୍ଟେଜରେ ଏକ ଆଲୋଚନା କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଶ୍ୱେତା କହିଥିଲେ ଯେ 'ମୋ ବ୍ରା'ର ସାଇଜ୍ ଭଗବାନ ନେଉଛନ୍ତି। ଏହି ସମୟରେ ଶ୍ୱେତାଙ୍କ ସହ ୱେବସିରିଜର ପୂରା କାଷ୍ଟ ଷ୍ଟେଜରେ ଉପସ୍ଥିତ ଥିଲେ। ଯେତେବେଳେ ଷ୍ଟେଜରେ ମଜାକ୍ ଚାଲିଥିଲା, ସେହି ସମୟରେ ଶ୍ୱେତାଙ୍କ ମୁହଁରୁ ଏଭଳି ବିବାଦୀୟ କଥା ବାହାରିଥିଲା।

ଶ୍ୱେତାଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହା ଉପରେ ଲୋକେ ପ୍ରତିକ୍ରିୟା ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଭିଡିଓ ଦେଖି କିଛି ଲୋକେ କହିଛନ୍ତି ଯେ ଶ୍ୱେତା ନିଜେ ଜାଣିନାହାନ୍ତି ଯେ ସେ କ'ଣ କହୁଛନ୍ତି। ଆଉ ଜଣେ କହିଛନ୍ତି, ଲଜ୍ଜାର କିଛି ସୀମା ଥାଏ।

Advertisment

https://twitter.com/Deepsingh_page3/status/1486411319293411328?s=20

ମନିଷ ହରିଶଙ୍କର ଦ୍ୱାରା ନିର୍ଦ୍ଦେଶିତ ଏହି ୱେବସିରିଜର ସମସ୍ତ ଷ୍ଟାର୍ ମିଶି ଭୋପାଳରେ ପ୍ରମୋସନ କରୁଥିଲେ, ଯେଉଁଠାରେ ଶ୍ୱେତା ମଜାକିଆ ଢଙ୍ଗରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭୋପାଳରେ ଦେଇଥିବା ଏହି ବିବାଦୀୟ ମନ୍ତବ୍ୟ ପାଇଁ ଶ୍ୱେତାଙ୍କ ସମସ୍ୟା ବଢ଼ିପାରେ।

ଶ୍ୱେତାଙ୍କ ଏଭଳି ମନ୍ତବ୍ୟରେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ଡା, ନରୋତ୍ତମ ମିଶ୍ର ଖପ୍ପା ହୋଇଛନ୍ତି। ସେ କହିଛନ୍ତି, ଶ୍ୱେତାଙ୍କ ଏଭଳି ମନ୍ତବ୍ୟର ମୁଁ ନିନ୍ଦା କରୁଛି। ମୁଁ ଭୋପାଳ ପୁଲିସ୍ କମିଶନରଙ୍କୁ ଏହାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଶ୍ୱେତା ପ୍ରଥମଥର ଏଭଳି ବିବାଦରେ ଫସିନାହାନ୍ତି। ଏହା ପୂର୍ବରୁ ସେ ତାଙ୍କର ପର୍ସନାଲ୍ ଲାଇଫକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଶ୍ୱେତାଙ୍କର ପ୍ରଥମ ପତି ରାଜା ଚୌଧୁରୀ ଖୁବ୍ ହଙ୍ଗାମା କରିଥିଲେ, ଯାହାକୁ ନେଇ ସେ ବିବାଦରେ ରହିଥିଲେ। ଏହା ପରେ ତାଙ୍କର ଦ୍ୱିତୀୟ ପତି ଅଭିନବ କୋହଲୀ ଶ୍ୱେତାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଥିଲେ। ଅଭିନବ କହିଥିଲେ ଯେ ତାଙ୍କ ଠାରୁ ତାଙ୍କ ପୁଅକୁ ଅଲଗା କରିବା ପାଇଁ ଶ୍ୱେତା ଚାହୁଁଛନ୍ତି। ଏବେବି ଶ୍ୱେତା ଓ ଅଭିନବଙ୍କ ମଧ୍ୟରେ ବିବାଦ ଚାଲିଛି।

ସୂଚନାଯୋଗ୍ୟ, ଶ୍ୱେତା ନିକଟରେ ଘୋଷଣା କରିଥିଲେ ଯେ ସେ କୌଣସି ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଏହାକୁ ନେଇ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ଶେଆର୍ କରିଥିଲେ। ଏହା ପୂର୍ବରୁ ଶ୍ୱେତା 'ଖତ୍ରୋ କେ ଖିଲାଡି'ର ଏକାଦଶ ସିଜନରେ ମଧ୍ୟ ନଜର ଆସିଥିଲେ। ଏହି ଶୋ'ରେ ସେ ଜଣେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ତେବେ ଅର୍ଜୁନ ବିଜଲାନୀ ଏହି ଶୋ'ର ବିଜେତା ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe