Advertisment

ଶେଷଥର ପାଇଁ ଏକାଠି ନଜର ଆସିବେ 'ସିଡ୍‌ନାଜ'

ମୁମ୍ବାଇ: ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ ତଥା ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ ଗିଲ୍‌। ଶେଷଥର ପାଇଁ ଏଦୁହିଁ ଏକାଠି ଦେଖିବାକୁ ମିଳିବ। ପରଦାରେ ପୁଣି କ୍ୟୁଟ୍‌ ରୋମାନ୍ସ ଦେଖାଇବେ ଏହି ଯୋଡି। ବିଗ୍‌ ବସ୍‌-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ସେପ୍ଟେମ୍ବର ୨ ତାରିଖରେ ସାମ୍ନାକୁ ଆସିଥିଲା। ଏହି ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। କେହି ବି ଏହି ଖବରକୁ ସହଜକୁ ବିଶ୍ୱାସ କରିପାରିନଥିଲେ। ଏହାରି ଭିତରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଶେଷଥର ପାଇଁ ଏକାଠି ନଜର ଆସିବେ 'ସିଡ୍‌ନାଜ'

Sidnaz

ମୁମ୍ବାଇ: ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ ତଥା ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ ଗିଲ୍‌। ଶେଷଥର ପାଇଁ ଏଦୁହିଁ ଏକାଠି ଦେଖିବାକୁ ମିଳିବ। ପରଦାରେ ପୁଣି କ୍ୟୁଟ୍‌ ରୋମାନ୍ସ ଦେଖାଇବେ ଏହି ଯୋଡି।

Advertisment

ବିଗ୍‌ ବସ୍‌-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ସେପ୍ଟେମ୍ବର ୨ ତାରିଖରେ ସାମ୍ନାକୁ ଆସିଥିଲା। ଏହି ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। କେହି ବି ଏହି ଖବରକୁ ସହଜକୁ ବିଶ୍ୱାସ କରିପାରିନଥିଲେ। ଏହାରି ଭିତରେ ଏବେ ଏକ ଖୁସି ଖବର ସାମ୍ନାକୁ ଆସିଛି। ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲ୍‌ଙ୍କ ଶେଷ ଆଲବମ୍‌ ଭିଡିଓ 'ଅଧୁରା' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଗୀତରେ ଶେଷଥର ପାଇଁ ସିଡନାଜଙ୍କୁ ଦେଖିବାକୁ ମିଳିବ।

[caption id="attachment_684204" align="aligncenter" width="650"]Sidharth And shenaaz ପରଦାରେ ପୁଣି କ୍ୟୁଟ୍‌ ରୋମାନ୍ସ ଦେଖାଇବେ ଏହି ଯୋଡି[/caption]

Advertisment

ନିକଟରେ ଏହି ଗୀତର ପୋଷ୍ଟରକୁ ମେକର୍ସମାନେ ରିଲିଜ କରିଛନ୍ତି। ଏହି ପୋଷ୍ଟରକୁ ଦେଖିବା ପରେ ପ୍ରଶଂସକମାନେ ଭାବୁକ ହୋଇପଡିଛନ୍ତି। ସିଦ୍ଧାର୍ଥ ଦୁନିଆରୁ ବିଦାୟ ନେବା ପୂର୍ବରୁ ଏକ ମ୍ୟୁଜିକ ଭିଡିଓରେ କାମ କରୁଥିଲେ, ଯାହାର ନାଁ ଥିଲା 'ହାବିଟ୍‌'।

ସିଡଙ୍କ ମୃତ୍ୟୁ ପରେ ଏହି ଗୀତ ଅସମ୍ପୂର୍ଣ୍ଣ ରହିଗଲା। ଏଭଳି ପରିସ୍ଥିତିରେ ନିର୍ମାତାମାନେ ଏହାର ଟାଇଟଲ୍ ବଦଳାଇ ଗୀତ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି। ଏବେ ଗୀତର ନାଁ 'ହାବିଟ୍‌'ରୁ ବଦଳାଇ ଏହାକୁ 'ଅଧୁରା' ରଖାଯାଇଛି। ନିର୍ମାତାଙ୍କ ଦ୍ୱାରା ମୁକ୍ତିଲାଭ କରିଥିବା ପୋଷ୍ଟରରେ ଏକ ସୁନ୍ଦର ଟ୍ୟାଗ୍ ଲାଇନ ମଧ୍ୟ ରହିଛି। 'ଏକ ଅଧୁରା ଗୀତ, ଏକ ଅଧୁରା କାହାଣୀ,  ଏକ ସିଡ୍‌ନାଜଙ୍କ ଗୀତ' ଲେଖା ହୋଇଛି।

ସିଡ୍‌ନାଜଙ୍କ ଶେଷ ଗୀତକୁ ଲେଖିଛନ୍ତି ଆର୍କୋ ଏବଂ ଶ୍ରେୟା ଘୋଷାଲ ଏହାକୁ ନିଜ ସ୍ୱରର ଯାଦୁରେ ସଜାଇଛନ୍ତି। ତେବେ ଗୀତର ରିଲିଜ ଡେଟ୍‌କୁ ଏଯାଏଁ ନିର୍ମାତାମାନେ ଘୋଷଣା କରିନାହାନ୍ତି। ଏହି ପୋଷ୍ଟରକୁ ଦେଖିବା ପରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପ୍ରଶଂସକଙ୍କ ମଧ୍ୟ ଉତ୍ସାହ ବେଶ ବଢ଼ିଯାଇଛି।

ସୂଚନା ମୁତାବକ, ଶେହନାଜଙ୍କ ଫିଲ୍ମ 'ହୋସଲା ରଖ' ଆଜି ରିଲିଜ ହୋଇଛି। ଏହି ଫିଲ୍ମରେ ଶେହନାଜ ଗିଲଙ୍କ ସହ ଦିଲଜିତ ନୋସାଞ୍ଜ ଏବଂ ସୋନମ ବଜାଜ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।