Advertisment

ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ଜଣାଶୁଣା ଟିଭି ଓ ଫିଲ୍ମ ଷ୍ଟାର୍ ସିଦ୍ଧାର୍ଥ ଶୁକ୍ଳା ଶୁକ୍ରବାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଆଉ ଏଥିସହ ମନୋରଞ୍ଜନ ଜଗତର ଜଣେ ଉଦୀୟମାନ ତାରକା ଅସ୍ତ ହୋଇଛନ୍ତି। ଓସିୱାରା ଶ୍ମଶାନରେ ସିଦ୍ଧାର୍ଥଙ୍କର ଶେଷକୃତ ସମ୍ପନ୍ନ ହୋଇଛି। ଶୁକ୍ରବାର ସକାଳ ସାଢେ ୧୦ଟା ବେଳେ ସିଦ୍ଧାର୍ଥଙ୍କ ପାର୍ଥିବ ଶରୀର ଆଣିବା ପାଇଁ ତାଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରାୟ ଗୋଟାଏ ବେଳେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ପାଇଁ ପାର୍ଥିବ ଶରୀରକୁ […]

ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ ଶୁକ୍ଳା

sidharth-shukla2

Advertisment

ମୁମ୍ବାଇ: ଜଣାଶୁଣା ଟିଭି ଓ ଫିଲ୍ମ ଷ୍ଟାର୍ ସିଦ୍ଧାର୍ଥ ଶୁକ୍ଳା ଶୁକ୍ରବାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଆଉ ଏଥିସହ ମନୋରଞ୍ଜନ ଜଗତର ଜଣେ ଉଦୀୟମାନ ତାରକା ଅସ୍ତ ହୋଇଛନ୍ତି। ଓସିୱାରା ଶ୍ମଶାନରେ ସିଦ୍ଧାର୍ଥଙ୍କର ଶେଷକୃତ ସମ୍ପନ୍ନ ହୋଇଛି। ଶୁକ୍ରବାର ସକାଳ ସାଢେ ୧୦ଟା ବେଳେ ସିଦ୍ଧାର୍ଥଙ୍କ ପାର୍ଥିବ ଶରୀର ଆଣିବା ପାଇଁ ତାଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରାୟ ଗୋଟାଏ ବେଳେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ସେଲିବ୍ରେସନ୍ କ୍ଲବରେ ରଖାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ହସ୍ପିଟାଲରେ ବିଳମ୍ବ ହେବା କାରଣରୁ କାର୍ଯ୍ୟକ୍ରମକୁ ବାତିଲ କରିଦିଆଗଲା।

Advertisment

ସିଦ୍ଧାର୍ଥଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ହସ୍ପିଟାଲରୁ ସିଧା ଶ୍ମଶାନକୁ ନିଆଯାଇଥିଲା। ସିଦ୍ଧାର୍ଥଙ୍କ ମା', ତାଙ୍କ ଭଉଣୀ ଓ ଶେହନାଜ ଗିଲଙ୍କ ବ୍ୟତୀତ ଅଲୀ ଗାନି, ରଶ୍ମି ଦେଶାଇ ଓ ଶେଫାଳୀ ଜରିୱାଲା ମଧ୍ୟ ଉପସ୍ଥିତ ଥିଲେ। ଶେହନାଜ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ମଝିରେ ଚେତାଶୂନ୍ୟ ହୋଇପଡ଼ୁଥିଲେ। ଏହି ସମୟରେ ଶେହନାଜଙ୍କୁ ତାଙ୍କ ଭାଇ ଶାହବାଜ ସମ୍ଭାଳିବାକୁ ପ୍ରୟାସ କରିଥିଲେ।

सिद्धार्थ की बहन-मां

ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର ବ୍ରହ୍ମକୁମାରୀ ସମାଜର ରୀତିନୀତି ଓ ବିଧି ଅନୁସାରେ କରାଯାଇଥିଲା। ପରିବାର ସହ ସିଦ୍ଧାର୍ଥ ଶୁକ୍ଳା ମଧ୍ୟ ବ୍ରହ୍ମକୁମାରୀ ସମାଜ ସହ ଜଡ଼ିତ ଥିଲେ। ସିଦ୍ଧାର୍ଥଙ୍କ ଯିବାର ଦୁଃଖ ସମସ୍ତଙ୍କ ମୁହଁରେ ସ୍ପଷ୍ଟ ବାରି ହେଉଥିଲା। କିନ୍ତୁ ତାଙ୍କ ପରିବାର ସମ୍ପୂର୍ଣ୍ଣ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। ଯିଏ ଦିନେ ମା' ଆଖିର ତାରା ଥିଲା, ଏବେ ସେ ନିଜେ ତାରା ପାଲିଟି ଯାଇଛନ୍ତି।

Advertisment

शहनाज गिल

ସିଦ୍ଧାର୍ଥ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ନିଆର ଷ୍ଟାରଡମ୍ ହାସଲ କରିଥିଲେ। ଟିଭିରୁ ଆରମ୍ଭରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଯାଏ ଲୋକେ ସିଦ୍ଧାର୍ଥ ଶୁକ୍ଳା ଓ ତାଙ୍କ ବ୍ୟକ୍ତିତ୍ୱର ଫ୍ୟାନ୍ ଥିଲେ। ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ସିଦ୍ଧାର୍ଥ ଶୁକ୍ଳା ଟିଭି ଶୋ'ରେ ମଧ୍ୟ କାମ କରିଥିଲେ। 'ବାଳିକା ବଧୂ' ସିରିଏଲ୍ ତାଙ୍କ କ୍ୟାରିୟରର ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ଆଉ ବିଗ୍ ବସ୍-୧୩ ସିଜନ୍ ଜିତିବା ପରେ ତାଙ୍କର ଲୋକପ୍ରିୟତା ଆକାଶ ଛୁଇଁଥିଲା।

सिद्धार्थ अंतिम यात्रा

ସୂଚନାଯୋଗ୍ୟ, ଗୁରୁବାର ହୃଦଘାତରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମସ୍ତଙ୍କ ଆଖିରେ ଲୁହ ଝରି ଆସିଥିଲା। ପୂରା ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡ଼ିଥିଲା। କେହିବି ତାଙ୍କର ମୃତ୍ୟୁ ଖବରକୁ ସହଜରେ ବିଶ୍ୱାସ କରିପାରୁନଥିଲେ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏତେ ଫିଟ୍ ସତ୍ତ୍ୱେ ସିଦ୍ଧାର୍ଥଙ୍କୁ ହୃଦଘାତ କେମିତି ଆସିଲା।

ମିଳିଥିବା ସୂଚନା ମୁତାବକ, ସିଦ୍ଧାର୍ଥ ଯେତେବେଳେ ବୁଧବାର ରାତିରେ ଘରେ ପହଞ୍ଚିଲେ, ସେ କୌଣସି ଏକ ମେଡିସିନ୍ ଖାଇ ଶୋଇ ପଡ଼ିଥିଲେ। କିନ୍ତୁ ସକାଳେ ସେ ଆଉ ଉଠିନଥିଲେ। ପୁଲିସ୍ ଏ ଦିଗରେ ମଧ୍ୟ ତଦନ୍ତ କରୁଛି। ପୁଲିସ୍ ସୂତ୍ରରେ କୁହାଯାଇଛି, ସିଦ୍ଧାର୍ଥ ଗୁରୁବାର ଭୋର୍ ୩ଟାରୁ ୩.୩୦ ଭିତରେ ହଠାତ୍ ଉଠିଥିଲେ। ସେ ତାଙ୍କ ମା'ଙ୍କୁ ପାଣି ମାଗିଲେ ଏବଂ ପାଣି ପିଇ ଆରାମରେ ଶୋଇ ପଡ଼ିଲେ।

In his last Instagram photo, Sidharth Shukla thanked frontline workers;  post goes viral - The Economic Times

ସକାଳେ ସିଦ୍ଧାର୍ଥଙ୍କ ମା' ଦେଖିଲେ ଯେ ସେ ଆଉ ଶୋଇକି ଉଠୁନାହାନ୍ତି। ସିଦ୍ଧାର୍ଥଙ୍କୁ ଉଠାଇବାକୁ ପ୍ରୟାସ କରାଯାଇଥିଲା। ବାରମ୍ବାର ପ୍ରୟାସ ସତ୍ତ୍ୱେ ସିଦ୍ଧାର୍ଥ ଯେତେବେଳେ ଉଠିଲେନି, ତାଙ୍କ ମା' ବିଲ୍ଡିଂରେ ରହୁଥିବା ତାଙ୍କ ଝିଅକୁ ଡକାଇଥିଲେ। ଝିଅ ଫ୍ୟାମିଲି ଡାକ୍ତରଙ୍କୁ ଫୋନ୍ କରି ଡକାଇଥିଲେ ଏବଂ ସେ ସିଦ୍ଧାର୍ଥଙ୍କୁ ମୃତ ଘୋଷିତ କରିଥିଲେ। ଏହା ପରେ ସିଦ୍ଧାର୍ଥଙ୍କୁ ତୁରନ୍ତ କୁପର ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସମସ୍ତ ପ୍ରକାରର ଯାଞ୍ଚ ପରେ 'ଡେଥ୍ ବିଫୋର୍ ଆରାଇଭାଲ୍' ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe