Advertisment

ଜନ୍ମାଷ୍ଟମୀରୁ ‘ଶ୍ରୀମନ୍ଦିର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗରେ ପ୍ରସାରିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ପୌରାଣିକ ଧାରାବାହିକ ଶ୍ରୀମନ୍ଦିରର ପ୍ରଥମ ଅଧ୍ୟାୟ ମହାପ୍ରଭୁଙ୍କ ପାଇଁ ଅର୍ପଣ କରାଯାଇଛି। ଶ୍ରୀମନ୍ଦିରରେ ଏନେଇ ପୂଜାର୍ଚ୍ଚନା ହୋଇଛି। ଧାରାବାହିକର ଶୁଭାରମ୍ଭ ପୂର୍ବରୁ ପ୍ରଥମ ନିମନ୍ତ୍ରଣ ଭାବେ ଶ୍ରୀଜିଉଙ୍କ ପାଖରେ ଏହା ସମର୍ପଣ କରାଯାଇଛି। ଏହାସହ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ଭେଟିଥିଲେ ତରଙ୍ଗର ବରିଷ୍ଠ କର୍ମକର୍ତ୍ତା। ଜଗଦଗୁରୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏ ନେଇ ଓଟିଭି ନେଟୱର୍କର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଜନ୍ମାଷ୍ଟମୀରୁ ‘ଶ୍ରୀମନ୍ଦିର’

sri-mandir.jpg1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗରେ ପ୍ରସାରିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ପୌରାଣିକ ଧାରାବାହିକ ଶ୍ରୀମନ୍ଦିରର ପ୍ରଥମ ଅଧ୍ୟାୟ ମହାପ୍ରଭୁଙ୍କ ପାଇଁ ଅର୍ପଣ କରାଯାଇଛି। ଶ୍ରୀମନ୍ଦିରରେ ଏନେଇ ପୂଜାର୍ଚ୍ଚନା ହୋଇଛି। ଧାରାବାହିକର ଶୁଭାରମ୍ଭ ପୂର୍ବରୁ ପ୍ରଥମ ନିମନ୍ତ୍ରଣ ଭାବେ ଶ୍ରୀଜିଉଙ୍କ ପାଖରେ ଏହା ସମର୍ପଣ କରାଯାଇଛି। ଏହାସହ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ଭେଟିଥିଲେ ତରଙ୍ଗର ବରିଷ୍ଠ କର୍ମକର୍ତ୍ତା। ଜଗଦଗୁରୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

Advertisment

ଏ ନେଇ ଓଟିଭି ନେଟୱର୍କର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ କହିଛନ୍ତି, ଓଡ଼ିଆର କଥା ଓ କାହାଣୀକୁ ନେଇ ତରଙ୍ଗ ପ୍ରତିଶ୍ରୁତିବଦ୍ଧ। ଏହା ପୂର୍ବରୁ ଶ୍ରୀଜଗନ୍ନାଥ ଧାରାବାହିକ ‍ଖୁବ୍ ଲୋକପ୍ରିୟ ହୋଇଥିଲା।

ସେହିପରି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ଆଜି ଆମେ ଏଠାରେ ପହଞ୍ଚିଛୁ। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ର ମିଶ୍ର କହିଛନ୍ତି, ଶହଶହ ବର୍ଷର ଇତିହାସକୁ ଲୋକଙ୍କ ସାମ୍ନାରେ ରଖିବାକୁ ଯାଉଛି ତରଙ୍ଗ ଟିଭି। ତରଙ୍ଗ ଟିଭିର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ।

Advertisment

ଶ୍ରୀଜିଉଙ୍କ ମାହାତ୍ମ୍ୟ, ଓଡିଆଙ୍କ କଳା ଓ ସଂସ୍କୃତିରେ ଶ୍ରୀଜଗନ୍ନାଥଙ୍କ ଗୁରୁତ୍ୱ ସିରିଏଲରେ ଚିତ୍ରଣ କରାଯାଇଛି। ଶ୍ରୀମନ୍ଦିର ଧାରାବାହିକ ସମ୍ପର୍କରେ ବିସ୍ତୁତ ଭାବେ ଜଗଦଗୁରୁଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବରୁ ପ୍ରସାରିତ ଶ୍ରୀଜଗନ୍ନାଥ ଧାରାବାହିକ ସମ୍ପର୍କରେ ବି ବିସ୍ତୁତ ଆଲୋଚନା କରିଥିଲେ। ଆସନ୍ତା ୩୦ ତାରିଖରେ ପବିତ୍ର ଜନ୍ମାଷ୍ଟମୀ ଠାରୁ ତରଙ୍ଗରେ ଧାରାବାହିକ ଶ୍ରୀମନ୍ଦିର ପ୍ରସାରଣ ହେବ।

ଏହା ପୂର୍ବରୁ ଧାରାବାହିକର ଟାଇଟଲ୍ ସଙ୍ଗ୍ ବା ଶୀର୍ଷକ ଗୀତ ରିଲିଜ୍ ହୋଇଛି। ଏହି ଗୀତର ବିଶେଷତ୍ତ୍ୱ ହେଉଛି ଏହାକୁ ପ୍ରସ୍ତୁତ କରିବାରେ କୌଣସି ପ୍ରକାର ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇନି। ଶୀର୍ଷକ ଗୀତଟିକୁ କିଛି ନୂଆ କରିବା ଲକ୍ଷ୍ୟରେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନାରେ କେବଳ ଗାୟକ ଓ ଗାୟିକାଙ୍କ କଣ୍ଠସ୍ୱରରେ ଏହାକୁ ପ୍ରସ୍ତୁତ କରାଯାଇଛି। ତାଳି ଓ ସ୍ୱରକୁ ବ୍ୟବହାର କରାଯାଇ ଗୀତଟିକୁ ପ୍ରସ୍ତୁତ କରାଯାଇଛି।

ଏହି ଶୀର୍ଷକ ଗୀତଟିର ଆଉ ଏକ ବିଶେଷତ୍ତ୍ୱ ହେଉଛି ଏଥିରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ଆଗଧାଡ଼ିର ୧୫ ଜଣ କଣ୍ଠଶିଳ୍ପୀ। ଗୀତଟିକୁ ଲେଖିଛନ୍ତି ଗୀତିକାର ଦେବୀଦତ୍ତ ମହାନ୍ତି।