Advertisment

ସୁଗନ୍ଧାଙ୍କୁ ମିଳିଗଲା ଜୀବନସାଥୀ, ଫଟୋ ଭାଇରାଲ

ମୁମ୍ବାଇ: ଖୁବଶୀଘ୍ର ହାତକୁ ଦି ହାତ ହେବେ ଲୋକପ୍ରିୟ କମେଡିଆନ୍‌ ସୁଗନ୍ଧା ମିଶ୍ରା। ତାଙ୍କୁ ଏବେ ତାଙ୍କ ଜୀବନ ସାଥୀ ମିଳିଯାଇଛନ୍ତି। ସେ ପେଶାରେ ଡାକ୍ତର ଥିବା କମେଡିଆନ ସଙ୍କେତ ଭୋସଲେଙ୍କୁ ବିବାହ କରିବେ। ସମସ୍ତ ଗସିପ୍ ଉପରେ ପୂର୍ଣ୍ଣଛେଦ ପକାଇ ଉଭୟଙ୍କ ସମ୍ପର୍କକୁ ନେଇ ସୁଗନ୍ଧା ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ନିଜ ମନର ମଣିଷଙ୍କ ସହ ସୁଗନ୍ଧା ଏକ ଫଟୋକୁ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ଭାଇରାଲ […]

ଅଦ୍ୟତନ ହୋଇଛି
ସୁଗନ୍ଧାଙ୍କୁ ମିଳିଗଲା ଜୀବନସାଥୀ, ଫଟୋ ଭାଇରାଲ

Sugandha And Sanket

Advertisment

ମୁମ୍ବାଇ: ଖୁବଶୀଘ୍ର ହାତକୁ ଦି ହାତ ହେବେ ଲୋକପ୍ରିୟ କମେଡିଆନ୍‌ ସୁଗନ୍ଧା ମିଶ୍ରା। ତାଙ୍କୁ ଏବେ ତାଙ୍କ ଜୀବନ ସାଥୀ ମିଳିଯାଇଛନ୍ତି। ସେ ପେଶାରେ ଡାକ୍ତର ଥିବା କମେଡିଆନ ସଙ୍କେତ ଭୋସଲେଙ୍କୁ ବିବାହ କରିବେ। ସମସ୍ତ ଗସିପ୍ ଉପରେ ପୂର୍ଣ୍ଣଛେଦ ପକାଇ ଉଭୟଙ୍କ ସମ୍ପର୍କକୁ ନେଇ ସୁଗନ୍ଧା ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ନିଜ ମନର ମଣିଷଙ୍କ ସହ ସୁଗନ୍ଧା ଏକ ଫଟୋକୁ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି।

Advertisment

[caption id="attachment_636657" align="aligncenter" width="650"]Sugandha And Sanket-1 ଖୁବଶୀଘ୍ର ବିବାହ କରିବେ ସୁଗନ୍ଧା ଓ ସଙ୍କେତ[/caption]

ଭାଇରାଲ ହୋଇଥିବା ଏହି ଫଟୋରେ ସୁଗନ୍ଧା ଏବଂ ସଙ୍କେତ ଉଭୟ ରୋମାଣ୍ଟିକ ଅନ୍ଦାଜରେ ଫଟୋ ପାଇଁ ପୋଜ ଦେଉଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ସୁଗନ୍ଧା ଓ ସଙ୍କେତଙ୍କ ନିର୍ବନ୍ଧ ସରିଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାକୁ ନେଇ ଏବେ ସୁଗନ୍ଧା ସଫେଇ ଦେଇଛନ୍ତି। ନିର୍ବନ୍ଧ ନୁହେଁ ପ୍ରି-ୱେଡିଂ ଫଟୋସୁଟ୍‌ ଥିଲା ବୋଲି ସେ କହିଛନ୍ତି। ଏଥିସହ ସେ ନିଜ ବିବାହ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତା ୨୬ ତାରିଖରେ ପଞ୍ଜାବରେ ଦୁହିଁଙ୍କ ନିର୍ବନ୍ଧ ଓ ବିବାହ ଗୋଟିଏ ଦିନରେ ହେବ ବୋଲି କହିଛନ୍ତି କମେଡିଆନ୍‌ ସୁଗନ୍ଧା।

Advertisment

ଏହି ଫଟୋକୁ ସେଆର କରି ସୁଗନ୍ଧା କହିଛନ୍ତି, ସବୁଦିନ ପାଇଁ ସୋଲମେଟ୍‌, ବିବାହ କରିବାକୁ ଯାଉଛି। ହାସ୍‌ଟ୍ୟାଗ୍‌ ପାୱାର କପଲ। ସେହିପରି ସଙ୍କେତ ମଧ୍ୟ ଉଭୟଙ୍କ ଫଟୋ ସେଆର କରିଛନ୍ତି।  ଏହି ଫଟୋ ସାମ୍ନାକୁ ଆସିବା ପରେ ଏବେ ଚାରିଆଡୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନାଯୋଗ୍ୟ ଯେ ୨୦୧୭ରୁ ସୁଗନ୍ଧା ଓ ସଙ୍କେତ ଉଭୟଙ୍କୁ ଡେଟ୍‌ କରୁଛନ୍ତି। ଛୋଟ ପରଦାର ଅନେକ କମେଡି କାର୍ଯ୍ୟକ୍ରମରେ ସୁଗନ୍ଧା ଓ ସଙ୍କେତଙ୍କୁ ଦେଖିବାକୁ ମିଳେ। ସୁଗନ୍ଧା କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ'ରେ ନଜର ଆସୁଥିବା ବେଳେ ସଞ୍ଜୟ ଦତ୍ତଙ୍କ ନକଲ କରିବାକୁ ନେଇ ଚର୍ଚ୍ଚାରେ ଥା'ନ୍ତି ସଙ୍କେତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe