Advertisment

କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କୁ ହୃଦ୍‌ଘାତ, ସ୍ପଷ୍ଟ କଲେ ଡାକ୍ତର

ମୁମ୍ବଇ: ଗୁଥି ଓରଫ୍‌ କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କୁ ହୋଇଥିଲା ହୃଦ୍‌ଘାତ। ଏନେଇ ତାଙ୍କୁ ଚିକିତ୍ସା କୁରଥିବା ଡାକ୍ତର ସୂଚନା ଦେଇଛନ୍ତି। ମୁମ୍ବାଇରେ ହାର୍ଟ ସର୍ଜରୀ କରାଇବା ପରେ ଏବେ ତାଙ୍କ ସ୍ଥିତି ଭଲ ଅଛି। ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସୁନୀଲ ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ହାର୍ଟ ସର୍ଜରୀ ହୋଇଥିବା ନେଇ ଅଭିନେତ୍ରୀ ସିମି ଗରେୱାଲ ଟ୍ୱିଟ୍‌ କରି ସୂଚନା ଦେଇଥିଲେ। ତେବେ କାହିଁକି ତାଙ୍କ ହାର୍ଟ ସର୍ଜରୀ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କୁ ହୃଦ୍‌ଘାତ, ସ୍ପଷ୍ଟ କଲେ ଡାକ୍ତର

sunil-grover

ମୁମ୍ବଇ: ଗୁଥି ଓରଫ୍‌ କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କୁ ହୋଇଥିଲା ହୃଦ୍‌ଘାତ। ଏନେଇ ତାଙ୍କୁ ଚିକିତ୍ସା କୁରଥିବା ଡାକ୍ତର ସୂଚନା ଦେଇଛନ୍ତି। ମୁମ୍ବାଇରେ ହାର୍ଟ ସର୍ଜରୀ କରାଇବା ପରେ ଏବେ ତାଙ୍କ ସ୍ଥିତି ଭଲ ଅଛି। ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

Advertisment

ସୁନୀଲ ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ହାର୍ଟ ସର୍ଜରୀ ହୋଇଥିବା ନେଇ ଅଭିନେତ୍ରୀ ସିମି ଗରେୱାଲ ଟ୍ୱିଟ୍‌ କରି ସୂଚନା ଦେଇଥିଲେ। ତେବେ କାହିଁକି ତାଙ୍କ ହାର୍ଟ ସର୍ଜରୀ ହୋଇଥିଲା ଏନେଇ କିଛି ସୂଚନା ମିଳିନଥିଲା। ହେଲେ ଆଜି ସୁନୀଲଙ୍କ ହାର୍ଟ ଆଟାକ୍‌ ଲାଗି ସର୍ଜରୀ କରାଯାଇଥିବା ନେଇ ତାଙ୍କ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।

Role-playing with Sunil Grover

ନିକଟରେ ସୁନୀଲ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସେ ଚିକିତ୍ସା ଲାଗି ହସ୍ପିଟାଲ ଯାଇଥିଲେ। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ସର୍ଜରୀ କରାଇବା ପାଇଁ ପରାମର୍ଶ ଦେଇଥିଲେ। ସୁନୀଲଙ୍କ ହଠାତ୍‌ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ହାର୍ଟ ସର୍ଜରୀ କରାଇବ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଥିଲେ। କାହିଁକି ତାଙ୍କ ହାର୍ଟ ସର୍ଜରୀ କରାଇବାକୁ ପଡିଲା ବୋଲି ସୋଶାଲ ମିଡିଆରେ ପ୍ରଶ୍ନ ଉଠିଥିଲା।

Advertisment

Sunil Grover Discharged From Hospital After Heart Surgery Know What The Doctors Said Ann | हार्ट सर्जरी के बाद Sunil Grover हुए अस्पताल से डिस्चार्ज, जानिए डॉक्टरों ने क्या कुछ कहाଇ-ଟାଇମ୍ସର ରିପୋର୍ଟ ମୁତାବକ, ଡାକ୍ତରମାନେ ଦେଇଥିବା ସୂଚନା ଅନୁସାରେ ସୁନୀଲଙ୍କୁ ହୃଦ୍‌ଘାତ ହୋଇଥିଲା ଏବଂ ଯେତେବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେତେବେଳେ ସେ କରୋନା ପଜିଟିଭ ମଧ୍ୟ ଥିଲେ। ସୁନୀଲ ଜଣେ ଯୁବ ଟିଭି ଅଭିନେତା। ତାଙ୍କ ରକ୍ତ ପରୀକ୍ଷା ଓ ଇସିଜିରୁ ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିବା ଜଣାପଡିଥିଲା। କିଛି ଦିନର ଚିକିତ୍ସା ଓ ମେଡିସିନ୍‌ ପରେ ତାଙ୍କର ଏଞ୍ଜିଓଗ୍ରାଫି କରାଯାଇଥିଲା। ତେବେ ପୁଣି ତାଙ୍କ ଛାତିରେ ଦୁଇଟି ବ୍ଲକ୍‌ ଥିଲା। ଏଥିପାଇଁ ୧୪ ଦିନ ପୂର୍ବରୁ ହିଁ ତାଙ୍କର ବାଇପାସ୍‌ ସର୍ଜରୀ କରିବାକୁ ପଡିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି। ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

ଗତବର୍ଷ ସୁନୀଲ ଗ୍ରୋଭର ଲିଡ୍‌ ଅଭିନେତା ରୂପେ ନିଜ ଡିଜିଟାଲ ଡେବ୍ୟୁ ମଧ୍ୟ କରିଥିଲେ। ଜି-୫ର କ୍ରାଇମ୍‌-କମେଡି ସିରିଜ ‘ସନ୍‌ଫ୍ଲାଭର’ରେ ସୁନୀଲ ନଜର ଆସିଥିଲେ। ବିକାଶ ବେହଲ ଏହି ସିରିଜର ନିର୍ଦ୍ଦେଶନା ଦେଇଥିଲେ। ଏହାବ୍ୟତୀତ ସୁନୀଲ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ସହ ଫିଲ୍ମ ‘ଭାରତ’ରେ ମଧ୍ୟ ନଜର ଆସିଥିଲେ।

Sunil Grover