ପୁଣି ବାଜି ମାରିଲା ‘ତାରକ ମେହେତା କା ଉଲଟା ଚଷମା’

ମୁମ୍ବାଇ: ଅରମାକ୍ସ ମିଡିଆ ତରଫରୁ ଚଳିତ ସପ୍ତାହର ଟପ୍-୧୦ ଶୋ’ର ତାଲିକା ଜାରି ହୋଇଛି। ଏଥର ଏହି ତାଲିକାରେ ଜବରଦସ୍ତ ଟୁଇଟ୍ ଦେଖିବାକୁ ମିଳିଛି । ଗୋଟିଏ ପଟେ ‘ତାରକ ମେହେତା କା ଉଲଟା ଚଷମା’ର ଦବଦବା ରହିଥିବା ବେଳେ ବାରିଷ୍ଟର୍ ବାବୁ ଜବରଦସ୍ତ କମବ୍ୟାକ୍ କରିଛି । ଟପ୍-୧୦ ଶୋ’ ତାଲିକାରେ କିଛି ରିଏଲିଟି ଶୋ’ ମଧ୍ୟ ବାଜି ମାରିଛନ୍ତି । ସବ୍ ଟିଭିରେ ପ୍ରସାରିତ ସୁପରହିଟ୍ କମେଡି ଶୋ’ ‘ତାରକ ମେହେତା କା ଉଲଟା […]

tarak-mehta-ka-ooltah-chash

Ranjit Kumar Jena
  • Published: Thursday, 01 July 2021
  • , Updated: 02 July 2021, 01:38 PM IST

ମୁମ୍ବାଇ: ଅରମାକ୍ସ ମିଡିଆ ତରଫରୁ ଚଳିତ ସପ୍ତାହର ଟପ୍-୧୦ ଶୋ’ର ତାଲିକା ଜାରି ହୋଇଛି। ଏଥର ଏହି ତାଲିକାରେ ଜବରଦସ୍ତ ଟୁଇଟ୍ ଦେଖିବାକୁ ମିଳିଛି । ଗୋଟିଏ ପଟେ ‘ତାରକ ମେହେତା କା ଉଲଟା ଚଷମା’ର ଦବଦବା ରହିଥିବା ବେଳେ ବାରିଷ୍ଟର୍ ବାବୁ ଜବରଦସ୍ତ କମବ୍ୟାକ୍ କରିଛି । ଟପ୍-୧୦ ଶୋ’ ତାଲିକାରେ କିଛି ରିଏଲିଟି ଶୋ’ ମଧ୍ୟ ବାଜି ମାରିଛନ୍ତି ।

ସବ୍ ଟିଭିରେ ପ୍ରସାରିତ ସୁପରହିଟ୍ କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’ ୧୨ ବର୍ଷରୁ ଅଧିକ ସମୟ ଧରି ଲୋକଙ୍କୁ ହସାଇବାରେ ସଫଳ ରହିଛି । ଏହାର ବହୁତ ଫ୍ୟାନ୍ ଫଲୋଇଂ ମଧ୍ୟ ରହିଛନ୍ତି । ଟିଆରପି ମାମଲାରେ ଏହି କମେଡି ଶୋ’ ଏବେ ଏକ ନମ୍ବର ସ୍ଥାନରେ ରହିଛି । ଏଥର ମଧ୍ୟ ଏହି କମେଡି ଶୋ’ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛି ।

ସେହିପରି ଷ୍ଟାର୍ ପ୍ଲସରେ ପ୍ରସାରିତ ସୁପରହିଟ ଟିଭି ସିରିଏଲ୍ ‘ଅନୁପମା’ରେ ପ୍ରତିଦିନ ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି । ଏଥିପାଇଁ ଏହି ଶୋ’ ଏବେ ସମସ୍ତଙ୍କର ପସନ୍ଦ ହୋଇସାରିଛି । ରୂପାଲି ଗାଙ୍ଗୁଲି ଓ ସୁଧାଂଶୁ ପାଣ୍ଡେ ଷ୍ଟାରର୍ ‘ଅନୁପମା’ ଏହି ସପ୍ତାହର ଟିଆରପି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି।

ଡାନ୍ସିଂ ରିଏଲିଟି ଶୋ’ ସୁପର୍ ଡାନ୍ସର-୪ ତାଲିକାର ତୃତୀୟ ସ୍ଥାନରେ ରହିଛି। ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍ ରିଏଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌-୧୪ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଶିବାଙ୍ଗୀ ଯୋଶୀ ଓ ମୋହସିନ୍ ଖାନ୍ ଷ୍ଟାରର୍ ‘ୟେ ରିସ୍ତା କ୍ୟା କେହଲାତା ହେ’ ଚଳିତ ସପ୍ତାହରେ ପଞ୍ଚମ ସ୍ଥାନ ହାସଲ କରିଛି ।

ସେହିପରି ମାଧୁରୀ ଦିକ୍ଷୀତଙ୍କ ଡାନ୍ସ ରିଏଲିଟି ଶୋ’ ଡାନ୍ସ ଦିୱାନେ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି । ଏହି ରିଏଲିଟି ଶୋ’ର ରେଟିଂ ଲଗାତର ବଢ଼ୁଛି । ତେବେ ବାକି ସିରିଏଲ୍ ମଧ୍ୟରେ ଷ୍ଟାର୍ ପ୍ଲସରେ ପ୍ରସାରିତ ‘ଇମଲୀ’ର ଟିଆରପି ଲଗାତର ଘଟୁଛି ।

Related story