‘ତାରକ୍‌ ମେହତା କା ଉଲ୍ଟା ଚଷ୍ମା’କୁ ମିଳିବ କି ନୂଆ ତାରକ୍‌ ?

ମୁମ୍ୱାଇ: ଲୋକପ୍ରିୟ ଟିଭି ସୋ’ ‘ତାରକ୍‌ ମେହତା କା ଉଲ୍ଟା ଚଷ୍ମା’କୁ ମିଳିପାରେ ନୂଆ ତାରକ୍‌। କାରଣ ଖୁବ୍ ଶୀଘ୍ର ତାରକ୍‌ କ୍ୟାରେକ୍ଟରରେ ଅଭିନୟ କରୁଥିବା ଶୈଳେଶ ଲୋଧା (Shailesh Lodha)ଙ୍କୁ ପରିବର୍ତ୍ତନ କରାଯିବ ଓ ତାଙ୍କ ବଦଳରେ ନୂଆ ତାରକ୍‌ଙ୍କ ରୋଲ୍‌ରେ ଜୈନୀରାଜ୍ ରାଜପୁରୋହିତ୍‌ ଅଭିନୟ କରିବା ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଜୈନୀରାଜ୍ ରାଜପୁରୋହିତ୍‌ ନୂଆ ତାରକ୍ ରୋଲ୍‌ରେ ଅଭିନୟ କରିବା ଚର୍ଚ୍ଚା ମଧ୍ୟରେ ଏହି ଖବରକୁ ନେଇ ଖୁଲାସା କରିଛନ୍ତି […]

tarak mehta

  • Published: Tuesday, 23 August 2022
  • , Updated: 23 August 2022, 05:41 PM IST

ମୁମ୍ୱାଇ: ଲୋକପ୍ରିୟ ଟିଭି ସୋ’ ‘ତାରକ୍‌ ମେହତା କା ଉଲ୍ଟା ଚଷ୍ମା’କୁ ମିଳିପାରେ ନୂଆ ତାରକ୍‌। କାରଣ ଖୁବ୍ ଶୀଘ୍ର ତାରକ୍‌ କ୍ୟାରେକ୍ଟରରେ ଅଭିନୟ କରୁଥିବା ଶୈଳେଶ ଲୋଧା (Shailesh Lodha)ଙ୍କୁ ପରିବର୍ତ୍ତନ କରାଯିବ ଓ ତାଙ୍କ ବଦଳରେ ନୂଆ ତାରକ୍‌ଙ୍କ ରୋଲ୍‌ରେ ଜୈନୀରାଜ୍ ରାଜପୁରୋହିତ୍‌ ଅଭିନୟ କରିବା ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଜୈନୀରାଜ୍ ରାଜପୁରୋହିତ୍‌ ନୂଆ ତାରକ୍ ରୋଲ୍‌ରେ ଅଭିନୟ କରିବା ଚର୍ଚ୍ଚା ମଧ୍ୟରେ ଏହି ଖବରକୁ ନେଇ ଖୁଲାସା କରିଛନ୍ତି ସୋ’ର ପ୍ରଡ୍ୟୁସର ଅସୀତ୍ ମୋଦି।  ନିକଟରେ ନ୍ୟୁଜ୍ ଏଜେନ୍ସି ଆଜ୍‌ତକ୍‌ ସହ ଆଲୋଚନାରେ ପ୍ରଡ୍ୟୁସର ଅସୀତ୍ ମୋଦି ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଜୈନୀରାଜ୍ ରାଜପୁରୋହିତ୍‌ ନୂଆ ତାରକ୍‌ଙ୍କ ରୋଲ୍‌ରେ ଅଭିନୟ କରିବା ଖବର ଏକ ଗୁଜବ। ତାରକ୍‌ କ୍ୟାରେକ୍ଟର ପାଇଁ ନୂଆ ଆକ୍ଟର ଫାଇନାଲ୍ କରାଗଲେ ଆମେ ନିଶ୍ଚିତ ଜଣାଇଦେବୁ।

‘ତାରକ୍‌ ମେହତା କା ଉଲ୍ଟା ଚଷ୍ମା’ ସୋ’ରେ ତାରକ୍‌ ମେହତା ରୋଲ୍‌ ପାଇଁ ଫିଲ୍ମ ମେକର ଶୈଳେଶ ଲୋଧାଙ୍କୁ ଚୟନ କରିଥିଲେ। ହେଲେ ଶୈଳେଶ ଆଉ ଏହି ସୋ’କୁ ନ ଫେରିବାର ନିଷ୍ପତ୍ତି ନେଇଛନ୍ତି। ଶୈଳେଶ ଓ ଅସୀତ୍ ମୋଦିଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହା ପରେ ଶୈଳେଶ ସୋ’କୁ ଫେରିଲେ ଭଲ ନ ଫେରିଲେ ନୂଆ ଆକ୍ଟରଙ୍କୁ ଚୟନ କରାଯିବ ବୋଲି କହିଥିଲେ ଅସୀତ୍।

ଜୈନୀରାଜ୍ ରାଜପୁରୋହିତ୍‌ କିଏ?

ଜୈନୀରାଜ୍ ରାଜପୁରୋହିତ୍‌ ଜଣେ ସୁପରିଚିତ ଆକ୍ଟର। କମେଡି ହେଉ ଅବା ସିରିୟେସ୍ ରୋଲ୍ ସବୁଥିରେ ଅତି ନିପୁଣତାର ସହ ଅଭିନୟ କରନ୍ତି ଜୈନୀରାଜ୍। ପୂର୍ବରୁ ସୁପରହିଟ୍ ଟିଭି ସିରିୟଲ୍ ତଥା ‘ବାଲିକା ବଧୂ’, ‘ଲାଗି ତୁଝସେ ଲଗନ’, ‘ମିଲେ ଜବ୍ ହମ୍‌ତୁମ୍‌’ ଆଦିରେ ନଜର ଆସଛନ୍ତି। ଏହା ବ୍ୟତୀତ ସେ ବଲିଉଡ୍‌ର ହିଟ୍ ଫିଲ୍ମମାନଙ୍କରେ ମଧ୍ୟ କାମ କରିଛନ୍ତି। ସେ ଅକ୍ଷୟ କୁମାରଙ୍କ ‘ଓଃ ମାଇ ଗଡ୍‌’ରେ ମଧ୍ୟ ନଜର ଆସିଥିଲେ। ତାଙ୍କର ଦମ୍‌ଦାର ଅଭିନୟ ପାଇଁ ତାଙ୍କୁ ବିଭିନ୍ନ ଦିଗରୁ ଅନେକ ପ୍ରଶଂସା ମିଳିଛି।

୨୦୦୮ ମସିହାରୁ ‘ତାରକ୍‌ ମେହତା କା ଉଲ୍ଟା ଚଷ୍ମା’ ସୋ’ ଲୋକମାନଙ୍କୁ ହସାଇଆସିଛି। ସୋକୁ ୧୪ ବର୍ଷ ପୂରା ହୋଇଛି। ଗତ କିଛି ବର୍ଷ ହେବ ଏହି ସୋ’ରେ କିଛି ନୂଆ ତାରକା ସାମିଲ୍ ହୋଇଥିବାବେଳେ ଅନେକ ଅଭିନେତା ଏହି ସୋ’ରୁ ବିଦାୟ ନେଇଛନ୍ତି। ହେଲେ ଲୋକଙ୍କ ମଧ୍ୟରେ ସୋ’କୁ ନେଇ କ୍ରେଜ୍ କମିନାହିଁ। ସୋ’ରୁ କେବଳ ଶୈଳେଶ ଲୋଧା ନୁହେଁ ଦିଶା ବକାନି, ନେହା ମେହତା ପରି ବଡ଼ ବଡ଼ କ୍ୟାରେକ୍ଟରମାନେ ମଧ୍ୟ ସୋ’ ଛାଡ଼ିଛନ୍ତି। ଯାହା ଫ୍ୟାନ୍ସଙ୍କୁ ଝଟ୍‌କା ଦେଇଥିବା ସତ୍ତ୍ୱେ ସୋ’ ଚାଲିଥିଲା। ଆଉ ଏହିସବୁ ବିବାଦ ଭିତରେ ସୋ’ର ମଜାଦାର ଏପିସୋଡ୍ ଲେକଙ୍କୁ ହସାଇଆସୁଛି।

Related story