Advertisment

ବାପାଙ୍କୁ ହରାଇ ଦୁଃଖରେ ହୀନା

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ହୀନା ଖାନ୍‌ଙ୍କ ଉପରେ ଖସି ପଡିଛି ଦୁଃଖର ପାହାଡ। ମଙ୍ଗଳବାର ତାଙ୍କ ବାପାଙ୍କ ଦେହାନ୍ତ ହୋଇଛି। ହୃଦ୍‌ଘାତ ଯୋଗୁଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଖବର ଶୁଣିବା ପରେ ତୁରନ୍ତ କାଶ୍ମୀର ଶୁଟିଂ ପାଇଁ ଯାଇଥିବା ହୀନା ମୁମ୍ବାଇ ଫେରିଛନ୍ତି। ଅଭିନେତ୍ରୀ ହିନା ଖାନ ତାଙ୍କ ପିତାଙ୍କୁ ବହୁତ ଭଲ ପାଉଥିଲେ। ବିଭିନ୍ନ ସମୟରେ ସୋଶାଲ ମିଡିଆରେ ସେ ତାଙ୍କ ବାପାଙ୍କ ସହିତ ଫଟୋ ମଧ୍ୟ […]

ଅଦ୍ୟତନ ହୋଇଛି
ବାପାଙ୍କୁ ହରାଇ ଦୁଃଖରେ ହୀନା

Hina Khan

Advertisment

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ହୀନା ଖାନ୍‌ଙ୍କ ଉପରେ ଖସି ପଡିଛି ଦୁଃଖର ପାହାଡ। ମଙ୍ଗଳବାର ତାଙ୍କ ବାପାଙ୍କ ଦେହାନ୍ତ ହୋଇଛି। ହୃଦ୍‌ଘାତ ଯୋଗୁଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଖବର ଶୁଣିବା ପରେ ତୁରନ୍ତ କାଶ୍ମୀର ଶୁଟିଂ ପାଇଁ ଯାଇଥିବା ହୀନା ମୁମ୍ବାଇ ଫେରିଛନ୍ତି।

Advertisment

ଅଭିନେତ୍ରୀ ହିନା ଖାନ ତାଙ୍କ ପିତାଙ୍କୁ ବହୁତ ଭଲ ପାଉଥିଲେ। ବିଭିନ୍ନ ସମୟରେ ସୋଶାଲ ମିଡିଆରେ ସେ ତାଙ୍କ ବାପାଙ୍କ ସହିତ ଫଟୋ ମଧ୍ୟ ସେୟାର କରିଥାନ୍ତି । ତେବେ ତାଙ୍କ ବାପାଙ୍କ ମୃତ୍ୟୁ ପରେ  ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ହୀନାଙ୍କ ପ୍ରଶଂସକଙ୍କମାନେ ମଧ୍ୟ ସମବେଦନ ଜଣାଇବା ସହ ଏଭଳି ଦୁଃଖ ସମୟରେ ଦୃଢ଼ ହେବାକୁ ଅଭିନେତ୍ରୀଙ୍କୁ କହିଛନ୍ତି।

[caption id="attachment_637397" align="aligncenter" width="650"]Hina khan ବାପାଙ୍କ ସହ ଅଭିନେତ୍ରୀ ହୀନା[/caption]

Advertisment

ସେପଟେ ଟେଲିଭିଜନ କଳାକାରମାନେ ହୀନାଙ୍କ ବାପାଙ୍କ ମୃତ୍ୟୁ ଖବର ଶୁଣି ସ୍ତବ୍ଧ ହୋଇଯାଇଛନ୍ତି। ବିଗ୍‌ବସ୍‌-୧୪ ଫେମ୍‌ ଅଭିନେତା ଏଜାଜ ଖାନ୍‌ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସେହିପରି ଟେଲି ଅଭିନେତା, ଅର୍ଜୁନ ବିଜଲାନି, ନିକି ତାମ୍ବେଲା, କାଞ୍ଚି ସିଂହ, ହିତେନ ତେଜୱାନି, ଅର୍ଶି ଖାନ୍‌, କିଶ୍ୱର ମର୍ଚ୍ଚେଣ୍ଟଙ୍କ ଠାରୁ ଆରମ୍ଭ କରି ଅନେକ କଳାକର ମଧ୍ୟ ହୀନାଙ୍କ ବାପାଙ୍କ ମୃତ୍ୟୁକୁ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସୂଚନା ମୁତାବକ, ହୀନା ତାଙ୍କ ବାପାଙ୍କ ଲାଡ୍‌ଲି ଥିଲେ। ସେ ତାଙ୍କ ଜୀବନର ସମସ୍ତ ଛୋଟ ବଡ କଥା ନିଜ ବାପାଙ୍କୁ ପଚାରି କରୁଥିଲେ। ସେ ପିଲାଟି ବେଳୁ ଅଭିନୟକୁ ପେସା ଭାବେ ବାଛିବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜ ପାଠ ପଢ଼ା ସାରି ୨୦ ବର୍ଷ ବୟସରେ କାଶ୍ମୀରରୁ ମୁମ୍ବାଇ ଚାଲି ଆସିଥିଲେ। ସିଏଏ ସ୍କୁଲରୁ ଏମ୍‌ବିଏ ସାରିବା ପରେ ତାଙ୍କୁ ପ୍ରଥମେ ୨୦୦୯ରେ ଏକ ସିରିଏଲ୍‌ରେ ଅଭିନୟ ପାଇଁ ଅଫର ଆସିଥିଲା। ଏହାପରେ ହୀନା ନିଜ ଅଭିନୟ ଜାଦୁରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ବାପାଙ୍କ ମୃତ୍ୟୁ ଏବେ ହୀନାଙ୍କୁ ଦୋହଲାଇ ଦେଇଛି। ଏହା ତାଙ୍କ ଜୀବନରେ ଏକ ଗଭୀର କ୍ଷତ ସୃଷ୍ଟି କରିଛି।

Hina Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe