Advertisment

ନୂଆ ଶ୍ୱଶୁର ଓ ପୁରୁଣା ପତ୍ନୀଙ୍କୁ ନେଇ ଫେରିବେ କପିଲ

ମୁମ୍ବାଇ: ଫେରୁଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଏଥର ସାଙ୍ଗରେ ନୂଆ ଶ୍ୱଶୁର ଓ ପୁରୁଣା ପତ୍ନୀଙ୍କୁ ନେଇ କରୁଛନ୍ତି କମ୍‌ବ୍ୟାକ୍‌। ପୁଣିଥରେ ଫ୍ୟାମିଲି ମ୍ୟାନ୍‌ ରୂପେ ଟିଭି ପରଦାକୁ ଆସୁଛନ୍ତି କପିଲ। ଦୀର୍ଘ ଦିନ ଧରି ଅଫ୍‌ ଏୟାର ହୋଇଯାଇଥିବା ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଅନ୍‌ ଏୟାର ହେବାକୁ ଯାଉଛି। ରିଲିଜ ହୋଇଛି ଦ କପିଲ ଶର୍ମା ଶୋ’ର ନୂଆ ପ୍ରମୋ। ହସ୍ପିଟାଲ ବେଡ୍‌ ଉପରେ ପଡିଛନ୍ତି କପିଲ ଶର୍ମା। ଆଖି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ନୂଆ ଶ୍ୱଶୁର ଓ ପୁରୁଣା ପତ୍ନୀଙ୍କୁ ନେଇ ଫେରିବେ କପିଲ

Kapil Sharma

ମୁମ୍ବାଇ: ଫେରୁଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଏଥର ସାଙ୍ଗରେ ନୂଆ ଶ୍ୱଶୁର ଓ ପୁରୁଣା ପତ୍ନୀଙ୍କୁ ନେଇ କରୁଛନ୍ତି କମ୍‌ବ୍ୟାକ୍‌। ପୁଣିଥରେ ଫ୍ୟାମିଲି ମ୍ୟାନ୍‌ ରୂପେ ଟିଭି ପରଦାକୁ ଆସୁଛନ୍ତି କପିଲ। ଦୀର୍ଘ ଦିନ ଧରି ଅଫ୍‌ ଏୟାର ହୋଇଯାଇଥିବା 'ଦ କପିଲ ଶର୍ମା ଶୋ' ପୁଣି ଥରେ ଅନ୍‌ ଏୟାର ହେବାକୁ ଯାଉଛି।

Advertisment

The Kapil Sharma Show to return on this date. Watch hilarious announcement video - Hindustan Times

ରିଲିଜ ହୋଇଛି ଦ କପିଲ ଶର୍ମା ଶୋ'ର ନୂଆ ପ୍ରମୋ। ହସ୍ପିଟାଲ ବେଡ୍‌ ଉପରେ ପଡିଛନ୍ତି କପିଲ ଶର୍ମା। ଆଖି ଖୋଲିବା ପରେ ଜଣ ଜଣ କରି ଲୋକଙ୍କୁ ଚିହ୍ନୁଛନ୍ତି। ତାଙ୍କ ସାମ୍ନାରେ ତାଙ୍କ ଶ୍ୱଶୁର (ଅଭିନେତା ଇସ୍ତେୟାକ ଖାନ୍‌), ଏହାପରେ ଚନ୍ଦୁ, କିକୁ ଶରଦାର ନଜର ଆସୁଛନ୍ତି। ଏହାପରେ ନଜର ଆସିଛନ୍ତି ତାଙ୍କ ପତ୍ନୀ ଅର୍ଥାତ ସୁମୋନା ଚକ୍ରବର୍ତ୍ତୀ। କପିଲ ସୁମୋନାଙ୍କୁ ଦେଖି ଏ ଭଉଣୀ ଜଣକ କିଏ? ବୋଲି ପଚାରୁଛନ୍ତି। ଏହାପରେ ହସ୍ପିଟାଲ ବେଡ୍‌ରୁ ଉଠି ଆଉ ଜଣେ ସୁନ୍ଦରୀଙ୍କ ଆଡକୁ ଦୌଡୁଛନ୍ତି କପିଲ। ଏଭଳି କିଛି ଦୃଶ୍ୟ ରିଲିଜ ହୋଇଥିବା ପ୍ରମୋରେ ଦେଖିବାକୁ ମିଳିଛି।

ଏଥର କପିଲ ଶର୍ମା ଶୋ' ନୂଆ ସିଜନରେ ଅନେକ ନୂଆ ମୁହଁକୁ ଦେଖିବାକୁ ମିଳିବ। ଅଭିନେତ୍ରୀ ସୃଷ୍ଟି ରୋଡେ ଏହି ଶୋ'ରେ ଭାଗ ନେଇଛନ୍ତି। ତେବେ କପିଲଙ୍କ ଏହି ନୂଆ ସିଜନରୁ ଅଭିନେତା କୃଷ୍ଣା ଅଭିଷେକ ବାଦ୍‌ ପଡିଛନ୍ତି। କପିଲଙ୍କ ଶୋ’ରେ କୃଷ୍ଣା ସପନାଙ୍କ ଚରିତ୍ରରେ ନଜର ଆସୁଥିଲେ। କିନ୍ତୁ ସେ ଏବେ ଏହି ଶୋ' ଛାଡି ଦେଇଛନ୍ତି। ସେହିପରି ପ୍ରମୋରେ ଭାରତୀ ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିନାହିଁ। ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ଏହି ଶୋ' ଟିଭି ପରଦାକୁ ଆସିବ।

Advertisment