Advertisment

କମେଡି କିଙ୍ଗ କପିଲ ଶର୍ମା ରିଟର୍ଣ୍ଣସ୍‌

ମୁମ୍ବାଇ: କରୋନା ମହାମାରୀ ଭିତରେ ପୁଣି ହସିବେ ଲୋକେ । ପୁଣି ଲାଗିବ କମେଡିର ତଡକା । ଖୁବଶୀଘ୍ର ଟିଭି ପରଦାକୁ ଫେରିବେ କମେଡି କିଙ୍ଗ କପିଲ ଶର୍ମା । ନୂଆ ସିଜିନ ସହ କପିଲ ଶର୍ମା ଶୋ’ ରିଟର୍ଣ୍ଣସ୍ କରିବ । ଟେଲି ଚକ୍କରର ରିପୋର୍ଟ ମୁତାବକ, ‘ଦ କପିଲ ଶର୍ମା ଶୋ’ ପୁଣି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରସ୍ତୁତ ହୋଇସାରିଛି । ଚଳିତ ଥର ଶୋ’କୁ ନୂଆ ଫର୍ମାଟ ଏବଂ ନୂଆ […]

ସାମ୍ନାକୁ ଆସିଲା କମେଡି କିଙ୍ଗ କପିଲଙ୍କ ପୁଅର ପ୍ରଥମ ଫଟୋ

kapil sharma

Advertisment

ମୁମ୍ବାଇ: କରୋନା ମହାମାରୀ ଭିତରେ ପୁଣି ହସିବେ ଲୋକେ । ପୁଣି ଲାଗିବ କମେଡିର ତଡକା । ଖୁବଶୀଘ୍ର ଟିଭି ପରଦାକୁ ଫେରିବେ କମେଡି କିଙ୍ଗ କପିଲ ଶର୍ମା । ନୂଆ ସିଜିନ ସହ କପିଲ ଶର୍ମା ଶୋ’ ରିଟର୍ଣ୍ଣସ୍ କରିବ ।

Advertisment

ଟେଲି ଚକ୍କରର ରିପୋର୍ଟ ମୁତାବକ, ‘ଦ କପିଲ ଶର୍ମା ଶୋ’ ପୁଣି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରସ୍ତୁତ ହୋଇସାରିଛି । ଚଳିତ ଥର ଶୋ’କୁ ନୂଆ ଫର୍ମାଟ ଏବଂ ନୂଆ ଟିମ୍ ସହ ଲଞ୍ଚ କରାଯିବ । ଆସନ୍ତା ଜୁଲାଇ ୨୧ରୁ ଏହି ଶୋ’ ପୁଣିଥରେ ଟିଭି ପରଦାକୁ ଫେରିବ ।

ରିପୋର୍ଟ ମୁତାବକ, କପିଲ ଶର୍ମା ଗତ ମେ’ ୧୫ ତାରିଖରୁ ତାଙ୍କ ଟିମ୍ ସହ ସୁଟିଂ ଆରମ୍ଭ କରିସାରିଛନ୍ତି । ଚଳିତ ସିଜିନରେ ଅଧିକ କଳାକାର ଏବଂ ଲେଖକଙ୍କୁ ସୁଯୋଗ ଦିଆଯିବ । ତେବେ କପିଲଙ୍କ ଏହି ଶୋ’ରେ ପୂର୍ବ ପରି ଭାରତୀ ସିଂ, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର ଏବଂ କୃଷ୍ଣ ଅଭିଷେକ ରହିବେ।

Advertisment

ସୂଚନାନୁସାରେ ଦ୍ୱିତୀୟ ଥର ବାପା ହେବା ପରେ କିଛି ଦିନ ପାଇଁ କପିଲ ଶୋ’ରୁ ବ୍ରେକ ନେବା ପାଇଁ ନିଷ୍ପତି ନେଇଥିଲେ । ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରିବା ପାଇଁ ଚାହୁଁଥିଲେ । ଏହି କାରଣ ଯୋଗୁଁ ତାଙ୍କ ଶୋ’କୁ ଅଫ-ଏୟାର କରାଯାଇଥିଲା।

Kapil Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe