Advertisment

କମ୍‌ବ୍ୟାକ୍‌ କରିବେ କପିଲ୍‌, ପୁଣି ହସାଇବେ

ମୁମ୍ବାଇ: ଖୁବଶୀଘ୍ର କମ୍‌ବ୍ୟାକ୍‌ କରିବେ କମେଡି କିଙ୍ଗ କପିଲ ଶର୍ମା। ପୁଣି ଲାଗିବ କମେଡିକର ତଡକା। ହସି ହସି ବେଦମ୍‌ ହୋଇଯିବେ ଦର୍ଶକ। ଖୁବଶୀଘ୍ର ଛୋଟ ପରଦାକୁ ଫେରିବ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’। କପିଲ ଶର୍ମା ଶୋ ହେଉଛି ଟିଭିର ସବୁଠାରୁ ଲୋକପ୍ରିୟ ଏବଂ ପ୍ରିୟ ଶୋ। କିନ୍ତୁ କିଛି ଦିନ ପୂର୍ବରୁ ଏହି ଶୋ’ ଅଫ୍‌ ଏୟାର  ହୋଇଯାଇଥିଲା। କାରଣ କପିଲଙ୍କୁ ତାଙ୍କ ଟିମ୍‌ ସହ ଶୋ’ କରିବା ପାଇଁ ଆମେରିକା […]

ଅଦ୍ୟତନ ହୋଇଛି
କମ୍‌ବ୍ୟାକ୍‌ କରିବେ କପିଲ୍‌, ପୁଣି ହସାଇବେ

Kapil Sharma

Advertisment

ମୁମ୍ବାଇ: ଖୁବଶୀଘ୍ର କମ୍‌ବ୍ୟାକ୍‌ କରିବେ କମେଡି କିଙ୍ଗ କପିଲ ଶର୍ମା। ପୁଣି ଲାଗିବ କମେଡିକର ତଡକା। ହସି ହସି ବେଦମ୍‌ ହୋଇଯିବେ ଦର୍ଶକ। ଖୁବଶୀଘ୍ର ଛୋଟ ପରଦାକୁ ଫେରିବ ଲୋକପ୍ରିୟ କମେଡି ଶୋ' 'ଦ କପିଲ ଶର୍ମା'।

Advertisment

କପିଲ ଶର୍ମା ଶୋ ହେଉଛି ଟିଭିର ସବୁଠାରୁ ଲୋକପ୍ରିୟ ଏବଂ ପ୍ରିୟ ଶୋ। କିନ୍ତୁ କିଛି ଦିନ ପୂର୍ବରୁ ଏହି ଶୋ' ଅଫ୍‌ ଏୟାର  ହୋଇଯାଇଥିଲା। କାରଣ କପିଲଙ୍କୁ ତାଙ୍କ ଟିମ୍‌ ସହ ଶୋ' କରିବା ପାଇଁ ଆମେରିକା ଓ କାନାଡା ଗସ୍ତରେ ଯିବାର ଥିଲା। ଏଥିପାଇଁ 'ଦ କପିଲ ଶର୍ମା ଶୋ’କୁ ଅଫ୍‌ ଏୟାର କରିବାକୁ ପଡ଼ିଥିଲା। ଏବେ କପିଲ ଶର୍ମା ପୁଣି ଥରେ ତାଙ୍କ ପ୍ରଶଂସକଙ୍କୁ ମନରଞ୍ଜନର ଖୋରାକ ଯୋଗାଇବା ପାଇଁ ଟେଲିଭିଜନ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି।

ଟେଲି ଚକ୍କରର ରିପୋର୍ଟ ମୁତାବକ, ଆସନ୍ତା କିଛି ମାସ ମଧ୍ୟରେ ପୁଣି ଥରେ କପିଲ ଶର୍ମା ଶୋ' ଟିଭି ପରଦାକୁ ଫେରିବ। ତେବେ କେବେ ଏହି ଶୋ' ପୁରିଥରେ ଅନ୍‌ ଏୟାର ହେବ ସେ ନେଇ ତାରିଖ ନିର୍ଦ୍ଧାରିତ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ, ସେପ୍ଟେମ୍ବର ମାସରେ କପିଲ ଶର୍ମା ଆପଣଙ୍କ ଟିଭି ପରଦାରେ ନଜର ଆସିପାରନ୍ତି। ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ।

Advertisment

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କପିଲା ଶର୍ମା ଶୋ'ର ନୂଆ ସିଜନରେ ଫ୍ୟାନ୍‌ମାନଙ୍କୁ ନୂଆ ଚେହେରା ଦେଖିବାକୁ ମିଳିପାରେ। କିଛି ନୂଆ ଲୋକ କପିଲଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି। ତେବେ ଏହି ନୂଆ ସିଜନ୍‌ରେ ଫ୍ୟାନ୍‌ମାନଙ୍କ କ'ଣ ଦେଖିବାକୁ ମିଳୁଛି ଆଉ ଏହା କେତେ ଲୋକଙ୍କୁ ହସାଇପାରୁଛି ତାହା ଦେଖିବା ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe