କପିଲଙ୍କ ସ୍ଥାନ ନେବାକୁ ଚାହୁଁଛନ୍ତି ଜୁନିଅର୍‌ NTR!

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ସ୍ଥାନ ନେବାକୁ ଚାହୁଁଛନ୍ତି ସାଉଥ ସୁପରଷ୍ଟାର ଜୁନିଅର୍‌ ଏନ୍‌ଟିଆର୍‌। ସେ ସାଉଥ ପରେ ବଲିଉଡରେ କରିବାକୁ ଚାହୁଁଛନ୍ତି ଏଣ୍ଟ୍ରି। ତେବେ କପିଲଙ୍କ କମେଡି ଶୋକୁ ସେ ପ୍ରଥମେ ଅକ୍ତିଆର କରିବାକୁ ଚାହୁଁଛନ୍ତି। ଏହି କମେଡି ଶୋ’ରେ କପିଲ ବଦଳରେ ଏନ୍‌ଟିଆର୍‌ ହୋଷ୍ଟ କରିବାକୁ ଇଚ୍ଛା କରିଛନ୍ତି। ଏ କଥା ଆମେ କହୁନୁ ଖୋଦ୍‌ ସାଉଥ ସୁପରଷ୍ଟାର କହିଛନ୍ତି। ପ୍ରକୃତରେ ଅପ୍‌କମିଂ ଫିଲ୍ମ ‘ଆର୍‌ଆର୍‌ଆର୍’ ପ୍ରମୋସନ୍‌ କରିବା ପାଇଁ ‘ଦ କପିଲ […]

NTR and kapil

NTR and kapil

Madhupriya Mistry
  • Published: Sunday, 02 January 2022
  • Updated: 02 January 2022, 05:21 PM IST

Sports

Latest News

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ସ୍ଥାନ ନେବାକୁ ଚାହୁଁଛନ୍ତି ସାଉଥ ସୁପରଷ୍ଟାର ଜୁନିଅର୍‌ ଏନ୍‌ଟିଆର୍‌। ସେ ସାଉଥ ପରେ ବଲିଉଡରେ କରିବାକୁ ଚାହୁଁଛନ୍ତି ଏଣ୍ଟ୍ରି। ତେବେ କପିଲଙ୍କ କମେଡି ଶୋକୁ ସେ ପ୍ରଥମେ ଅକ୍ତିଆର କରିବାକୁ ଚାହୁଁଛନ୍ତି। ଏହି କମେଡି ଶୋ'ରେ କପିଲ ବଦଳରେ ଏନ୍‌ଟିଆର୍‌ ହୋଷ୍ଟ କରିବାକୁ ଇଚ୍ଛା କରିଛନ୍ତି। ଏ କଥା ଆମେ କହୁନୁ ଖୋଦ୍‌ ସାଉଥ ସୁପରଷ୍ଟାର କହିଛନ୍ତି।

ପ୍ରକୃତରେ ଅପ୍‌କମିଂ ଫିଲ୍ମ 'ଆର୍‌ଆର୍‌ଆର୍' ପ୍ରମୋସନ୍‌ କରିବା ପାଇଁ 'ଦ କପିଲ ଶର୍ମା' ଶୋ'ରେ ପହଞ୍ଚିଛନ୍ତି ଫିଲ୍ମର ପୂରା ଷ୍ଟାର କାଷ୍ଟ। ନିର୍ଦ୍ଦେଶକ ରାଜା ମୌଲୀଙ୍କ ସମେତ ଜୁନିଅର ଏନ୍‌ଟିଆର୍‌, ରାମଚରଣ ଓ ଆଲିଭଟ୍ଟ ମଧ୍ୟ ଏହି ଶୋ'ରେ ଯୋଗ ଦେଇଥିଲେ। ସେମାନଙ୍କ ସହ କଥା ହୋଇଥିଲେ କପିଲ। ନିଜ ଢ଼ଙ୍ଗରେ ସେ ସାଉଥ ସୁପରଷ୍ଟାରଙ୍କ ସହ କରିଥିଲେ କମେଡି। ହସାଇ ହସାଇ ତାଙ୍କୁ କରିଦେଇଥିଲେ ବେଦମ। ଯାହାର ପ୍ରମୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ପ୍ରମୋରେ ସାଉଥ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ଙ୍କୁ କପିଲ ତାଙ୍କ ଇଚ୍ଛା ପଚାରିଥିଲେ। ଏହାର ଉତ୍ତରରେ ଏନ୍‌ଟିଆର୍‌ ମଧ୍ୟ ବେଶ୍‌ ମଜାଳିଆ ଢ଼ଙ୍ଗରେ କପିଲଙ୍କ ସ୍ଥାନ ନେବାକୁ ଇଚ୍ଛା କରିଥିଲେ। ଏହି କମେଡି ଶୋ'କୁ ସେ ଦିନେ ହୋଷ୍ଟ କରିବେ ଆଉ କପିଲ ଅର୍ଚ୍ଚନାଙ୍କ ସ୍ଥାନରେ ବସି ତାଙ୍କୁ ଦେଖିବେ। ଏହାର ଉତ୍ତରରେ କପିଲ ମଜାଳିଆ ଢ଼ଙ୍ଗରେ କହିଥିଲେ, ଅର୍ଚ୍ଚନା ସେହି ସିଟ୍‌ରୁ ଉଠିବେନି ବରଂ ସେ ନିଜେ ଦାଢ଼ି ରଖି ଡୁପ୍ଲିକେଟ୍‌ ଏନ୍‌ଟିଆର୍‌ ବନିଯିବେ।

ପ୍ରମୋରେ କପିଲଙ୍କ ବ୍ୟତୀତ କ୍ରିଷ୍ଣା ଅଭିଷେକ, କିକୁ ସାରଦଙ୍କ ମଧ୍ୟ ଜୋରଦାର କମେଡି ଦେଖିବାକୁ ମିଳିଛି। ଏହି ପ୍ରମୋ ଭିଡିଓ ଟିକୁ ସୋନି ଟିଭିର ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେଆର କରାଯାଇଛି। ଏହାର କ୍ୟାପସନରେ ଲେଖାହୋଇଛି,'ଟିମ୍‌ ଆର୍‌ଆର୍‌ଆର୍‌ ସହ ଜମିବ ହସର ଆସର, ନୂଆବଷୟର ହେବ ଧମାକେଦାର ଆରମ୍ଭ'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos