Advertisment

ବନ୍ଦ ହୋଇଯିବ ଏହିସବୁ ସିରିଏଲ୍

ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ଏବେ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ଅଛି। ତେଣୁ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ଶୁଟିଂ ବନ୍ଦ ରହିଛି। ଧାରାବାହିକ ଗୁଡ଼ିକର ଶୁଟିଂ ବନ୍ଦ ଥିବାରୁ ଚ୍ୟାନେଲ୍ ଗୁଡ଼ିକ ପୁରୁଣା ହିଟ୍ ସିରିଏଲ୍ ଗୁଡ଼ିକୁ ପୁନଃପ୍ରସାରଣ କରୁଛନ୍ତି। ତେବେ ଏହା ମଧ୍ୟରେ ଖବର ଆସିଛି ଯେ ତିନିଟି ଲୋକପ୍ରିୟ ଶୋ’ ବନ୍ଦ ହୋଇଯିବ। ଲକ୍‌ଡାଉନ୍ ସରିବା ପରେ ବି ଏହି ଶୋ’ ଗୁଡ଼ିକ ଆଉ ପ୍ରସାରିତ ହେବ ନାହିଁ। https://www.instagram.com/p/B7lduvGhJle/?utm_source=ig_web_copy_link ସୂଚନା […]

ବନ୍ଦ ହୋଇଯିବ ଏହିସବୁ ସିରିଏଲ୍

tv

Advertisment

ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ଏବେ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ଅଛି। ତେଣୁ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ଶୁଟିଂ ବନ୍ଦ ରହିଛି। ଧାରାବାହିକ ଗୁଡ଼ିକର ଶୁଟିଂ ବନ୍ଦ ଥିବାରୁ ଚ୍ୟାନେଲ୍ ଗୁଡ଼ିକ ପୁରୁଣା ହିଟ୍ ସିରିଏଲ୍ ଗୁଡ଼ିକୁ ପୁନଃପ୍ରସାରଣ କରୁଛନ୍ତି। ତେବେ ଏହା ମଧ୍ୟରେ ଖବର ଆସିଛି ଯେ ତିନିଟି ଲୋକପ୍ରିୟ ଶୋ’ ବନ୍ଦ ହୋଇଯିବ। ଲକ୍‌ଡାଉନ୍ ସରିବା ପରେ ବି ଏହି ଶୋ’ ଗୁଡ଼ିକ ଆଉ ପ୍ରସାରିତ ହେବ ନାହିଁ।

Advertisment

https://www.instagram.com/p/B7lduvGhJle/?utm_source=ig_web_copy_link

ସୂଚନା ଅନୁଯାୟୀ, ଧାରାବାହିକ ‘ବେହଦ୍ ’, ‘ଇଶାରୋ ଇଶାରୋ ମେ’ ଏବଂ ‘ପଟିଆଲା ବେବ୍ସ୍’ ବନ୍ଦ ହୋଇଯିବ। ଲକ୍‌ଡାଉନ୍‌ ଖୋଲିବା ପରେ ମଧ୍ୟ ଏହି ତିନୋଟି ଶୋ’ ଟିଭିକୁ ଫେରିବେ ନାହିଁ। ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି ଯେ ଲକ୍‌ଡାଉନ୍‌ ଯୋଗୁ ଏହି ସିରିଏଲ ଗୁଡ଼ିକର ଶୁଟିଂ ମାର୍ଚ୍ଚରୁ ବନ୍ଦ ରହିଛି। ସେଥିପାଇଁ ବହୁତ କ୍ଷତି ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ଏହି ଶୋ’ଗୁଡ଼ିକର ଲଜିକାଲ୍ ଏଣ୍ଡିଙ୍ଗ୍ ଶୁଟ୍ କରାଯାଇପାରିବ ନାହିଁ। ତେଣୁ ଏଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

https://www.instagram.com/p/B-RD5s0heoS/?utm_source=ig_web_copy_link

ଏହି ତିନିଟି ଯାକ  ସିରିଏଲ୍ ଭଲ ପ୍ରଦର୍ଶନ କରିଥିଲା ଓ ଭଲ ଟିଆରପି ବି ଆସୁଥିଲା। ହେଲେ ଏବେ ପରିସ୍ଥିତି ଏମିତି ଯେ ସମସ୍ତଙ୍କ ହିତରେ ଏବଂ ପ୍ରଯୋଜକଙ୍କ ସହମତିରେ ଏହି ଶୋ’ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ‘ପଟିଆଲା ବେବ୍ସ୍’ର ନିର୍ମାତା ରଜିତା ଶର୍ମା କହିଛନ୍ତି, ‘ଲକ୍‌ଡାଉନ୍‌ ହେତୁ ଆମେ ବାକି ଏପିସୋଡର ଶୁଟିଂ କରିପାରିଲୁ ନାହିଁ । ଆମେ ପୁଣି କେବେ ଶୁଟିଂ କରିବାକୁ ସମର୍ଥ ହେବୁ ଜାଣିନାହୁଁ। ତେଣୁ ସହମତି ଭିତ୍ତିରେ ଶୋ’ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ‘ବେହଦ୍ ୨’ର ନିର୍ମାତା ମଧ୍ୟ ଚ୍ୟାନେଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

Advertisment

https://www.instagram.com/p/B4l5uJ-nSas/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe