Advertisment

ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଏବେ ଜେଲ୍‌ରୁ ବାହାରିବେନି ଶିିିଜାନ

ମୁୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଅଭିନେତ୍ରୀଙ୍କ ପରିବାର ଲୋକେ ତୁନିଶାଙ୍କ କୋ-ଷ୍ଟାର୍ ଶିଜାନ୍ ଖାନ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ତୁନିଶାଙ୍କୁ ଶିଜାନ ହଇରାଣ କରୁଥିଲେ, ଯେଉଁଥିପାଇଁ ତୁନିଶା ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ପୁଲିସ ତୁନିଶା ଆତ୍ମହତ୍ୟା ମାମଲା ତଦନ୍ତ ଜାରି ରଖିଛି। ତଦନ୍ତରୁ ତୁନିଶା ମୃତ୍ୟୁ ରହସ୍ୟରେ ଅନେକ ବଡ ଖୁଲାସା ହେଉଛି। ତୁନିଶାଙ୍କ ମା’ ଅନେକ ଦାବି […]

ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଏବେ ଜେଲ୍‌ରୁ ବାହାରିବେନି ଶିିିଜାନ

tunisha-sharma-death

Advertisment

ମୁୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଅଭିନେତ୍ରୀଙ୍କ ପରିବାର ଲୋକେ ତୁନିଶାଙ୍କ କୋ-ଷ୍ଟାର୍ ଶିଜାନ୍ ଖାନ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ତୁନିଶାଙ୍କୁ ଶିଜାନ ହଇରାଣ କରୁଥିଲେ, ଯେଉଁଥିପାଇଁ ତୁନିଶା ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ପୁଲିସ ତୁନିଶା ଆତ୍ମହତ୍ୟା ମାମଲା ତଦନ୍ତ ଜାରି ରଖିଛି।

Advertisment

ତଦନ୍ତରୁ ତୁନିଶା ମୃତ୍ୟୁ ରହସ୍ୟରେ ଅନେକ ବଡ ଖୁଲାସା ହେଉଛି। ତୁନିଶାଙ୍କ ମା’ ଅନେକ ଦାବି କରିଛନ୍ତି। ଏହି ମାମଲାରେ ପୁଲିସ ଶିଜାନ୍‌ଙ୍କୁ ଗିରଫ କରିସାରିଛି। ସେ ଏବେ ଜେଲ୍‌ରେ ଅଛନ୍ତି। ଜାମିନ ପାଇଁ ଶିଜାନ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଭସଇ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣିକୁ ଏବେ ସ୍ଥଗିତ ରଖିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖରେ ହେବ। ଶିଜାନ୍ ନିର୍ଦ୍ଦେଶ। ସେ ଓ ତାଙ୍କ ପରିବାର ପୁଲିସର ଅବହେଳାର ଶିକାର ହୋଇଥିବା ତାଙ୍କ ଓକିଲ ଦାବି କରିଛନ୍ତି। ସେପଟେ ପୁଲିସ କୋର୍ଟ ଜାବାବ ଦାଖଲ କରିବା ପାଇଁ ୧୩ ତାରିଖ ଯାଏଁ ସମୟ ମାଗିଛି।

ଗତ ଶୁଣାଣି ବେଳେ ଶିଜାନଙ୍କୁ କୋର୍ଟ ୧୪ ଦିନିଆ ରିମାଣ୍ଡରେ ପଠାଇ ଦେଇଥିଲେ। ଜାନୁଆରୀ ୨ ତାରିଖରେ ଶିଜାନଙ୍କ ପରିବାର ଲୋକେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେମାନେ ସିକ୍ରେଟ୍ ଗାର୍ଲଫ୍ରେଣ୍ଡ ଖବରକୁ ମିଥ୍ୟା ବୋଲି କହିଥିଲେ। ଶିଜାନଙ୍କ ଭଉଣୀ ପଲକ ନାଜ ମଧ୍ୟ ସୋଶାଲ ମିଡିଆରେ ତୁନିଶା-ଶିଜାନଙ୍କ ବ୍ରେକ୍‌ଅପ୍ ବିଷୟରେ ବିସ୍ତୃତ ଭାବେ କହିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଯେ, ଶୁଟିଂ ସେଟ୍‌ରେ ୨୦ ବର୍ଷୀୟ ଅଭିନେତ୍ରୀ ତୁନିଶା ଶର୍ମା ଡିସେମ୍ବର ୨୪ରେ ଆତ୍ମହତ୍ୟା କରିଥିଲେ। ଏହାପରେ ଅଭିନେତ୍ରୀଙ୍କ ମା’ ତୁନିଶାଙ୍କ କୋ-ଷ୍ଟାର୍ ଶିଜାନ ତୁନିଶାଙ୍କୁ ଆତ୍ମହତ୍ୟା କରିବାକୁ ଉସ୍‌କାଇଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe