Advertisment

ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣା, କୋ-ଷ୍ଟାର ସିଜାନ୍ ଗିରଫ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣାରେ ପୁଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ତୁନିଶାଙ୍କ କୋ-ଷ୍ଟାର ସିଜାନ୍ ମହମ୍ମଦଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ୨୦ ବର୍ଷୀୟ ତୁନିଶା ଗତକାଲି ଶୁଟିଂ ସେଟ୍‌ରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ସିଜାନ୍ ଉସ୍‌କାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ତୁନିଶାଙ୍କ ମା’ ଅଭିଯୋଗ ଆଣିଛନ୍ତି, ତାଙ୍କ ଝିଅଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଯାଇଛି। ଏହାପରେ ଘଟଣା ଭିନ୍ନମୋଡ ନେଇଛି। ଅଭିନେତ୍ରୀଙ୍କୁ […]

author-image
Madhupriya Mistry
ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ପଛରେ ଲଭ ଜିହାଦ ଅଭିଯୋଗ

tunisha-sharma

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣାରେ ପୁଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ତୁନିଶାଙ୍କ କୋ-ଷ୍ଟାର ସିଜାନ୍ ମହମ୍ମଦଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ୨୦ ବର୍ଷୀୟ ତୁନିଶା ଗତକାଲି ଶୁଟିଂ ସେଟ୍‌ରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ସିଜାନ୍ ଉସ୍‌କାଇଥିବା ଅଭିଯୋଗ ହୋଇଛି।

Advertisment

Tunisha suicide case update, co star sheezan mohammad khan arrested in  abetment to suicide under section

ସୂଚନା ମୁତାବକ, ତୁନିଶାଙ୍କ ମା’ ଅଭିଯୋଗ ଆଣିଛନ୍ତି, ତାଙ୍କ ଝିଅଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଯାଇଛି। ଏହାପରେ ଘଟଣା ଭିନ୍ନମୋଡ ନେଇଛି। ଅଭିନେତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ଉଭୟ ଦିଗରୁ ପୁଲିସ ଯାଞ୍ଚ କରୁଛି। ଏହି ଘଟଣା ପରେ ଅଭିନେତ୍ରୀଙ୍କ କୋ-ଷ୍ଟାର ସିଜାନ ମହମ୍ମଦ ଖାନଙ୍କୁ ପଚରାଉଚରା କରିଯିବା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହାସହ ଟିଭି ସୁଟିଂ ସେଟର କର୍ମଚାରୀ ଓ ଅନ୍ୟ ବନ୍ଧୁଙ୍କୁ ବି ପଚରାଉଚରା କରାଯିବ ବୋଲି ପୁଲିସ କହିଛି।

Tunisha Sharma: 'त्याला कंटाळून माझ्या मुलीने आत्महत्या केली'; तुनीषा  शर्माच्या आईच्या आरोपानंतर खळबळ - Marathi News | Tunisha Sharma: Tunisha  Sharma's mother has made serious ...

ଉଲ୍ଲେଖଯୋଗ୍ୟ, ମୁମ୍ବାଇ ସ୍ଥିତ ନଏଗାଇଁରେ ତୁନିଶାଙ୍କ ସିରିଏଲ୍ ‘ଅଲ୍ଲି ବାବା, ଦାସ୍ତାଏଁ କାବୁଲ’ର ଶୁଟିଂ ଚାଲିଥିଲା । ଏହି ସମୟରେ ସେ ଜଣେ ସହଯୋଗୀଙ୍କ ମେକଅପ୍ ରୁମରେ ମେକଅପ୍ କରିବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଫେରି ନଥିଲେ। କବାଟ ବାଡ଼େଇବା ପରେ ବି ଖୋଲି ନଥିଲେ। ଫଳରେ ସେଟରେ ଥିବା କଳାକାରମାନ କବାଟ ଭାଙ୍ଗି ଦେଇଥିଲେ। କବାଟ ଖୋଲିବା ପରେ ତୁନିଶା ବେହୋସ୍ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଆତ୍ମହତ୍ୟା କରିବା ପୂର୍ବରୁ ତୁନିଶା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ମେକଅପ ରୁମର ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ସେ ସ୍ୱାଭାବିକ ଥିଲେ। ତେଣୁ ହଠାତ ସେ କିଭଳି ଆତ୍ମହତ୍ୟା କଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।