Advertisment

କିଭଳି ହେଲା ତୁନିଶାଙ୍କ ମୃତ୍ୟୁ? ପୋଷ୍ଟମର୍ଟମ ରିପୋର୍ଟରେ ବଡ଼ ଖୁଲାସା

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଖବର ପୂରା ସିନେ ଜଗତକୁ ଶକ୍ତ ଝଟ୍‌କା ଦେଇଛି। ଶୁଟିଂ ସେଟ୍‌ରେ ଅଭିନେତ୍ରୀଙ୍କ ଆତ୍ମହତ୍ୟା କରିବା ମାମଲାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ଜୋର ଧରିଛି। ସେ ନିଜ କାମକୁ ନେଇ ଅବସାଦଗ୍ରସ୍ତ ଥିବା କୁହାଯାଉଛି। ସେପଟେ ତାଙ୍କ ଅତ୍ମହତ୍ୟା ନେଇ କୋ-ଷ୍ଟାର ସିଜାନ୍‌ଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି। ଏହାରି ଭିତରେ ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ମୁମ୍ବାଇ ସ୍ଥିତି ଜେଜେ ହସ୍ପିଟାଲରେ ଆଜି […]

ଅଦ୍ୟତନ ହୋଇଛି
କିଭଳି ହେଲା ତୁନିଶାଙ୍କ ମୃତ୍ୟୁ? ପୋଷ୍ଟମର୍ଟମ ରିପୋର୍ଟରେ ବଡ଼ ଖୁଲାସା

tunisha-sharma-1

Advertisment

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଖବର ପୂରା ସିନେ ଜଗତକୁ ଶକ୍ତ ଝଟ୍‌କା ଦେଇଛି। ଶୁଟିଂ ସେଟ୍‌ରେ ଅଭିନେତ୍ରୀଙ୍କ ଆତ୍ମହତ୍ୟା କରିବା ମାମଲାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ଜୋର ଧରିଛି। ସେ ନିଜ କାମକୁ ନେଇ ଅବସାଦଗ୍ରସ୍ତ ଥିବା କୁହାଯାଉଛି। ସେପଟେ ତାଙ୍କ ଅତ୍ମହତ୍ୟା ନେଇ କୋ-ଷ୍ଟାର ସିଜାନ୍‌ଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି। ଏହାରି ଭିତରେ ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି।

Advertisment

ମୁମ୍ବାଇ ସ୍ଥିତି ଜେଜେ ହସ୍ପିଟାଲରେ ଆଜି ସକାଳୁ ତୁନିଶାଙ୍କ ବ୍ୟବଚ୍ଛେଦ ହୋଇଛି। ରିପୋର୍ଟରେ ଶ୍ୱାସରୁଦ୍ଧ ଲାଗି ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିସହ ସେ ଗର୍ଭବତୀ ଥିବା ଖବରକୁ ପୁଲିସ ଖଣ୍ଡନ କରିଛି। କେବଳ ସେତିକି ନୁହେଁ ଅଭିନେତ୍ରୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମଧ୍ୟ ନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା ହୋଇଛି।

ତୁନିଶାଙ୍କୁ ଆତ୍ମହତ୍ୟା ଲାଗି ତାଙ୍କ ସହ କଳାକାର ସିଜାନ ଖାନ୍ ଉସ୍‌କାଇଥିବା ନେଇ ପୁଲିସରେ ଅଭିନେତ୍ରୀଙ୍କ ମା’ ଅଭିଯୋଗ କରିଥିଲେ। ଏହାପରେ ମୁମ୍ବାଇ ପୁଲିସ ସିଜାନ୍ ଖାନ୍‌ଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ।

Advertisment

ଜଣେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ଥାପିଥିଲେ ତୁନିଶା। ଏକାଧିକ ସିରିଏଲରେ କାମ କରି ଦର୍ଶକଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ। ସିରିଏଲ ସହ ହିନ୍ଦୀ ଫିଲ୍ମର କାମ କରିସାରିଛନ୍ତି ଏହି ଯୁବ ଅଭିନେତ୍ରୀ ଜଣକ। ୨୦୧୬ରେ ରିଲିଜ ହୋଇଥିବା କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ “ଫିତୁର’, ବିଦ୍ୟା ବଲାନଙ୍କ ‘କାହାନୀ-୨’ରେ ତାଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe