Advertisment

ଜେଲ ଗଲେ ଅଭିନେତା ପ୍ରାଚୀନ ଚୌହାନ

ମୁମ୍ବାଇ: କିଛି ଦିନ ହେବ ଟେଲିଭିଜନ ଷ୍ଟାରଙ୍କ ଦୁର୍ଭାଗ୍ୟ ଚାଲିଛି। ଗୋଟିଏ ପରେ ଗୋଟିଏ ଟିଭି ଅଭିନେତା ପୁଲିସ ଜାଲରେ ଛନ୍ଦି ହେଉଛନ୍ତି। ଗତ କିଛି ଦିନ ତଳେ ନାଗିନ୍‌-୩ ଫେମ୍ ଅଭିନେତା ପର୍ଲ ବି ପୁରୀ ଗିରଫ ହୋଇଥିଲେ। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତାଙ୍କ ନାଁ ସାମିଲ୍ ହୋଇଛି। ଲୋକପ୍ରିୟ ଟିଭି ସିରିଏଲ୍ ‘କସୌଟି ଜିନ୍ଦଗୀ କି’ ଫେମ୍ ଅଭିନେତା ପ୍ରାଚୀନ୍ ଚୌହାନ୍ ବନ୍ଧା ହୋଇଛନ୍ତି। ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁମ୍ବାଇ […]

author-image
Madhupriya Mistry
ଜେଲ ଗଲେ ଅଭିନେତା ପ୍ରାଚୀନ ଚୌହାନ

pracheen Chauhan

ମୁମ୍ବାଇ: କିଛି ଦିନ ହେବ ଟେଲିଭିଜନ ଷ୍ଟାରଙ୍କ ଦୁର୍ଭାଗ୍ୟ ଚାଲିଛି। ଗୋଟିଏ ପରେ ଗୋଟିଏ ଟିଭି ଅଭିନେତା ପୁଲିସ ଜାଲରେ ଛନ୍ଦି ହେଉଛନ୍ତି। ଗତ କିଛି ଦିନ ତଳେ ନାଗିନ୍‌-୩ ଫେମ୍ ଅଭିନେତା ପର୍ଲ ବି ପୁରୀ ଗିରଫ ହୋଇଥିଲେ। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତାଙ୍କ ନାଁ ସାମିଲ୍ ହୋଇଛି। ଲୋକପ୍ରିୟ ଟିଭି ସିରିଏଲ୍ ‘କସୌଟି ଜିନ୍ଦଗୀ କି’ ଫେମ୍ ଅଭିନେତା ପ୍ରାଚୀନ୍ ଚୌହାନ୍ ବନ୍ଧା ହୋଇଛନ୍ତି। ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ଜାତୀୟ ଖବର ସରବରାହ ସଂସ୍ଥା ଏନ୍‌ଆଇଏ ଦେଇଥିବା ସୂଚନା ମୁତାବକ, କିଛି ଦିନ ତଳେ ପୀଡିତା ଜଣକ ମୁମ୍ବାଇ ପୁଲିସ ନିକଟରେ ପ୍ରଚୀନ୍‌ଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଅଭିଯୋଗ ପାଇବା ପରେ ମୁମ୍ବାଇ ମଲାଡ ପୁଲିସ ପ୍ରାଚୀନଙ୍କୁ ଗିରଫ କରିଛି।

ଅଭିନେତାଙ୍କ ବିରୋଧରେ ଧାରା ୩୫୪, ୩୪୨, ୩୨୩, ୫୦୬(୨) ମୁତାବକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ଅଭିନେତା ପ୍ରଚୀନ୍ ଚୌହାନ୍ ଗିରଫ ହେବା ପରେ ଟିଭି ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି ହୋଇଯାଇଛି। ସେ ଜେଲ୍ ଯିବା ଘଟଣା ଟିଭି ଜଗତକୁ ଶକ୍ତ ଧକ୍କା ଦେଇଛି।

Advertisment

https://twitter.com/ANI/status/1411214441765498881?s=20