Advertisment

ଭାଙ୍ଗିଲା ସାତ ବର୍ଷର ସମ୍ପର୍କ, ଅଲଗା ହେଲେ ଏହି ଦୁଇ ସେଲେବ୍ରିଟି

ମୁମ୍ବାଇ: ଅଲଗା ହେଲେ ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର ଯୋଡି। ହ୍ୟାଣ୍ଡସମ ହଙ୍କ ଭିଭିଆନ ଡିସେନା ଓ ବାହବିଜ୍‌ଙ୍କ ହେଲା ଛାଡପତ୍ର। ଭାଙ୍ଗିଲା ସାତ ବର୍ଷର ସମ୍ପର୍କ। ଏନେଇ ଦୁହେଁ ସୋଶାଲ ମିଡିଆରେ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି। ସାତ ବର୍ଷ ପୂର୍ବେ ଏ ଦୁଇ ସେଲେବ୍ରିଟିଙ୍କ ବିବାହ ହୋଇଥିଲା। ତେବେ ବିବାହର ତିନି ବର୍ଷ ପରେ ହିଁ ଭିଭିଅନ୍‌ ଓ ବାହବିଜ୍‌ ଅଲଗା ହୋଇଯାଇଥିଲେ। ଦୁହେଁ ଆଉ ଏକାଠି ରହୁନଥିଲେ। ଏହାପରେ ଦୀର୍ଘ […]

ଅଦ୍ୟତନ ହୋଇଛି
ଭାଙ୍ଗିଲା ସାତ ବର୍ଷର ସମ୍ପର୍କ, ଅଲଗା ହେଲେ ଏହି ଦୁଇ ସେଲେବ୍ରିଟି

vivian dsena gets divorce

Advertisment

ମୁମ୍ବାଇ: ଅଲଗା ହେଲେ ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର ଯୋଡି। ହ୍ୟାଣ୍ଡସମ ହଙ୍କ ଭିଭିଆନ ଡିସେନା ଓ ବାହବିଜ୍‌ଙ୍କ ହେଲା ଛାଡପତ୍ର। ଭାଙ୍ଗିଲା ସାତ ବର୍ଷର ସମ୍ପର୍କ। ଏନେଇ ଦୁହେଁ ସୋଶାଲ ମିଡିଆରେ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି।

Advertisment

ସାତ ବର୍ଷ ପୂର୍ବେ ଏ ଦୁଇ ସେଲେବ୍ରିଟିଙ୍କ ବିବାହ ହୋଇଥିଲା। ତେବେ ବିବାହର ତିନି ବର୍ଷ ପରେ ହିଁ ଭିଭିଅନ୍‌ ଓ ବାହବିଜ୍‌ ଅଲଗା ହୋଇଯାଇଥିଲେ। ଦୁହେଁ ଆଉ ଏକାଠି ରହୁନଥିଲେ। ଏହାପରେ ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ତାଙ୍କୁ ଆଜି ଛାଡପତ୍ର ମିଳିଛି। ଉଭୟ ଅଫିସିଆଲି ଏବେ ଅଲଗା ହୋଇଯାଇଛନ୍ତି।

ଟେଲି ଚକ୍କରର ରିପୋର୍ଟ ମୁତାବକ, ଭିଭିଆନ୍ ଏବଂ ବାହବିଜ୍ ମିଳିତ ବିବୃତ୍ତି ଜାରି କରି ଛାଡପତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ବିବୃତ୍ତିରେ ସେ ଛାଡପତ୍ର ପାଇଁ କାହାକୁ ଦାୟୀ କରିନାହାଁନ୍ତି ଏବଂ କୌଣସି କାରଣ ଦର୍ଶାଇ ନାହାଁନ୍ତି। ସେ ଲେଖିଛନ୍ତି- 'ଆମେ ଘୋଷଣା କରୁଛୁ ଯେ ଆମେ ଆଇନଗତ ଭାବରେ ଅଲଗା ହୋଇଛୁ ଏବଂ ବର୍ତ୍ତମାନ ଆମର ଛାଡପତ୍ର ହୋଇସାରିଛି। ଆମେ ବର୍ଷ ବର୍ଷ ଧରି ବହୁତ କଠିନ ପରିଶ୍ରମ କରିଥିଲୁ ଏବଂ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ପରସ୍ପର ଠାରୁ ଅଲଭା ହୋଇଯିବା ଉଚିତ।'

Advertisment

ସେ ଆହୁରି କହିଛନ୍ତି, 'ଛାଡପତ୍ର ନେବା ନିଷ୍ପତ୍ତି ଆମ ଦୁହିଁଙ୍କର ଥିଲା। ଏହା ଏକ ପାରସ୍ପରିକ ନିଷ୍ପତ୍ତି ଏବଂ କାହାର ପକ୍ଷ ରଖିବା କିମ୍ବା କାହାକୁ ଦୋଷ ଦେବା କିମ୍ବା ଆମର ଅଲଗା ହେବାର କାରଣ ଖୋଜି ବାହାର କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ଏହାକୁ ବୁଝିବା ପାଇଁ ଆମେ ଆମର ପ୍ରଶଂସକମାନଙ୍କୁ ନିବେଦନ କରୁଛୁ। ଆମେ ଆମର ସମ୍ପର୍କକୁ ବ୍ୟକ୍ତିଗତ ରଖିଛୁ ଏବଂ ଆମର ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ଆମ ପାଇଁ କଷ୍ଟକର। ମୁଁ ଆଶା କରୁଛି ଯେ ପ୍ରଶଂସକଙ୍କ ପ୍ରେମ ଏବଂ ସମର୍ଥନ ସହ ଆମେ ଆମ କାର୍ଯ୍ୟ ଜାରି ରଖିବୁ।'

ଭିଭିଆନ୍‌ ଓ ବାହବିଜଙ୍କ 'ପ୍ୟାର୍‌ କି ଏକ କାହାନୀ' ସେଟ୍‌ରେ ଦେଖାସାକ୍ଷାତ ହୋଇଥିଲା। ଏଠାରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ୨୦୧୩ରେ ଉଭୟ ଧୁମ୍‌ଧାମ୍‌ରେ ବିବାହ କରିଥିଲେ। ତେବେ ବିବାହର ତିନି ବର୍ଷ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥିଲା। ଦୁହେଁ ପରସ୍ପର ଠାରୁ ଅଲଗା ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe