କଂଗ୍ରେସରେ ମିଶିଲେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ

ମୁମ୍ବାଇ: କଂଗ୍ରେସର ହାତ ଧରିଲେ ବିଗ୍‌ ବସ୍‌ ଫେମ୍‌ ତଥା ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି। ମୁମ୍ବଇର କଂଗ୍ରେସ ସଭାପତି ଭାଇ ଜଗତାପ, କାର୍ଯ୍ୟକାରୀ ସଭାପତି ଚରଣ ସିଂହ ସାପରା ଏବଂ ଯୁବନେତା ସୁରଜ ସିଂହ ଠାକୁର କାମ୍ୟାଙ୍କୁ ଦଳରେ ସ୍ୱାଗତ ଜଣାଇଛନ୍ତି। କାମ୍ୟଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ଏକ ସାକ୍ଷାତକାରରେ ରାଜନୀତିରେ ଏଣ୍ଟ୍ରି କରିବା […]

Kamya punjabi-1

Madhupriya Mistry
  • Published: Wednesday, 27 October 2021
  • , Updated: 27 October 2021, 06:08 PM IST

ମୁମ୍ବାଇ: କଂଗ୍ରେସର ହାତ ଧରିଲେ ବିଗ୍‌ ବସ୍‌ ଫେମ୍‌ ତଥା ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି। ମୁମ୍ବଇର କଂଗ୍ରେସ ସଭାପତି ଭାଇ ଜଗତାପ, କାର୍ଯ୍ୟକାରୀ ସଭାପତି ଚରଣ ସିଂହ ସାପରା ଏବଂ ଯୁବନେତା ସୁରଜ ସିଂହ ଠାକୁର କାମ୍ୟାଙ୍କୁ ଦଳରେ ସ୍ୱାଗତ ଜଣାଇଛନ୍ତି। କାମ୍ୟଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂର୍ବରୁ ଏକ ସାକ୍ଷାତକାରରେ ରାଜନୀତିରେ ଏଣ୍ଟ୍ରି କରିବା ନେଇ କାମ୍ୟା କହିଥିଲେ। ସେ କହିଥିଲେ, 'ମୁଁ ମୋ ଦେଶ ପାଇଁ କାମ କରିବାକୁ ଚାହୁଁଛି। ମୁଁ ଦେଶ ସେବା କରିବାକୁ ଚାହୁଁଛି। ମୁଁ ଅନ୍ୟ କାର୍ଯ୍ୟ ସହିତ ମହିଳା ସଶକ୍ତିକରଣ ଉପରେ କାମ କରିବାକୁ ଚାହୁଁଛି। ଘରୋଇ ହିଂସାର ଶିକାର ହୋଇଥିବା ମହିଳାମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହୁଁଛି। ମୁଁ ମଧ୍ୟ କିଛି ବର୍ଷ ପୂର୍ବେ ଏହାର ଶିକାର ହୋଇଥିଲି। ରାଜନୀତିରେ ଯୋଗଦେବା ପଛରେ ମୋର ଏକ ବଡ଼ ଉଦ୍ଦେଶ୍ୟ ଅଛି। ମୁଁ ଚୌକି କିମ୍ବା ସତ୍ତାର ଭୋକିଲା ନୁହେଁ।  ମୁଁ କେବଳ କାମ କରିବାକୁ ଚାହୁଁଛି' ବୋଲି ସେ କହିଥିଲେ।

ସୂଚନା ମୁତାବକ କାମ୍ୟଙ୍କ ଟିଭି ରିଆଲିଟି ଶୋ ବିଗ୍‌ ବସ୍‌ରେ ଭାଗ ନେଇସାରିଛନ୍ତି। ଏହି ଶୋରେ ଭାଗ ନେଇ ସେ ଢ଼େର ପପୁଲାରିଟି ହାସଲ କରିଛନ୍ତି। ଏହାପୂର୍ବରୁ ମଧ୍ୟ ସେ ଟିଭି ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ନିକଟରେ ତାଙ୍କ ଚର୍ଚ୍ଚିତ ଟିଭି ଶୋ' 'ଶକ୍ତି ଅସ୍ତିତ୍ୱ ଏକ ଏହସାସ' ୱାଇଣ୍ଡ ଅପ୍‌ ହେଇଛି। ଏହି ଶୋ'ରେ ମଧ୍ୟ କାମ୍ୟଙ୍କୁ ବେଶ୍‌ ପପୁଲାରିଟି ମିଳିଛି।

ରାଜନୀତିରେ ଏଣ୍ଟ୍ରି କରିଥିଲେ ମଧ୍ୟ କାମ୍ୟା, ଅଭିନୟ ଛାଡିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, 'ଅଭିନୟ ହେଉଛି ତାଙ୍କର ପ୍ରଥମ ପ୍ରେମ, ମୁଁ ଏହାକୁ କେବେ ଛାଡି ପାରିବି ନାହିଁ। ଦୁଇଟି ଯାକ ଫିଲ୍ଡ ପାଇଁ ମୁଁ ସମୟ ଦେବି। ପାୱାର କିମ୍ବା ଫେମ୍‌ ପାଇଁ ମୁଁ ରାଜନୀତିକୁ ଆସିନି ବୋଲି ସେ କହିଛନ୍ତି।'

Related story