/odisha-reporter/media/post_attachments/uploads/2022/10/vaishali-takkar.jpg)
vaishali-takkar
ମୁୁମ୍ବାଇ: ଟେଲିଭିଜନ ଜଗତରୁ ପୁଣି ଆସିଛି ଦୁଃଖଦ ଖବର। ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ। ଲୋକପ୍ରିୟ ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ବୈଶାଳୀ ଠକ୍କର ଇନ୍ଦୋର ସ୍ଥିତ ନିଜ ଘରେ ଫଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିନେତ୍ରୀ ଜଣକ ସୁସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି।
ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ। ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସେ ଛାଡି ଯାଇଥିବା ସୁ-ସାଇଡ୍ ନୋଟ୍କୁ ମଧ୍ୟ ପୁଲିସ ଜବତ କରିଛି। ତେବେ କେଉଁ କାରଣରୁ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
ବୈଶାଳୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ଅନେକ ପପୁଲାର ଶୋ’ରେ କାମ କରିଛନ୍ତି। ସେ ନିଜ ଅଭିନୟ କ୍ୟାରିଅରର ଆରମ୍ଭ ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ କରିଥିଲେ। ଏହି ଶୋ’ରେ ସେ ସଞ୍ଜନା ଚରିତ୍ରରେ ଅଭିନୟ କରିଥିଲେ।
ଏହାପରେ ତାଙ୍କୁ ‘ଆଶିକି’ ଶୋ’ରେ ଦେଖିବାକୁ ମିଳିଥିଲା। ସେ ‘ସସୁରାଲ ସିମର୍ କା’ ଶୋ’ରେ ମଧ୍ୟ ନଜର ଆସିଥିଲେ । ଏହି ଶୋ’ରୁ ହିଁ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
