Advertisment

ବୈଶାଳୀଙ୍କ ଡାଏରୀ ଖୋଲୁଛି ଆତ୍ମହତ୍ୟା ଗୁମର, ପଡୋଶୀ ଗିରଫ

ଭୋପାଲ: ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠକ୍କର ଗତକାଲି ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ଏବେ ସମସ୍ତଙ୍କୁ ଶକ୍ତ ଝଟ୍‌କା ଦେଇଛି । ୩୦ ବର୍ଷୀୟ ଅଭିନେତ୍ରୀଙ୍କ ଏଭଳି ମୃତ୍ୟୁକୁ ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି । ସେପଟେ ବୈଶାଳୀଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟ୍‌ ଓ ଡାଏରୀରୁ କାହିଁକି ସେ ଆତ୍ମହତ୍ୟା କଲେ ତା’ର ବଡ ଖୁଲାସା ହୋଇଛି । ବୈଶାଳୀ ନିଜ ସୁଇସାଇଡ୍ ନୋଟ୍‌ରେ […]

ବୈଶାଳୀଙ୍କ ଡାଏରୀ ଖୋଲୁଛି ଆତ୍ମହତ୍ୟା ଗୁମର, ପଡୋଶୀ ଗିରଫ

vaishali-takkar

Advertisment

ଭୋପାଲ: ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠକ୍କର ଗତକାଲି ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ଏବେ ସମସ୍ତଙ୍କୁ ଶକ୍ତ ଝଟ୍‌କା ଦେଇଛି । ୩୦ ବର୍ଷୀୟ ଅଭିନେତ୍ରୀଙ୍କ ଏଭଳି ମୃତ୍ୟୁକୁ ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି । ସେପଟେ ବୈଶାଳୀଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟ୍‌ ଓ ଡାଏରୀରୁ କାହିଁକି ସେ ଆତ୍ମହତ୍ୟା କଲେ ତା’ର ବଡ ଖୁଲାସା ହୋଇଛି ।

Advertisment

ବୈଶାଳୀ ନିଜ ସୁଇସାଇଡ୍ ନୋଟ୍‌ରେ ପୂର୍ବତନ ବୟଫ୍ରେଣ୍ଡ ବିଷୟରେ ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ବୈଶାଳୀଙ୍କ ଡାଏରୀ ମଧ୍ୟ ପୁଲିସ ହାତରେ ଲାଗିଛି। ଏଥିରେ ସେ ନିଜ ଆତ୍ମହତ୍ୟା ପଛର କାରଣ ଓ ନିଜ ଯନ୍ତ୍ରଣାକୁ  ବଖାଣିଥିବା ଇନ୍ଦୋର ପୁଲିସ ସୂଚନା ଦେଇଛି।

ପୁଲିସ କହିବା ମୁତାବକ, ଡାଏରୀରେ ବୈଶାଳୀ ନିଜ ଶେଷ ଶବ୍ଦ, ‘ଆଇ କ୍ୱିଟ୍‌’ ବୋଲି ଲେଖିଛନ୍ତି। କେବଳ ସେତିକି ନୁହେଁ ସେ ଏଥିରେ ନିଜ ବାପା ମା’ଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଏଥିସହ ତାଙ୍କ ପଡୋଶୀ ରାହୁଲ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

Advertisment

ରାହୁଲ ଓ ତାଙ୍କ ପତ୍ନୀ ଦିଶା ପ୍ରାୟ ଦଢ଼େ ବର୍ଷ ହେଲା ବୈଶାଳୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିନେତ୍ରୀ ନିଜ ଡାଏରୀରେ ଲେଖିଛନ୍ତି। ତେଣୁ ଉଭୟଙ୍କୁ କଠୋର ଦଣ୍ଡ ଦେବାକୁ ସେ ଅନୁରୋଧ କରିଛନ୍ତି।

ଏହି ମାମଲାରେ ପୁଲିସ କମିଶନର୍ ହରି ନାରାୟଣ ମିଶ୍ରା ସୂଚନା ଦେଇଛନ୍ତି ଯେ, ଅଭିନେତ୍ରୀଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟ୍‌ରେ ଆତ୍ମହତ୍ୟା ପଛର ମୁଖ୍ୟ କାରଣ କ’ଣ ତାହା ଉଲ୍ଲେଖ ରହିଛି। ଏହି ନୋଟ୍‌ରେ ପୂର୍ବତନ ବୟଫ୍ରେଣ୍ଡ ବ୍ୟତୀତ ପଡୋଶୀ ରାହୁଲଙ୍କ ନାଁ ମଧ୍ୟ ସାମିଲ ଅଛି। ଏହାକୁ ଆଧାର କରି ବିଳମ୍ବିତ ରାତିରେ ତେଜାଜି ନଗର ପୁଲିସ ପଡୋଶୀ ରାହୁଲ ଓ ତାଙ୍କ ପତ୍ନୀ ଦିଶାଙ୍କୁ ଗିରଫ କରିଛି। ଏ ଦୁଇ ଜଣ ହିଁ ବୈଶାଳୀଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସ୍‌କାଇ ଥିବା ଅଭିଯୋଗ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe