ପରଲୋକରେ ଅଭିନେତ୍ରୀ ଲୀନା ଆଚାର୍ଯ୍ୟ

ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଶନିବାର ପରଲୋକ ହୋଇଯାଇଛି। କିଡ୍‌ନୀ ଫେଲ୍‌ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ଦେଢ଼ ବର୍ଷ ଧରି ଲୀନା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ମା’ଙ୍କର ଏକ କିଡ୍‌ନୀକୁ ନେଇ ତାଙ୍କ ଠାରେ  ପ୍ରତିରୋପଣ କରାଯାଇଥିଲା। ହେଲେ ଏହା ପରେ ମଧ୍ୟ ଲୀନାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଗତକାଲି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ‘ସେଠ୍‌ ଜୀ’, ‘ଆପ […]

leena

leena

Puspanjali Panda
  • Published: Sunday, 22 November 2020
  • Updated: 22 November 2020, 11:16 AM IST

Sports

Latest News

ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଶନିବାର ପରଲୋକ ହୋଇଯାଇଛି। କିଡ୍‌ନୀ ଫେଲ୍‌ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ଦେଢ଼ ବର୍ଷ ଧରି ଲୀନା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ମା’ଙ୍କର ଏକ କିଡ୍‌ନୀକୁ ନେଇ ତାଙ୍କ ଠାରେ  ପ୍ରତିରୋପଣ କରାଯାଇଥିଲା। ହେଲେ ଏହା ପରେ ମଧ୍ୟ ଲୀନାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଗତକାଲି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

‘ସେଠ୍‌ ଜୀ’, ‘ଆପ କେ ଆ ଜାନେ ସେ’ , ‘ମେରି ହାନିକାରକ ବିବି’ ପରି ଟେଲି ସିରିଏଲ୍‌ରେ ଲୀନାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଅନେକ ଫିଲ୍ମ ଓ ୱେବ ସିରିଜ୍‌ରେ ମଧ୍ୟ ସେ କାମ କରିସାରିଛନ୍ତି। ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ହିଚ୍‌କି’ରେ ଲିନାଙ୍କୁ ଦେଖିବାକୁ ମିଳିଥିଲା।

ଲୀନାଙ୍କ ମୃତ୍ୟୁ ଖବର ପାଇବା ପରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ସହିତ କାମ କରୁଥିବା କଳାକାରମାନେ ସୋଶାଲ ମିଡିଆରେ ଲୀନାଙ୍କର ଫଟୋ ପୋଷ୍ଟ କରି ଶୋକବ୍ୟକ୍ତ କରିଛନ୍ତି।

‘ୟୈ ରିସ୍ତା କ୍ୟା କେହଲାତା ହୈ’ର ଫେମ୍‌ ରୋହନ ମେହରା ଲିନାଙ୍କର ଏକ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ‘ମାଡାମ୍‌ ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ। ଗତବର୍ଷ ଆମେ ଏହି ସମୟରେ ‘କ୍ଲାସ୍‌ ଅଫ୍‌ ୨୦୨୦’ ପାଇଁ ଶୁଟିଂ କରୁଥିଲେ। ଆପଣ ବହୁତ ମନେ ପଡ଼ିବେ।’

ସୂଚନାଯୋଗ୍ୟ, କରୋନା ଭାଇରସରେ ଆକ୍ରାନ୍ତ ହେବା ଯୋଗୁଁ ଲୀନାଙ୍କର ମୃତ୍ୟୁ ହୋଇଛି ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ତାଙ୍କର ମୃତ୍ୟୁର କାରଣ କିଡ୍‌ନୀ ଫେଲ୍‌ ବୋଲି ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos