Mika singh and Urfi javed
ମୁମ୍ବାଇ: ଖୁବଶୀଘ୍ର ବଲିଉଡ ସିଙ୍ଗର ମିକା ସିଂହଙ୍କ ପଡିବ ହାତଗଣ୍ଠି। ତାଙ୍କୁ ମିଳିବ ତାଙ୍କ ସ୍ୱପ୍ନର ରାଜକୁମାରୀ। ମିକାଙ୍କ କନିଆଁ ସାଜିବାକୁ ସାରା ଦେଶର ଝିଅମାନଙ୍କ ଲମ୍ବା ଲାଇନ୍ ଲାଗିଛି। ତାଙ୍କୁ ଅନେକ ପ୍ରପୋଜାଲ ମଧ୍ୟ ମିଳିଛି। ତେବେ ଏହାରି ଭିତରେ ମିକାଙ୍କ କନିଆଁ ସାଜିବାକୁ ମନା କରିଦେଇଛନ୍ତି ସୋଶାଲ ମିଡିଆ ସେନ୍ସେସନ୍ ଉର୍ଫି ଜାବେଦ।
ଖୁବଶୀଘ୍ର ହେବ ମିକା ସିଂହଙ୍କ ସ୍ୱୟମ୍ବର 'ମିକା ଦି ବୋଟି' ଶୋ'ର ଟେଲିକାଷ୍ଟ। ଏହି ଶୋ'ରେ ଅନେକ ସୁନ୍ଦରୀଙ୍କ ମଧ୍ୟରେ ଗ୍ଲାମର ଗାର୍ଲ ଉର୍ଫି ମଧ୍ୟ ଭାଗ ନେବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଏହି ଖବରକୁ ଏବେ ଖୋଦ ଉର୍ଫି ଖଣ୍ଡନ କରିଛନ୍ତି। ସେ ମିକାଙ୍କ ସ୍ୱୟମ୍ବର ଶୋ'ରେ ଭାଗ ନେଉନଥିବା କହିଛନ୍ତି। ସେ କେବେବି ନ୍ୟାସନାଲ ଟିଭିରେ ବିବାହ କରିବେ ନାହିଁ ବୋଲି ମଧ୍ୟ ସଫା ସଫା କହିଛନ୍ତି।
ସେ କେବେ ବି ବିବାହ ସହ ଜଡିତ ଶୋ' କରିବେ ନାହିଁ। ବିବାହ ଏକ ପବିତ୍ର ଏବଂ ବ୍ୟକ୍ତିଗତ ଜିନିଷ। ଏଥିପାଇଁ ଯେବେ ବି ସେ ବିବାହ କରିବେ ତାହା ବେଶ୍ ପ୍ରାଇଭେଟ ଏବଂ ବ୍ୟକ୍ତିଗତ ହେବ ବୋଲି ଉର୍ଫି କହିଛନ୍ତି।
ଉର୍ଫିଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ଏବେ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିଯାଇଛି। ସେ ମିକାଙ୍କ ସ୍ୱୟମ୍ବର ଶୋ'ରେ ଭାଗ ନେବେ ନାହିଁ କିମ୍ବା ଭବିଷ୍ୟତରେ କୌଣସି ବିବାହ ସହ ଜଡିତ ଶୋ'ରେ ଦେଖାଯିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ମିକାଙ୍କ ସ୍ୱୟମ୍ବରରେ ଉର୍ଫିଙ୍କୁ ଦେଖିବାକୁ ଚାହୁଁଥିବା ଫ୍ୟାନ୍ମାନେ ନିରାଶ ହୋଇପଡିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/Mika-singh-and-Urfi-javed.jpg)