Advertisment

ବୈଶାଳୀ ଠକ୍କରଙ୍କ ପୂର୍ବତନ ବୟଫ୍ରେଣ୍ଡ ଗିରଫ

ଭୋପାଳ: ଦିବଙ୍ଗତ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ପୂର୍ବତନ ବୟଫ୍ରେଣ୍ଡ ତଥା ପଡୋଶୀ ଗିରଫ। ତାଙ୍କୁ ଆତ୍ମହତ୍ୟା କରିବାକୁ ଉସ୍‌କାଇଥିବା ଅଭିଯୋଗରେ ପୁଲିସ ରାହୁଲ ନବଲାନୀ ଓ ତାଙ୍କ ପତ୍ନୀ ଦିଶାଙ୍କୁ ଗତକାଲି ଇନ୍ଦୋରରୁ ଗିରଫ କରିଛି। ଅକ୍ଟୋବର ୧୫ ତାରିଖରେ ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିଲେ। ପୂର୍ବତନ ବୟଫ୍ରେଣ୍ଡ ରାହୁଲ ତାଙ୍କୁ ବାରମ୍ବାର ବ୍ଲାକ୍ ମେଲ୍ କରୁଥିବା ସେ ଅଭିଯୋଗ କରୁଥିଲେ। ଏହି ମାମଲରେ ପୁଲିସ ବୈଶାଲୀଙ୍କ ପଡ଼ୋଶୀ ତଥା ବୟଫ୍ରେଣ୍ଡ ରାହୁଲ ଓ […]

ବୈଶାଳୀ ଠକ୍କରଙ୍କ ପୂର୍ବତନ ବୟଫ୍ରେଣ୍ଡ ଗିରଫ

vaishali-takkar

Advertisment

ଭୋପାଳ: ଦିବଙ୍ଗତ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ପୂର୍ବତନ ବୟଫ୍ରେଣ୍ଡ ତଥା ପଡୋଶୀ ଗିରଫ। ତାଙ୍କୁ ଆତ୍ମହତ୍ୟା କରିବାକୁ ଉସ୍‌କାଇଥିବା ଅଭିଯୋଗରେ ପୁଲିସ ରାହୁଲ ନବଲାନୀ ଓ ତାଙ୍କ ପତ୍ନୀ ଦିଶାଙ୍କୁ ଗତକାଲି ଇନ୍ଦୋରରୁ ଗିରଫ କରିଛି।

Advertisment

ଅକ୍ଟୋବର ୧୫ ତାରିଖରେ ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିଲେ। ପୂର୍ବତନ ବୟଫ୍ରେଣ୍ଡ ରାହୁଲ ତାଙ୍କୁ ବାରମ୍ବାର ବ୍ଲାକ୍ ମେଲ୍ କରୁଥିବା ସେ ଅଭିଯୋଗ କରୁଥିଲେ। ଏହି ମାମଲରେ ପୁଲିସ ବୈଶାଲୀଙ୍କ ପଡ଼ୋଶୀ ତଥା ବୟଫ୍ରେଣ୍ଡ ରାହୁଲ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିବାକୁ ଖୋଜୁଥିଲା।

Vaishali Takkar Suicide: Late Actor's Neighbour And Main Accused Rahul  Navlani Arrested | Flipboard

ରାହୁଲଙ୍କ ଓ ତାଙ୍କ ପତ୍ନୀ ଦିଶାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସ୍‌କାଇବା ଧାରାରେ ମାମଲା ରୁଜୁ ହୋଇଛି। ରାହୁଲଙ୍କୁ ଗିରଫ କରାଯାଇଥିବା ନେଇ ଇନ୍ଦୋର ପୁଲିସ କମିଶନର ହରିନାରାୟଣାଚାରି ମିଶ୍ର ଫୋନ୍ ଯୋଗେ ସୂଚନା ଦେଇଛନ୍ତି। ମାମଲା ରୁଜୁ ପରେ ଫେରାର୍ ଥିବା ରାହୁଲ ଓ ତାଙ୍କ ପତ୍ନୀଙ୍କୁ ଗରିଫ କରିବା ପାଇଁ ପୂର୍ବରୁ ପୁଲିସ ଲୁକ୍‌ଆଉଟ୍ ସର୍କୁଲାର ଜାରି କରିଥିଲା ।

Advertisment

ରାହୁଲ ବୈଶାଳୀଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ। ଫଳରେ ବୈଶାଳୀ ବାରମ୍ବାର ବଦନାମ ହେଉଥିଲେ ଓ ବାହା ହେଇପାରୁ ନଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସବୁବେଳେ ବ୍ଲାକ୍‌ମେଲ୍ ହେବା କାରଣକୁ ବୈଶାଳୀ ଡିପ୍ରେସନରେ ଆସି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe