Advertisment

ଏବେ କ’ଣ କରୁଛନ୍ତି ‘ଦୟା’ ?

ମୁମ୍ବାଇ: ଅଭିନେତା ଦୟାନନ୍ଦ ଶେଟ୍ଟୀଙ୍କର ଆଜି ହେଉଛି ଜନ୍ମଦିନ। ସେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ‘ଦିଲ୍‌ଜଲେ’, ‘ଜନୀ ଗଦ୍ଦାର, ‘ରନୱେ’ ଓ ‘ସିଂଘମ ରିଟର୍ଣ୍ଣସ୍’ ଭଳି ବଲିଉଡ୍ ଫିଲ୍ମରେ ଅଭିନୟ କରିଥିଲେ ହେଁ ଟିଭି ଶୋ’ ‘ସିଆଇଡି’ ଜରିଆରେ ସେ ପାଇଛନ୍ତି ଅଧିକ ଲୋକପ୍ରିୟତା। ଏହି ଧାରାବାହିକରେ ସେ ‘ଦୟା’ ଚରିତ୍ରରେ ଅଭିନୟ କରିଥିଲେ। ’ଦୟା’ ଚରିତ୍ରରେ ଅଭିନୟ କରିବା ବେଳେ ତାଙ୍କର କବାଟ ଭଙ୍ଗା ଷ୍ଟାଇଲ୍‌କୁ ସମସ୍ତେ ପସନ୍ଦ କରିଥିଲେ। ଏହି କବାଟ […]

ଏବେ କ’ଣ କରୁଛନ୍ତି ‘ଦୟା’ ?

daya1

Advertisment

ମୁମ୍ବାଇ: ଅଭିନେତା ଦୟାନନ୍ଦ ଶେଟ୍ଟୀଙ୍କର ଆଜି ହେଉଛି ଜନ୍ମଦିନ। ସେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ‘ଦିଲ୍‌ଜଲେ’, ‘ଜନୀ ଗଦ୍ଦାର, ‘ରନୱେ’ ଓ ‘ସିଂଘମ ରିଟର୍ଣ୍ଣସ୍’ ଭଳି ବଲିଉଡ୍ ଫିଲ୍ମରେ ଅଭିନୟ କରିଥିଲେ ହେଁ ଟିଭି ଶୋ’ ‘ସିଆଇଡି’ ଜରିଆରେ ସେ ପାଇଛନ୍ତି ଅଧିକ ଲୋକପ୍ରିୟତା। ଏହି ଧାରାବାହିକରେ ସେ ‘ଦୟା’ ଚରିତ୍ରରେ ଅଭିନୟ କରିଥିଲେ। ’ଦୟା’ ଚରିତ୍ରରେ ଅଭିନୟ କରିବା ବେଳେ ତାଙ୍କର କବାଟ ଭଙ୍ଗା ଷ୍ଟାଇଲ୍‌କୁ ସମସ୍ତେ ପସନ୍ଦ କରିଥିଲେ।

Advertisment

ଏହି କବାଟ ଭାଙ୍ଗିବାକୁ ନେଇ ଏକ ସାକ୍ଷାତକାରରେ ସେ ଏକ ମଜା କଥା କହିଥିଲେ। ଦୟା କହିଥିଲେ, ଏକ ସିନ୍‌ରେ ଗେଟ୍ ବନ୍ଦ ଥିଲା ଓ ମୋତେ ଗେଟ୍ ଭାଙ୍ଗିବାକୁ କୁହାଯିବା ବଦଳରେ କବାଟ ଭାଙ୍ଗିବାକୁ କୁହାଯାଇଥିଲା। ତେବେ ଦର୍ଶକମାନେ ଏହି ତ୍ରୁଟିକୁ ଧରି ପାରି ନଥିଲେ।

ଦୟା ସେଥିରେ କହିଥିଲେ ଯେ ଆହୁରି ଅନେକ ଲୋକ କବାଟ ଭାଙ୍ଗିଛନ୍ତି। କିନ୍ତୁ ତାଙ୍କ କବାଟ ଭାଙ୍ଗିବା ଷ୍ଟାଇଲ୍ ଦର୍ଶକଙ୍କୁ କାହିଁକି ପସନ୍ଦ ଆସେ, ତାହା ତାଙ୍କୁ ଜଣାନାହିଁ।

Advertisment

ଦୟାନନ୍ଦ ଶେଟ୍ଟୀ ‘ସିଆଇଡି’ ବ୍ୟତୀତ ‘ଗୁଟୁର ଗୁ’, ‘ଅଦାଲତ’ ଓ ‘ସିଆଇଏଫ୍‌’ ଭଳି ଶୋ’ରେ କାମ କରିଛନ୍ତି। ତେବେ ୨୦୧୯ ପରେ ତାଙ୍କ ହାତକୁ କୌଣସି ନୂଆ ପ୍ରୋଜେକ୍ଟ ଆସି ନାହିଁ। କୁହାଯାଉଛି, ମାକ୍ସ ପ୍ଲେୟରର ଏକ କ୍ରାଇମ୍ ଥ୍ରୀଲର ୱେବ୍ ସିରିଜ୍‌ରେ ସେ ଅଭିନୟ କରିବେ। କିନ୍ତୁ ଏ ନେଇ ଏଯାଏଁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe