/odisha-reporter/media/post_attachments/uploads/2022/02/Karishma-Tanna.jpg)
Karishma Tanna
ମୁମ୍ବାଇ: ମୌନୀଙ୍କ ପରେ ଏବେ ଆଉ ଜଣେ ଟେଲିଭିଜନ ଷ୍ଟାରଙ୍କ ବାଜିବ ଶାହାନାଇ। ବିବାହ କରିବେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ତନ୍ନା। ପଡିବ ହାତଗଣ୍ଠି। ଆସନ୍ତା କାଲି ହାତକୁ ଦି ହାତ ହେବେ ତନ୍ନା। ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ଧରିବେ ହାତ। ତେବେ ବିବାହ ପୂର୍ବରୁ ଆରମ୍ଭ ହୋଇଯାଇଛି ସମସ୍ତ ସେରେମୋନି। ସରିଛି ହଳଦୀ ରସମ୍, ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କରିଶ୍ମା ତନ୍ନା। ଟେଲିଭିଜନ ଦୁନିଆରେ ତାଙ୍କର ରହିଛି ବେଶ୍ ଦବ୍ଦବା। ତେବେ ଟିଭି ଷ୍ଟାର ହେବା ସତ୍ତ୍ୱେ ସେ ଲାଇମଲାଇଟ ଠାରୁ ଦୂରେଇ ରହିଥିବା ଜଣେ ବିଜନେସ୍ ମ୍ୟାନ୍ଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି। ଫେବ୍ରୁଆରୀ ୫ ତାରିଖରେ କରିଶ୍ମା ଓ ବରୁଣଙ୍କ ବିବାହ ହେବ। ଗତକାଲି ତାଙ୍କ ହଳଦୀ ସେରେମେନି ସରିଛି। ଆଜି ମେହେନ୍ଦି ଓ ସଙ୍ଗୀତ।
/odisha-reporter/media/post_attachments/wp-content/uploads/2022/02/Karishma-Tanna-Varun-Bangera-Haldi-ceremony-photo-750x460.jpg)
ଗତକାଲିର ହଳଦୀ ସେରେମୋନିର ଫଟୋ ଓ ଭିଡିଓକୁ କରିଶ୍ମାର ନିଜେ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋରେ କରିଶ୍ମା ଧଳା ରଙ୍ଗର ଶରାରା ପିନ୍ଧିଛନ୍ତି। ସେହିପରି କରିଶ୍ମାଙ୍କୁ ମ୍ୟାଚ୍ କରି ସରେୱାନୀ ପିନ୍ଧିଛନ୍ତି ତାଙ୍କ ଭାବି ସ୍ୱାମୀ ଓରଫ ବରୁଣ। ଦୁହେଁ ହଳଦୀ ସେରେମୋନି ବେଳେ ଧୁମ୍ ମସ୍ତି କରିଥିବା ମଧ୍ୟ ନଜର ଆସିଛନ୍ତି। ଏହି ଫଟୋକୁ ଶେଆର କରି କରିଶ୍ମା କ୍ୟାପସନରେ ଲେଖିଛନ୍ତି, ' ସବୁଦିନ ପାଇଁ ମୋର ଆରମ୍ଭ।' ସେହିପରି ଆଉ ଫଟୋରେ 'ଆଜି ହଳଦୀ' ବୋଲି କ୍ୟାପସନରେ ଲେଖିଛନ୍ତି କରିଶ୍ମା।
କରିଶ୍ମାଙ୍କ ଏହି ଗ୍ରାଣ୍ଡ ୱେଣ୍ଡିଂରେ ଖୁବ କମ୍ ଲୋକ ଯୋଗ ଦେବେ। କରୋନା ମହାମାରୀ ଓ କଟକଣାକୁ ଦୃଷ୍ଟିରେ ରଖି ହଳଦୀ ଓ ମେହେନ୍ଦି କାର୍ଯ୍ୟକ୍ରମରେ କେବଳ ପରିବାର ଲୋକେ ଓ ନିକଟ ସମ୍ପର୍କୀୟମାନେ ହିଁ ସାମିଲ ହୋଇଥିଲେ। ବିବାହରେ ମଧ୍ୟ ଏମାନେ ହିଁ ଯୋଗ ଦେବେ। ବାହାରର ଅନ୍ୟ କୌଣସି ଲୋକଙ୍କୁ ପ୍ରବେଶ ବାରଣ କରାଯାଇଛି।
କରିଶ୍ମାଙ୍କ ଭାବି ସ୍ୱାମୀ ବରୁଣ ବଙ୍ଗେରା ପେଶାରେ ଜଣେ ବିଜନେସ ମ୍ୟାନ୍। ସେ VB କ୍ରାମ ନାମକ ଏକ କମ୍ପାନୀକୁ ଚଲାନ୍ତି। ବରୁଣଙ୍କ ସହ କରିଶ୍ମା ଗତ ବର୍ଷ ନଭେମ୍ବରରେ ବେଶ୍ ସିକ୍ରେଟ ରୂପେ ନିର୍ବନ୍ଧ କରିଥିଲେ। କଥିତ ରୂପେ କିଛି ବର୍ଷ ତଳେ ଏକ ପାର୍ଟିରେ କରିଶ୍ମା-ବରୁଣଙ୍କ ଦେଖାସାକ୍ଷାତ ହୋଇଥିଲା। ଏହାପର ଠାରୁ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼ିଥିଲା। ଦୁହେଁ ପରସ୍ପରକୁ ଡେଟ୍ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
