Advertisment

ଆଇନ ଜାଲରେ ଫସିଲେ ଅଭିନେତା, ଠକେଇ ଅଭିଯୋଗ

ମୁମ୍ବାଇ: ଆଇନ ଜାଲରେ ଫସିଲେ ଅଭିନେତା। ଟେଲିଭିଜନ ଜଣାଶୁଣା ଅଭିନେତା କରଣବୀର ଭୋରାଙ୍କ ନାଁରେ ଜଣେ ମହିଳା ଆଣିଲେ ଠକେଇ ଅଭିଯୋଗ। ଏନେଇ ମୁମ୍ବାଇର ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ମିଡିଆ ରିପୋର୍ଟ ମୁତାବକ, ଅନେକ ଲୋକଙ୍କ ସହ ମିଶି କରଣବୀର ଭୋରା ଉକ୍ତ ମହିଳାଙ୍କ ଠାରୁ ଠକେଇ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ଭକ୍ତ ଅଭିନେତାଙ୍କ ବିରୋଧରେ ଓସିବାରା ପୁଲିସ ଷ୍ଟେସନରେ ପୀଡିତା ଜଣକ ଲିଖିତ ଅଭିଯୋଗ କରିଛନ୍ତି। କରଣବୀର ଭୋରାଙ୍କ ସମେତ ୬ […]

ଆଇନ ଜାଲରେ ଫସିଲେ ଅଭିନେତା, ଠକେଇ ଅଭିଯୋଗ

karanvir-bohra

Advertisment

ମୁମ୍ବାଇ: ଆଇନ ଜାଲରେ ଫସିଲେ ଅଭିନେତା। ଟେଲିଭିଜନ ଜଣାଶୁଣା ଅଭିନେତା କରଣବୀର ଭୋରାଙ୍କ ନାଁରେ ଜଣେ ମହିଳା ଆଣିଲେ ଠକେଇ ଅଭିଯୋଗ। ଏନେଇ ମୁମ୍ବାଇର ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

Advertisment

ମିଡିଆ ରିପୋର୍ଟ ମୁତାବକ, ଅନେକ ଲୋକଙ୍କ ସହ ମିଶି କରଣବୀର ଭୋରା ଉକ୍ତ ମହିଳାଙ୍କ ଠାରୁ ଠକେଇ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ଭକ୍ତ ଅଭିନେତାଙ୍କ ବିରୋଧରେ ଓସିବାରା ପୁଲିସ ଷ୍ଟେସନରେ ପୀଡିତା ଜଣକ ଲିଖିତ ଅଭିଯୋଗ କରିଛନ୍ତି। କରଣବୀର ଭୋରାଙ୍କ ସମେତ ୬ ଜଣଙ୍କ ବିରୋଧରେ ୧.୯୯ କୋଟି ଟଙ୍କା ଠକିବା ନେଇ ମାମଲା ରୁଜୁ ହୋଇଛି।

ଅଭିଯୋଗ ମୁତାବକ, ଉକ୍ତ ମହିଳା ଜଣଙ୍କୁ କରଣବୀର ଭୋରା ୨.୫% ସୁଧ ହାରରେ ଟଙ୍କା ଫେରାଇବା ପାଇଁ ଡିଲ୍‌ କରିଥିଲେ। କିନ୍ତୁ ପରେ ସେ ନିଜ କଥା ରଖିନଥିଲେ। ନିଜ ପ୍ରତିଶ୍ରୁତିରୁ ସେ ଓହରି ଯାଇଥିଲେ। କରଣବୀର ୨.୫ % ପ୍ରତି ସୁଧ କହି କେବଳ ୧ କୋଟି ଟଙ୍କା ହିଁ ଫେରାଇଛନ୍ତି। ବକେୟା ଟଙ୍କା ମାଗିବା ପରେ ଅଭିନେତା ଜଣକ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମହିଳା ଜଣକ ନିଜ ଅଭିଯୋଗରେ କହିଛନ୍ତି।

Advertisment

କେବଳ ସେତିକି ନୁହେଁ, କରଣବୀରଙ୍କ ପତ୍ନୀ ମଧ୍ୟ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ପୀଡିତା ମହିଳାଙ୍କ ଅଭିଯୋଗ ପରେ ପୁଲିସ ଅଭିନେତାଙ୍କୁ ପଚରା ଉଚରା ପାଇଁ ଡକାଇଛି। ଏଥିସହ ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe