Advertisment

ମା' ହେବେ ଅଭିନେତ୍ରୀ ମୋହେନା

ମୁମ୍ବାଇ: ଗୁଡ୍‌ ନ୍ୟଜ୍‌ ଦେଲେ ଲୋକପ୍ରିୟ ଟିଭି ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତ୍ରୀ ମୋହେନା କୁମାରୀ ସିଂହ। ଖୁବ ଶୀଘ୍ର ତାଙ୍କ ରାଜ ପରିବାରକୁ ଆସିବ କୁନି ଅତିଥି। ମା’ ହେବେ ମୋହେନା। ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ନିଜ ବେବି ବମ୍ପ ସହ ଫଟୋ ଶେଆର କରି ଲେଖିଛନ୍ତି, ‘ଏକ ନୂଆ ପ୍ରାରମ୍ଭର ଆରମ୍ଭ। ସମସ୍ତଙ୍କ ସହ ଖୁସି ଖବର […]

ଅଦ୍ୟତନ ହୋଇଛି
ମା' ହେବେ ଅଭିନେତ୍ରୀ ମୋହେନା

Mohena Singh

Advertisment

ମୁମ୍ବାଇ: ଗୁଡ୍‌ ନ୍ୟଜ୍‌ ଦେଲେ ଲୋକପ୍ରିୟ ଟିଭି ସିରିଏଲ୍‌ 'ୟେ ରିସ୍ତା କ୍ୟା କେହଲାତା ହୈ' ଫେମ୍‌ ଅଭିନେତ୍ରୀ ମୋହେନା କୁମାରୀ ସିଂହ। ଖୁବ ଶୀଘ୍ର ତାଙ୍କ ରାଜ ପରିବାରକୁ ଆସିବ କୁନି ଅତିଥି। ମା' ହେବେ ମୋହେନା। ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

ସେ ନିଜ ବେବି ବମ୍ପ ସହ ଫଟୋ ଶେଆର କରି ଲେଖିଛନ୍ତି, 'ଏକ ନୂଆ ପ୍ରାରମ୍ଭର ଆରମ୍ଭ। ସମସ୍ତଙ୍କ ସହ ଖୁସି ଖବର ଶେଆର କରୁଛି।' ଏହି ଫଟୋରେ ସେ ତାଙ୍କ ସ୍ୱାମୀ ସୁୟଶଙ୍କ ସହ ନଜର ଆସିଛନ୍ତି। ଅନ୍ୟ କିଛି ଫଟୋରେ ମୋହେନା ନିଜ ପରିବାର ସଦସ୍ୟଙ୍କ ସହ ମଧ୍ୟ ନଜର ଆସିଛନ୍ତି।

Yeh Rishta Kya Kehlata Hai fame Mohena Kumari flaunts baby bump and announces pregnancy | Dailyindia.net

ଗତବର୍ଷ ମୋହେନା କୁମାରୀ ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୋଶାଲ ମିଡିଆ ଜରିଆରେ ସେ ଏନେଇ ସୂଚନା ଦେଇଥିଲେ। ବିବାହ ପର ଠାରୁ ମୋହେନା ଅଭିନୟ ଜଗତ ଠାରୁ ଦୂରେଇ ରହିଛନ୍ତି। ସେ ନିଜର ଫ୍ୟାମିଲି ଲାଇଫ ଏନ୍‌ଜୟ କରୁଛନ୍ତି।

Advertisment

୨୦୧୯ରେ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ମୋହେନା ଖୁଲାସା କରିଥିଲେ ଯେ, ସେ ବିବାହ ପରେ ଅଭିନୟ ଛାଡିବାକୁ ଚାହୁଁଛନ୍ତି। ବିବାହ ପରଠାରୁ ସେ ମୁମ୍ବାଇ ଏବଂ ଅଭିନୟକୁ ଅଲବିଦା କହିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ଫ୍ୟାନ୍‌ମାନେ ଚକିତ ହୋଇ ଯାଇଥିଲେ।

ସୂଚନା ମୁତାବକ, ମୋହେନା କୁମାରୀ ସିଂହ 'ୟେ ରିସ୍ତା କ୍ୟା କେହେଲାତା ହୈ' ସମେତ 'ପ୍ୟାର୍‌ ତୁନେ କ୍ୟା କିଆ' ଏବଂ 'ଦିଲ ଦୋସ୍ତି ଡ୍ୟାନ୍ସ' ଭଳି ଶୋ'ରେ ମଧ୍ୟରେ ନଜର ଆସିସାରିଛନ୍ତି। ସେ ରିଆଲିଟି ଶୋ' ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ-୩ରେ ଭାଗ ନେଇଥିଲେ। କେବଳ ସେତିକି ନୁହେଁ ରିଆଲିଟି ଶୋ' 'ଝଲକ୍‌ ଦିଖଲା ଜା'ରେ ମଧ୍ୟ ଭାଗ ନେଇଥିଲେ ମୋହେନା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe