Advertisment

ମା' ହେଲେ ମୋହେନା, ଘରକୁ ଆସିଲେ ରାଜକୁମାର

ମୁମ୍ବାଇ: ମା’ ହେଲେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ପୂର୍ବତନ ଅଭିନେତ୍ରୀ। ମୋହେନା କୁମାରି ସିଂହଙ୍କ ଘରକୁ ଆସିଲେ ନୂଆ ଅତିଥି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ଘରେ ରାଜକୁମାରଙ୍କ ପ୍ରବେଶ ହୋଇଛି। ବାପା-ମା’ ହେବା ପରେ ମୋହେନା ଓ ତାଙ୍କ ସ୍ୱାମୀ ସୁୟଶ ବେଶ୍‌ ଖୁସି ଅଛନ୍ତି। ବର୍ତ୍ତମାନ ଯାଏଁ ଏହି ରାଜକୀୟ ଦମ୍ପତ୍ତି ଦୁହେଁ ତାଙ୍କ ଘରକୁ ପୁତ୍ର ସନ୍ତାନ ଆସିଥିବା ନେଇ କୌଣସି ଅଫିସିଆଲ୍‌ ଘୋଷଣା କରିନାହାନ୍ତି। […]

ମା' ହେଲେ ମୋହେନା, ଘରକୁ ଆସିଲେ ରାଜକୁମାର

Mohena

Advertisment

ମୁମ୍ବାଇ: ମା' ହେଲେ 'ୟେ ରିସ୍ତା କ୍ୟା କେହେଲାତା ହୈ'ର ପୂର୍ବତନ ଅଭିନେତ୍ରୀ। ମୋହେନା କୁମାରି ସିଂହଙ୍କ ଘରକୁ ଆସିଲେ ନୂଆ ଅତିଥି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ଘରେ ରାଜକୁମାରଙ୍କ ପ୍ରବେଶ ହୋଇଛି। ବାପା-ମା' ହେବା ପରେ ମୋହେନା ଓ ତାଙ୍କ ସ୍ୱାମୀ ସୁୟଶ ବେଶ୍‌ ଖୁସି ଅଛନ୍ତି।

Advertisment

ବର୍ତ୍ତମାନ ଯାଏଁ ଏହି ରାଜକୀୟ ଦମ୍ପତ୍ତି ଦୁହେଁ ତାଙ୍କ ଘରକୁ ପୁତ୍ର ସନ୍ତାନ ଆସିଥିବା ନେଇ କୌଣସି ଅଫିସିଆଲ୍‌ ଘୋଷଣା କରିନାହାନ୍ତି। ତେବେ ମିଡିଆ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହା ଜଣାପଡିବା ପରେ ମୋହେନାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ଘନିଷ୍ଠ ବନ୍ଧୁବାନ୍ଧବମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Yeh Rishta's Kirti aka princess Mohena Kumari and Suyesh Rawat's grand  reception in Rewa; pics | The Times of India

ମୋହିନା କିଛି ମାସ ପୂର୍ବରୁ ସୋଶାଲ ମିଡିଆ ଜରିଆରେ ତାଙ୍କ ପ୍ରଶଂସକଙ୍କୁ ଗର୍ଭବତୀ ଥିବା ନେଇ ଗୁଡ୍‌ନ୍ୟୁଜ୍‌ ଜଣାଇଥିଲେ। ଏହା ପରେ ମୋହେନା ସୋସିଆଲ ମିଡିଆରେ ତାଙ୍କ ଗର୍ଭବତୀ ଥିବା ସମୟର ଅନେକ ସ୍ପେଶାଲ ମୁଭମେଣ୍ଟ ବିଷୟରେ ପ୍ରତ୍ୟେକ ଛୋଟ ସ୍ମୃତିକୁ ଶେୟାର କରିଥିଲେ। କେବଳ ସେତିକି ନୁହେଁ ସେ ଗର୍ଭବତୀ ଥିବା ବେଳେ କଥକ୍‌ ଡ୍ୟାନ୍ସ ମଧ୍ୟ କରିଥିଲେ, ଯାହାର ଭିଡିଓକୁ ସେ ନିଜେ ଶେଆର କରିଥିଲେ।

Advertisment

Unmissable pictures from Mohena Kumari Singh's surprise baby shower  ceremony | Photogallery - ETimes

ମିଡିଆ ରିପୋର୍ଟ ଅନୁଯାୟୀ ମୋହେନା ମୁମ୍ବାଇର ଏକ ଡାକ୍ତରଖାନାରେ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଟେଲି ଅଭିନେତ୍ରୀ ତଥା କୋରିଓଗ୍ରାଫର ମୋହେନା କୁମାରୀ ସିଂହ ୨୦୧୯ରେ ରାଜନେତା ତଥା ବିଜନେସମ୍ୟାନ୍‌ ସୁୟଶ ରାୱତଙ୍କୁ ବିବାହ କରିଥିଲେ। ଉତ୍ତରାଖଣ୍ଡର ଜଣେ ବଡ ରାଜନୈତିକ ପରିବାରର ସହ ସମ୍ପର୍କ ରଖୁଥିବା ସୁୟଶ୍‌ ସତପାଲ ମହାରାଜଙ୍କ ପୁଅ। ମୋହେନା ବିବାହ ପରେ ସେ ଗ୍ଲାମର ଦୁନିଆରୁ ବିଦାୟ ନେଇଥିଲେ।

ମୋହେନା ଜଣେ ଅଭିନେତ୍ରୀ ହେବା ସହ ସେ ଜଣେ ଭଲ କୋରିଓଗ୍ରାଫର ମଧ୍ୟ। ସେ ଅନେକ ଡ୍ୟାନ୍ସ ରିଆଲିଟି ଶୋ'ରେ ଭାଗ ନେଇସାରିଛନ୍ତି। ସେ ରାଜ ପରିବାରର ଝିଅ। ତାଙ୍କ ରିୱାର ରାଜକୁମାରୀ କୁହାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe