ହୋଲି ପାଇଁ ସବୁ ସହିବାକୁ ପ୍ରସ୍ତୁତ ଥିଲେ ହିତୈଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ହିତୈଷା ଦେଖିବାକୁ ଖୁବ୍‌ ସୁନ୍ଦର ଆଉ ଚୁଲ୍‌ବୁଲି। ଦୁର୍ଗା ସିରିଏଲ୍‌ରେ ଆପଣ ତାଙ୍କୁ ସ୍ତୁତି ଭୂମିକାରେ ଦେଖୁଥିବେ। ନବାଗତା ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଢେର୍‌ ଅଧିକ। ସେ ରଙ୍ଗ ଖେଳିବାକୁ ବହୁତ ଭଲପା’ନ୍ତି। ପିଲାଦିନେ ସେ ସାହି ପିଲାଙ୍କ ସହ ମିଶି ରଙ୍ଗର ପର୍ବ ହୋଲି ପାଳନ କରୁଥିଲେ। ସାଙ୍ଗସାଥୀମାନଙ୍କୁ ରଙ୍ଗ ଲଗାଉଥିଲେ। କିନ୍ତୁ ସେସବୁ ଆଉ ମିଳୁନଥିବାରୁ ଏବେ ତାଙ୍କ ମନ ଭାରି ଦୁଃଖ। ନିକଟରେ ସିଟିପ୍ଲସ୍‌ରେ ପ୍ରସାରିତ […]

hitesh

Biswobandita Swain
  • Published: Tuesday, 10 March 2020
  • , Updated: 10 March 2020, 11:49 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ହିତୈଷା ଦେଖିବାକୁ ଖୁବ୍‌ ସୁନ୍ଦର ଆଉ ଚୁଲ୍‌ବୁଲି। ଦୁର୍ଗା ସିରିଏଲ୍‌ରେ ଆପଣ ତାଙ୍କୁ ସ୍ତୁତି ଭୂମିକାରେ ଦେଖୁଥିବେ। ନବାଗତା ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଢେର୍‌ ଅଧିକ। ସେ ରଙ୍ଗ ଖେଳିବାକୁ ବହୁତ ଭଲପା’ନ୍ତି। ପିଲାଦିନେ ସେ ସାହି ପିଲାଙ୍କ ସହ ମିଶି ରଙ୍ଗର ପର୍ବ ହୋଲି ପାଳନ କରୁଥିଲେ। ସାଙ୍ଗସାଥୀମାନଙ୍କୁ ରଙ୍ଗ ଲଗାଉଥିଲେ। କିନ୍ତୁ ସେସବୁ ଆଉ ମିଳୁନଥିବାରୁ ଏବେ ତାଙ୍କ ମନ ଭାରି ଦୁଃଖ। ନିକଟରେ ସିଟିପ୍ଲସ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ପ୍ରତିଭା’ରେ ଯୋଗଦେଇ ସେ ଏକଥା କହିଥିଲେ। 

ହିତୈଷା କହିଥିଲେ, ପିଲାଦିନେ ହୋଲି ପରେ ତାଙ୍କର ପରୀକ୍ଷା ଥାଏ। । ତେଣୁ ତାଙ୍କ ମାଆ ତାଙ୍କୁ ହୋଲି ଖେଳିବାକୁ ବାହାରକୁ ଛାଡ଼ନ୍ତି ନାହିଁ। କିନ୍ତୁ ସେ ବାହାନା କରି ସାଙ୍ଗମାନଙ୍କ ସହ ରଙ୍ଗ ଖେଳିବାକୁ ଚାଲିଯାଆନ୍ତି। ଯେଉଁଥିପାଇଁ ତାଙ୍କୁ ଧୁମ୍‌ ମାଡ଼ ମଧ୍ୟ ପଡ଼େ। ତଥାପି ହୋଲି ସମୟରେ ସେ ସବୁ ସହିବାକୁ ପ୍ରସ୍ତୁତ ଥା’ନ୍ତି। ଗତ ଦୁଇ ବର୍ଷ ହେବ ସେ ଶୁଟିଂ ସେଟ୍‌ରେ ହୋଲି ଖେଳୁଛନ୍ତି।

ସୂଚନାଯୋଗ୍ୟ, ହିତୈଷାଙ୍କର ଘର ବାଲେଶ୍ୱରରେ। ତାଙ୍କ ପିଲାଦିନ ସେଇଠି କଟିଛି।

Related story