Advertisment

‘କସୌଟି'ର ଅନୁରାଗଙ୍କୁ କରୋନା

ଟେଲିଭିଜନ୍ ଅଭିନେତା ପାର୍ଥ ସମଥାନ୍ କରୋନା ସଂକ୍ରମିତ ହୋଇଛନ୍ତି। ଦୁଇ ସପ୍ତାହ ପୂର୍ବରୁ ନିଜ ଶୋ’  ‘କସୌଟି ଜିନ୍ଦେଗୀ କି ୨’ ପାଇଁ ଶୁଟିଂ ଆରମ୍ଭ କରିଥିବା ଏହି ଅଭିନେତା ସ୍ୱାସ୍ଥ୍ୟ ଖରାପ ହେବାରୁ ନିଜର କରୋନା ପରୀକ୍ଷା କରାଇଥିଲେ। ତେବେ ତାଙ୍କ ରିପୋର୍ଟ ବର୍ତ୍ତମାନ ପଜିଟିଭ ଆସିଛି। https://www.instagram.com/p/CCilMhUHiYq/?utm_source=ig_web_copy_link ପାର୍ଥ ଏ ନେଇ ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “ନମସ୍କାର ସମସ୍ତଙ୍କୁ, ମୋର କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବଂ ମୁଁ ନିଜର […]

ଅଦ୍ୟତନ ହୋଇଛି
‘କସୌଟି'ର ଅନୁରାଗଙ୍କୁ କରୋନା

parth

Advertisment

ଟେଲିଭିଜନ୍ ଅଭିନେତା ପାର୍ଥ ସମଥାନ୍ କରୋନା ସଂକ୍ରମିତ ହୋଇଛନ୍ତି। ଦୁଇ ସପ୍ତାହ ପୂର୍ବରୁ ନିଜ ଶୋ’  ‘କସୌଟି ଜିନ୍ଦେଗୀ କି ୨’ ପାଇଁ ଶୁଟିଂ ଆରମ୍ଭ କରିଥିବା ଏହି ଅଭିନେତା ସ୍ୱାସ୍ଥ୍ୟ ଖରାପ ହେବାରୁ ନିଜର କରୋନା ପରୀକ୍ଷା କରାଇଥିଲେ। ତେବେ ତାଙ୍କ ରିପୋର୍ଟ ବର୍ତ୍ତମାନ ପଜିଟିଭ ଆସିଛି।

Advertisment

https://www.instagram.com/p/CCilMhUHiYq/?utm_source=ig_web_copy_link

ପାର୍ଥ ଏ ନେଇ ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, "ନମସ୍କାର ସମସ୍ତଙ୍କୁ, ମୋର କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବଂ ମୁଁ ନିଜର ପରୀକ୍ଷା କରାଇଥିଲି। ଏବଂ ହଁ ମୁଁ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛି। ତେଣୁ ମୁଁ ଅନୁରୋଧ କରିବି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ମିଶିଥିଲେ, ଦୟାକରି ସେମାନେ ଯାଆନ୍ତୁ ଏବଂ ନିଜର ପରୀକ୍ଷା କରାଇନିଅନ୍ତୁ। ବିଏମସି ନିୟମିତ ଭାବରେ ଯୋଗାଯୋଗରେ ଅଛି ଏବଂ ଡାକ୍ତରଙ୍କ ମାର୍ଗଦର୍ଶନରେ ମୁଁ ସେଲ୍ଫ କ୍ୱାରେଣ୍ଟାଇନରେ ଅଛି। ସେମାନଙ୍କର ସହାୟତା ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ସୁରକ୍ଷିତ ରୁହ ଏବଂ ନିଜର ଯତ୍ନ ନିଅନ୍ତୁ।"

https://www.instagram.com/p/CCij6p9BN0B/?utm_source=ig_web_copy_link

ଏହି ଖବର ଆସିବା ପରେ ବର୍ତ୍ତମାନ ‘କସୌଟି ଜିନ୍ଦେଗୀ କି ୨’ ର ପୁରା କାଷ୍ଟ ଏବଂ କ୍ରୁଙ୍କୁ କରୋନା ପରୀକ୍ଷା କରାଇବାକୁ କୁହାଯାଇଛି। ବର୍ତ୍ତମାନ ଶୁଟିଂକୁ ବନ୍ଦ କରିଦିଆଯାଇଛି। ଶୋ’ର ପ୍ରଡକ୍ସନ୍ ହାଉସ୍ ମଧ୍ୟ ଏକ ବିବୃତ୍ତି ପ୍ରକାଶ କରିଛି। ଏଥିରେ ଲେଖାଯାଇଛି, ଆମେ ସମସ୍ତ ଟିମ୍ ମେମ୍ବରଙ୍କୁ ଜଣାଇବାକୁ ଚାହୁଁଛୁ ଯେ ‘କସୌଟି ଜିନ୍ଦେଗୀ କି ୨’ ଟିମ୍‌ର ଜଣେ ସଦସ୍ୟ ବା ଜଣେ ପ୍ରତିଭା COVID-19 ପାଇଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି। ଆମର ପ୍ରଥମ ପ୍ରାଥମିକତା ହେଉଛି ଆମର ପ୍ରତିଭା, ପ୍ରଡକ୍ଶନ୍ କ୍ରୁ ଏବଂ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା। ଆମେ ଗାଇଡଲାଇନରେ ବିସ୍ତୃତ ସମସ୍ତ ସତର୍କତା ଗ୍ରହଣ କରୁଛୁ।”publive-image

Advertisment

ସୂଚନାଯୋଗ୍ୟ, ଦୀର୍ଘ ୩ ମାସ ପରେ ଆଜିଠୁ ଏହି ଶୋ’ର ନୂଆ ଏପିସୋଡ୍ ପ୍ରସାରଣ ହେବାର ଥିଲା। ହେଲେ ପାର୍ଥଙ୍କ କୋରନା ପଜିଟିଭ ଆସିବା ପରେ ଶୁଟିଂ ବନ୍ଦ କରିଦିଆଯାଇଛି। ପାର୍ଥ ଶୋ’ର ମୁଖ୍ୟ ଅଭିନେତା ହୋଇଥିବାରୁ ତାଙ୍କ ବିନା ଏହି ଶୋ’ ଆରମ୍ଭ କରିବା ବି ଏକ ପ୍ରକାର ଅସମ୍ଭବ। ତେବେ ଆଗକୁ ନୂଆ ଏପିସୋଡ୍ ଆସିବ କି ନାହିଁ ତାହା କୁହାଯାଇପାରୁନାହିଁ।।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe