Advertisment

ଟିଭି ପରଦାରୁ ଦୂରେଇ ରହି ଚାଷ କରୁଛନ୍ତି

ମୁମ୍ବାଇ: ଷ୍ଟାରପ୍ଲସ୍‌ର ହିଟ୍‌ ଧାରାବାହିକ ‘ଦୀୟା ଔର ବାତୀ ହମ୍‌’ରେ ସୂରଜ ଭୂମିକାରେ ଅଭିନୟ କରିଥିବା ଅନସ୍ ରଶିଦ୍ ବହୁତ ଦିନ ହେଲାଣି ଟେଲିଭିଜନ୍ ପରଦାରୁ ଦୂରେଇ ରହିଛନ୍ତି। ସେ ମୁମ୍ବାଇରୁ ନିଜ ଗାଁକୁ ଫେରିଯାଇ ଚାଷ କାମରେ ବ୍ୟସ୍ତ ଅଛନ୍ତି। https://www.instagram.com/p/BlmrXZcD0mC/?utm_source=ig_web_copy_link ସୂଚନା ଅନୁଯାୟୀ, ସେ ଏବେ ପଞ୍ଜାବର ମାଲେରକୋଟଲାରେ ଚାଷ କରୁଛନ୍ତି। କିଛିଦିନ ପୂର୍ବରୁ ଏକ ସାକ୍ଷାତକାରରେ ଅନସ କହିଥିଲେ ଯେ ସେ ଅଭିନୟରୁ ୫ ବର୍ଷର ବ୍ରେକ୍ ନେଇଛନ୍ତି ଓ ଏବେ ଜଣେ […]

ଟିଭି ପରଦାରୁ ଦୂରେଇ ରହି ଚାଷ କରୁଛନ୍ତି

anas

Advertisment

ମୁମ୍ବାଇ: ଷ୍ଟାରପ୍ଲସ୍‌ର ହିଟ୍‌ ଧାରାବାହିକ ‘ଦୀୟା ଔର ବାତୀ ହମ୍‌’ରେ ସୂରଜ ଭୂମିକାରେ ଅଭିନୟ କରିଥିବା ଅନସ୍ ରଶିଦ୍ ବହୁତ ଦିନ ହେଲାଣି ଟେଲିଭିଜନ୍ ପରଦାରୁ ଦୂରେଇ ରହିଛନ୍ତି। ସେ ମୁମ୍ବାଇରୁ ନିଜ ଗାଁକୁ ଫେରିଯାଇ ଚାଷ କାମରେ ବ୍ୟସ୍ତ ଅଛନ୍ତି।

Advertisment

https://www.instagram.com/p/BlmrXZcD0mC/?utm_source=ig_web_copy_link

ସୂଚନା ଅନୁଯାୟୀ, ସେ ଏବେ ପଞ୍ଜାବର ମାଲେରକୋଟଲାରେ ଚାଷ କରୁଛନ୍ତି। କିଛିଦିନ ପୂର୍ବରୁ ଏକ ସାକ୍ଷାତକାରରେ ଅନସ କହିଥିଲେ ଯେ ସେ ଅଭିନୟରୁ ୫ ବର୍ଷର ବ୍ରେକ୍ ନେଇଛନ୍ତି ଓ ଏବେ ଜଣେ ପେସାଦାର ଚାଷୀ ହୋଇଯାଇଛନ୍ତି। ତାଙ୍କୁ ଚାଷ କାମ କରିବାକୁ ବହୁତ ଭଲ ଲାଗୁଛି ଓ ଟ୍ରାକ୍ଟର ଚଲାଇବାକୁ ବି ବେଶ୍ ମଜା ଲାଗୁଛି। ଚାଷ ପାଇଁ ତାଙ୍କୁ ତାଙ୍କ ପରିବାରର ସମର୍ଥନ ମଧ୍ୟ ମିଳିଛି।

https://www.instagram.com/p/B559zWDAq_d/?utm_source=ig_web_copy_link

‌ଅଭିନୟରୁ ଦୂରେଇବା ପରେ ସେ ୨୦୧୭ରେ ନିଜଠୁ ବହୁତ ସାନ ହୀନା ଇକ୍‌ବାଲ୍‌ଙ୍କୁ ବିବାହ କରିଥିଲେ। ଗତବର୍ଷ ସେମାନଙ୍କର ଏକ ଝିଅ ହୋଇଛି। ଝିଅ ହେବା ପରେ ଏକ ସାକ୍ଷାତକାରରେ ଅନସ କହିଥିଲେ ଯେ ସେ ଆଉ ଟେଲିଭିଜନ୍ ପରଦାକୁ ଫେରିବା କଥା ଭାବୁ ନାହାନ୍ତି।

Advertisment

ସୂଚନାଯୋଗ୍ୟ, ଅନସ ଟେଲି କୁଇନ୍‌ ଏକ୍‌ତା କପୁରଙ୍କ ସିରିଏଲ୍ ‘କହିଁ ତ ହୋଗା’ରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ପୃଥ୍ୱୀରାଜ୍‌ ଚୌହାନ୍’, ‘କ୍ୟା ହୋଗା ନିମ୍ମୋ କା’ ଓ ‘ଦୀୟା ଔର୍‌ ବାତୀ ହମ୍‌’ ପରି ଧାରାବାହିକରେ କାମ କରିଥିଲେ। ଅଭିନୟ ବ୍ୟତୀତ ଅନସ ଭଲ ଗୀତ ଗାଆନ୍ତି। ତାଙ୍କୁ ଆରବି, ଉର୍ଦ୍ଦୁ ଓ ପାର୍ସୀ ଭାଷା ମଧ୍ୟ ଜଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe