Advertisment

ଲକଡାଉନ୍ ବେଳେ ବାହା ହେଲେ ସାଉଥ୍ ଷ୍ଟାର୍ ନିଖିଲ୍ ସିଦ୍ଧାର୍ଥ

ମୁମ୍ବାଇ: ଦେଶରେ ଏବେ କରୋନା ଭାଇରସ୍ ପାଇଁ ଲକଡାଉନ୍ ଚାଲିଛି। ଦେଶର ସବୁ କିଛି କାମ ବନ୍ଦ ରହିଛି। ଏଥି ମଧ୍ୟରେ ତେଲୁଗୁ ଅଭିନେତା ନିଖିଲ୍ ସିଦ୍ଧାର୍ଥଙ୍କର ବାହାଘର ହୋଇଯାଇଛି। ସେ ତାଙ୍କ ପ୍ରେମିକା ଡାଃ. ପଲ୍ଲବୀ ବର୍ମାଙ୍କୁ ବିବାହ କରିଛନ୍ତି। ସରକାରୀ ନିୟମ ପାଳନ କରି ହାଇଦ୍ରାବାଦସ୍ଥିତ ନିଖିଲଙ୍କ ଫାର୍ମହାଉସରେ ସେମାନଙ୍କ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ସୂଚନା ମୁତାବକ ଗତ ଫେବୃଆରୀରେ ଏମାନଙ୍କର ନିର୍ବନ୍ଧ ହୋଇଥିଲା ଏବଂ ଏପ୍ରିଲରେ ବିବାହ କରିବାକୁ ଯୋଜନା କରାଯାଇଥିଲା, […]

ଅଦ୍ୟତନ ହୋଇଛି
ଲକଡାଉନ୍ ବେଳେ ବାହା ହେଲେ ସାଉଥ୍ ଷ୍ଟାର୍ ନିଖିଲ୍ ସିଦ୍ଧାର୍ଥ

nikhil

Advertisment

ମୁମ୍ବାଇ: ଦେଶରେ ଏବେ କରୋନା ଭାଇରସ୍ ପାଇଁ ଲକଡାଉନ୍ ଚାଲିଛି। ଦେଶର ସବୁ କିଛି କାମ ବନ୍ଦ ରହିଛି। ଏଥି ମଧ୍ୟରେ ତେଲୁଗୁ ଅଭିନେତା ନିଖିଲ୍ ସିଦ୍ଧାର୍ଥଙ୍କର ବାହାଘର ହୋଇଯାଇଛି। ସେ ତାଙ୍କ ପ୍ରେମିକା ଡାଃ. ପଲ୍ଲବୀ ବର୍ମାଙ୍କୁ ବିବାହ କରିଛନ୍ତି। ସରକାରୀ ନିୟମ ପାଳନ କରି ହାଇଦ୍ରାବାଦସ୍ଥିତ ନିଖିଲଙ୍କ ଫାର୍ମହାଉସରେ ସେମାନଙ୍କ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ସୂଚନା ମୁତାବକ ଗତ ଫେବୃଆରୀରେ ଏମାନଙ୍କର ନିର୍ବନ୍ଧ ହୋଇଥିଲା ଏବଂ ଏପ୍ରିଲରେ ବିବାହ କରିବାକୁ ଯୋଜନା କରାଯାଇଥିଲା, କିନ୍ତୁ ଲକଡାଉନ୍ ଯୋଗୁ ବିବାହକୁ ସ୍ଥଗିତ ରଖିବାକୁ ପଡ଼ିଲା।

Advertisment

https://www.instagram.com/p/CAJ2HwAJGRh/?utm_source=ig_web_copy_link

ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ ଅବଧି ସମ୍ପ୍ରସାରଣ ତଥା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ବିଷୟରେ ସୂଚନା ଦେଇଥିଲେ। ତେବେ ଏହି ଖବର ପରେ ଅଭିନେତାଙ୍କ ପରିବାର ସ୍ଥଗିତ ଥିବା ବିବାହକୁ ସମ୍ପୂର୍ଣ୍ଣ କରିବା ସ୍ଥିର କରିଥିଲେ। ଏବଂ ଗୁରୁବାର ତଥା ଆଜି ସକାଳେ ବାହାଘର ସମ୍ପନ୍ନ ହୋଇଯାଇଛି। ବାହାଘର ସମାରୋହର ଫଟୋ ସବୁ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଗତକାଲି ନିଖିଲ୍ ହଲଦି ସମାରୋହର ଫଟୋ ଇନଷ୍ଟାଗ୍ରାମରେ ଶେଆର୍ କରିଥିଲେ।

https://www.instagram.com/p/CAIrCg7jOb7/?utm_source=ig_web_copy_link

କିଛି ଦିନ ପୂର୍ବରୁ ନିଖିଲ ଇନଷ୍ଟାଗ୍ରାମରେ ନିଜର ଏବଂ ପତ୍ନୀ ପଲ୍ଲଭିଙ୍କ ଫଟୋ ଶେଆର୍ କରିଥିଲେ। କ୍ୟାପସନରେ ସେ ଲେଖିଥିଲେ, ‘ଶୀଘ୍ର ଏକାଠି ହେବା। କିନ୍ତୁ ବର୍ତ୍ତମାନ ପାଇଁ, ଦୂରରୁ ତୁମକୁ ଭଲ ପାଏ।"

Advertisment

https://www.instagram.com/p/B_fFKzbDSPo/?utm_source=ig_web_copy_link

ଫେବୃଆରୀ ୨୦୨୦ରେ ନିଖିଲ ଏବଂ ପଲ୍ଲାଭିଙ୍କର ଏକ ବିଶାଳ ନିର୍ବନ୍ଧ ସମାରୋହ ହୋଇଥିଲା। ପଲ୍ଲବୀ ପେସାରେ ଜଣେ ଡାକ୍ତର ଏବଂ ଏହି ଲଭବର୍ଡ୍ସଙ୍କର ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ଥିବା କୁହାଯାଉଛି। ତେବେ ଆଜି ସକାଳେ କେବଳ ଉଭୟଙ୍କ ପରିବାର ବର୍ଗଙ୍କ ଉପସ୍ଥିତିରେ ବିବାହ ସମ୍ପ୍ପନ୍ନ ହୋଇଛି।

https://www.instagram.com/p/CAJ1xOaFZsy/?utm_source=ig_web_copy_link

ସୂଚନାଯୋଗ୍ୟ, ଅଭିନେତା ନିଖିଲ ସିଦ୍ଧାର୍ଥ ଶେଖର କାମମୁଲାଙ୍କ କଲେଜ ଡ୍ରାମା ‘ହାପି ଡେ’ (୨୦୦୭) ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ। ଏହାପରେ ସେ ‘ୟୁବାଥା’, ‘ଆଲସ୍ୟମ୍ ଅମୃତମ୍’, ‘ଭିଦୁ ଥେଡ଼ା’, ସ୍ୱାମୀ ରା ରା, ‘କାର୍ତ୍ତିକେୟ’, ‘ସୂର୍ଯ୍ୟ ଭର୍ସେଜ ସୂର୍ଯ୍ୟ’, କେଶଭ, କିରକ୍ ପାର୍ଟି ଏବଂ ଅର୍ଜୁନ ସୁରଭରମ୍ ଭଳି ଅନେକ ସୁୁପରହିଟ୍ ଫିଲ୍ମରେ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe