ଦଲାଇ ଲାମା
ତିବ୍ଦତର ଧାର୍ମିକ ନେତା ଦଲାଇ ଲାମା ୯୦ ବର୍ଷ ବୟସରେ ନିଜର ପ୍ରଥମ ଗ୍ରାମୀ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ଶାନ୍ତି ଓ ପ୍ରତିଛବର ବାର୍ତ୍ତା ବାହାକ ସାଜିଥିବା ଦଲାଇ ଲାମାଙ୍କ ଜୀବନକାଳ ମଧ୍ୟରେ ଏହା ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ ଭାବେ ଉଭା ହୋଇଛି।
ଦଲାଇ ଲାମାଙ୍କ ଶବ୍ଦର ଆଲବମ Meditations: The Reflections of His Holiness the Dalai Lamaକୁ ୬୮ତମ ବାର୍ଷିକ ଗ୍ରାମୀ ଆୱାର୍ଡର ଶ୍ରେଷ୍ଠ ଅଡିଓ ବୁକ, ନାରେସନ ଓ ଷ୍ଟୋରୀଟେଲିଂ ରେକର୍ଡିଂରେ ଏପରି ସଫଳତା ମିଳିଛି।
ବିଶ୍ୱ ସ୍ରୋତାଙ୍କ ଉପରେ ଦଲାଇ ଲାମାଙ୍କ ନିରନ୍ତର ପ୍ରଭାବ ରହିଥିବା ଏହି ସମ୍ମାନ ସଙ୍କେତ ଦେଇଛି। ସଂଗୀତ ଜବତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଭାବେ ବିବେଚନା କରାଯାଏ। ତେଣୁ ଦଲାଇ ଲାମାଙ୍କୁ ଗ୍ରାମୀ ସମ୍ମାନ ମିଳିବା ତାଙ୍କ ସ୍ୱର ବିଶ୍ୱରେ ପ୍ରଭାବ ପକାଇଥିବା ସ୍ପଷ୍ଟ କରୁଛି।
ଦଲାଇ ଲାମାଙ୍କ ବ୍ୟତୀତ ଏହି ବର୍ଗର ସମ୍ମାନ ପାଇଁ ଦୌଡ଼ରେ କାଥୀ ଗାର୍ଭେର, ଟ୍ରେଭୋର ନୋଆହ, କେଟଞ୍ଜି ବ୍ରାଉନ ଜ୍ୟାକସନ ଓ ଫାବ ମୋରଭାବନ ପ୍ରମୁଖ ରହିଥିଲେ। ସମସ୍ତଙ୍କୁ ପଛରେ ପକାଇ ଦଲାଇ ଲାଲା ସମ୍ମାନଜନକ ଗ୍ରାମୀ ଆୱାର୍ଡ ଜିତିଛନ୍ତି।
ଆମେରିକାର ଲସ ଆଞ୍ଜେଲସରେ ଆୟୋଜିତ ପୁରସ୍କାର ଉତ୍ସବରେ ମନୋରଞ୍ଜନ ଦୁନିଆର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। କଥିତ ଭାଷା ବର୍ଗରେ ଦଲାଇ ଲାମା ବିଜୟୀ ହେବା ସଂଗୀତ ଦୁନିଆ ବାହାରେ ଥିବା ଜଣେ ବ୍ୟକ୍ତିଙ୍କ ପାଇଁ ବଡ଼ ସଫଳତା।
ପ୍ରଥମଥର ପାଇଁ ମନୋରଞ୍ଜନ ଦୁନିଆ ବାହାରେ ଥିବା ଜଣେ ବ୍ୟକ୍ତି ଏପରି ଗ୍ରାମୀ ଆୱାର୍ଡ ପାଇ ନାହାନ୍ତି। ଏହାପୂର୍ବରୁ ବାରାକ ଓବାମା ୨୦୦୬ରେ ଶ୍ରେଷ୍ଠ କଥିତ ଶବ୍ଦ ଆଲବମ ଡ୍ରିମ୍ସ ଫର୍ମ ପମାଇଁ ଫାଦର ଓ ୨୦୦୮ରେ The Audacity of Hope ପାଇଁ ଦୁଇ ଥର ଗ୍ରାମୀ ପୁରସ୍କାର ଜିତିଥିଲେ। ଆଇପୋଡରେ ସଂଗୀତ ପ୍ରତି ଅବଦାନ ପାଇଁ ୨୦୧୨ରେ ଷ୍ଟିଭ ଜବ୍ସ ମରୋଣତ୍ତୋର ଟ୍ରଷ୍ଟି ଗ୍ରାମୀ ସମ୍ମାନ ଜିତିଥିଲେ।
ଏବେ ଦଲାଇ ଲାମା ନିଜକୁ ସେହି ବର୍ଗରେ ସାମିଲ କରି ଗ୍ରାମୀ ପୁରସ୍କାର ୯୦ ବର୍ଷ ବୟସରେ ଜିତିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/02/dalai-lama-2026-02-02-15-13-53.jpg)