Advertisment

କୃଷ୍ଣଙ୍କ ପରେ ଚନ୍ଦୁଙ୍କ ପାଳି, ଛାଡ଼ିଲେ କପିଲଙ୍କ ହାତ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ପରେ ପଡ଼ିଛି ଚଡ଼କ । ଭାଙ୍ଗିବାରେ ଲାଗିଛି ତାଙ୍କ ଲାଫ୍ଟର ଟିମ୍‌ । ଜଣକ ପରେ ଜଣେ ଆକ୍ଟର ଛାଡ଼ିବାରେ ଲାଗିଛନ୍ତି କପିଲଙ୍କ ଶୋ’। ପୂର୍ବରୁ କୃଷ୍ଣ ଅଭିଷେକ ଓ ଭାରତୀ କପିଲଙ୍କ ହାତ ଛାଡ଼ି ସାରିଥିବା ବେଳେ ଏବେ କପିଲଙ୍କୁ ଏକା କରିଦେଲେ ଚନ୍ଦୁ ଓରଫ ଚନ୍ଦନ ପ୍ରଭାକର। ଏନେଇ ଚନ୍ଦନ ଅଫିସିଆଲି ଘୋଷଣା କରି ସାରିଛନ୍ତି। କିଛି ମାସର ବ୍ରେକ୍‌ ପରେ ଦର୍ଶକଙ୍କୁ ହସାଇବାକୁ ଆସନ୍ତା ୧୦ […]

ଅଦ୍ୟତନ ହୋଇଛି
କୃଷ୍ଣଙ୍କ ପରେ ଚନ୍ଦୁଙ୍କ ପାଳି, ଛାଡ଼ିଲେ କପିଲଙ୍କ ହାତ

kapil-&-chandu

Advertisment

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ପରେ ପଡ଼ିଛି ଚଡ଼କ । ଭାଙ୍ଗିବାରେ ଲାଗିଛି ତାଙ୍କ ଲାଫ୍ଟର ଟିମ୍‌ । ଜଣକ ପରେ ଜଣେ ଆକ୍ଟର ଛାଡ଼ିବାରେ ଲାଗିଛନ୍ତି କପିଲଙ୍କ ଶୋ’। ପୂର୍ବରୁ କୃଷ୍ଣ ଅଭିଷେକ ଓ ଭାରତୀ କପିଲଙ୍କ ହାତ ଛାଡ଼ି ସାରିଥିବା ବେଳେ ଏବେ କପିଲଙ୍କୁ ଏକା କରିଦେଲେ ଚନ୍ଦୁ ଓରଫ ଚନ୍ଦନ ପ୍ରଭାକର। ଏନେଇ ଚନ୍ଦନ ଅଫିସିଆଲି ଘୋଷଣା କରି ସାରିଛନ୍ତି।

Advertisment

କିଛି ମାସର ବ୍ରେକ୍‌ ପରେ ଦର୍ଶକଙ୍କୁ ହସାଇବାକୁ ଆସନ୍ତା ୧୦ ତାରିଖରେ ନିଜ ନୂଆ ଟିମ୍‌ ସହ ଟିଭି ପରଦାକୁ ଆସିଲେ କପିଲ ଶର୍ମା । ହେଲେ ଏଥର ଶୋ’ରେ ବହୁ ପୁରୁଣା ଚେହେରା ସାଙ୍ଗକୁ ନୂଆ ଚେହେରା ବି ସାମିଲ ହୋଇଛନ୍ତି। ଏଥର କିନ୍ତୁ କପିଲଙ୍କ ଶୋ’ରେ ଆଉ ଶୁଣିବାକୁ ମିଳିବନି ଚନ୍ଦୁଙ୍କ ଚୁଟକଲି। କପିଲ ଓ ଚନ୍ଦୁ ଛୋଟ ଦିନର ସାଙ୍ଗ ହୋଇଥିବା ବେଳେ ତାଙ୍କ ଏପରି ନିଷ୍ପତ୍ତି ଫ୍ୟାନ୍ସଙ୍କୁ ଝଟକା ଦେଇଛି।

[caption id="attachment_764765" align="aligncenter" width="650"]kapil-sharma କପିଲ ଶର୍ମା ।[/caption]

Advertisment

ରିପୋର୍ଟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇନାହିଁ। ଚନ୍ଦୁ କେବଳ ଏକ ବ୍ରେକ୍‌ ଚାହୁଁଛନ୍ତି। ଚନ୍ଦୁ ଚାୟେବାଲେ କ୍ୟାରେକ୍ଟରରେ ସେ ବୋର ହୋଇଯାଇଥିବାରୁ ଏଥିରୁ ବାହାରିବାକୁ ଚାହୁଁଥିବା କହିଛନ୍ତି ଚନ୍ଦନ ପ୍ରଭାକର । ଶୋ’ ଛାଡ଼ିବା ପଛରେ ଏହାବାଦ ସେପରି କୌଣସି ଖାସ୍‌ କାରଣ  ନ ଥିବା ସେ ସ୍ପଷ୍ଟ କରିଛନ୍ତି।

କପିଲଙ୍କ ନୂଆ ଶୋ’ର ପ୍ରୋମୋ ଆସି ସାରିଥିବା ବେଳେ ସେଥିରେ ଚନ୍ଦନଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ କ୍ୟାରେକ୍ଟରକୁ ପ୍ରମୋଶନ ଦିଆଯାଇଥିଲା। ଅର୍ଥାତ ତାଙ୍କର ପତ୍ନୀ, ପିଲା ବି ନଜର ଆସିଥିଲେ। ତେବେ ଏହାପରେ ବି ସେ ଶୋ’କୁ ଅଲବିଦା କହିବା ଘଟଣା ଫ୍ୟାନ୍ସଙ୍କ ହଜମ ହେଉନି।  ଚନ୍ଦନଙ୍କ ପୂର୍ବରୁ କୃଷ୍ଣ ଅଭିଷେକ ଓ ଭାରତୀ କପିଲଙ୍କ ଶୋ’ ଛାଡ଼ିବା କନଫର୍ମ କରି ସାରିଲେଣି।

କପିଲଙ୍କ ନୂଆ ଶୋ’ରେ ଅର୍ଚ୍ଚନା ପୂରନସିଂ ଜଜ ସିଟ୍‌ରେ ବସିଥିବାର ଦେଖିବାକୁ ମିଳିବ । ତାଙ୍କ ବାଦ ସିଦ୍ଧାର୍ଥ ସାଗର, ସୁମୋନା ଚର୍କବର୍ତ୍ତୀ, କିକୁ ସାରଦା, ସୃଷ୍ଟି ରୋଡେ ପ୍ରମୁଖ ଏହି ଶୋ’ରେ ନଜର ଆସିବେ। ଏହି ଶୋ’ର ପ୍ରଥମ ଏପିସୋଡ ଅକ୍ଷୟ କୁମାରଙ୍କ ସହ ସୁଟ୍‌ ହୋଇସାରିଥିବା ଜଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe