Advertisment

ଛୋଟ ପରଦାର ନାନା ପାଟେକରଙ୍କ ଆତ୍ମହତ୍ୟା ଉଦ୍ୟମ, ପାର୍ଟନର କହିଲେ- ମରିବାକୁ ଛାଡ଼ିଦିଅ...

ଲିଭ୍‌-ଇନ୍‌- ପାର୍ଟନରଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ଛୋଟ ପରଦାର ନାନା ପାଟେକର । ପୁଲିସ୍‌ ଠିକ୍‌ ସମୟରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଏବେ ସେ ସୁରକ୍ଷିତ ଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
actor

actor

Advertisment

ଲିଭ୍‌-ଇନ୍‌- ପାର୍ଟନରଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ଛୋଟ ପରଦାର ନାନା ପାଟେକର । ପୁଲିସ୍‌ ଠିକ୍‌ ସମୟରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଏବେ ସେ ସୁରକ୍ଷିତ ଥିବା ଜଣାଯାଇଛି। ତେବେ ଏନେଇ ପୁଲିସ୍ ତାଙ୍କ ଲିଭ୍‌-ଇନ୍‌- ପାର୍ଟନରଙ୍କୁ ଫୋନ୍‌ କରି ଡାକିବାରୁ ଏପରି ଲୋକଙ୍କୁ ମରିବାକୁ ଛାଡ଼ିଦିଅ ବୋଲି କହି ସେ ଫୋନ୍‌ କାଟିଦେଲେ। ଏପରି ଅଘଟଣ ମହାନଗରୀ ମୁମ୍ବାଇରେ ଘଟିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା କଳାକାର ହେଉଛନ୍ତି ଛୋଟ ପରଦାର ନାନା ପାଟେକର ନାଁରେ ପରିଚିତ ତୀର୍ଥନନ୍ଦ ରାଓ ।

Advertisment

ଗତକାଲି ତୀର୍ଥନନ୍ଦ ରାଓ ମୀରା ରୋଡ଼ସ୍ଥିତ ନିଜ ଫ୍ଲାଟରେ ଫେସବୁକ୍‌ରେ ଲାଇଭ କରି ସୁଇସାଇଡ କରିବାକୁ କିଛି ବିଷାକ୍ତ ଜିନିଷ ଖାଇ ଦେଇଥିଲେ। ନିଜ ଆତ୍ମହତ୍ୟା ପାଇଁ ସେ ନିଜ ଲିଭ-ଇନ୍‌- ପାର୍ଟନରଙ୍କୁ ଦାୟୀ କରିଥିଲେ। ମାତ୍ର ପୁଲିସ୍‌ ଠିକ୍‌ ସମୟରେ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା।

ତୀର୍ଥନନ୍ଦ କହିଛନ୍ତି, ଉକ୍ତ ମହିଳାଙ୍କ ନିର୍ଯାତନା ଯୋଗୁ ମୁଁ ଏବେ ଆଉ ବଞ୍ଚିବାକୁ ଚାହୁଁନି। ପୁଲିସ୍‌ ଠିକ୍‌ ସମୟରେ ଉଦ୍ଧାର କରି ନ ଥିଲେ ହୁଏତ ଆଜି ମୁଁ ମେଡିକାଲ ବେଡରେ ନ ଥାନ୍ତି।

Advertisment

ସେ କହିଛନ୍ତି, ଉକ୍ତ ମହିଳାଙ୍କ ଯୋଗୁ ମୁଁ ମୋ’ ନିଜ ଘରକୁ ଯାଇପାରୁନି, ଫୁଟପାଥ୍‌ରେ ଶୋଉଛି। ସେ ମୋ’ ଉପରେ ମିଥ୍ୟା ଆରୋପ ଲଗାଇ ଥାନରେ ମାମଲା ରୁଜୁ କରିଛନ୍ତି। ଏହାକୁ ଉଠାଇବାକୁ ସେ ମୋ’ ଘରର ଅଧା ଅଂଶ ଚାହୁଁଛନ୍ତି। ମୁଁ ତାଙ୍କୁ ଲକ୍ଷେ ଟଙ୍କିଆ ଫୋନ୍‌ ଦେଇ ସାରିଛି। ଏହା ସତ୍ତ୍ୱେ ସେ ଆହୁରି ଅଧିକ ଟଙ୍କା ଚାହୁଁଛନ୍ତି। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ମୁଁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଏଥିପାଇଁ ଲଜ୍ଜିତ ଅନୁଭବ କରୁଛି।

ଉକ୍ତ ମହିଳାଜଣକ ମୋ’ ଉପରେ ଲଗାଇଥିବା କେସ୍‌ ପ୍ରତ୍ୟାହାର କରିନେଲେ ମୁଁ ଶାନ୍ତିରେ ବଞ୍ଚି ପାରିବି । ନଚେତ କାମରେ ଧ୍ୟାନକେନ୍ଦ୍ରିତ କରିପାରୁନି। ମୋର ପାଖରେ ଥିବା ସବୁ ଟଙ୍କା ସରିଗଲାଣି।

ପୁଲିସ୍‌ ଉକ୍ତ ମହିଳାଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିବା ସହ ମେଡିକାଲରେ ପହଞ୍ଚିବାକୁ କହିବାରୁ ସେ ଓଲଟା ବର୍ଷିଥିଲେ। ସେ କହିଥିଲେ, ଏପରି ଲୋକକୁ ମରିବାକୁ ଦିଅ, ମୁଁ ସେମିତିରେ ବି ତାଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇ ସାରିଥିଲି। ଏହା ଶୁଣି ପୁଲିସ୍‌ ଅବାକ ହୋଇଯାଇଛି।

ତେବେ ତୀର୍ଥନନ୍ଦ ଏବେ ବିପଦମୁକ୍ତ ଥିବା ବେଳେ ଆଉ କିଛି ଦିନ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଡାକ୍ତର କହିଛନ୍ତି।

Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe