Advertisment

କପିଲ୍‌ଙ୍କ ମୁହଁ ବନ୍ଦ କରି ଦେଲେ ଉଦିତ୍‌ ନାରାୟଣ

ମୁମ୍ୱାଇ: ‘ଦ କପିଲ ଶର୍ମା ଶୋ’ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି। ଏହି ଶୋ’ ଲଗାତାର ଭାବେ ଟିଆର୍‌ପି ତାଲିକାରେ ଟପ୍‌ ୫ରେ ରହି ନିଜ ରେକର୍ଡ ବଜାୟ ରଖିଛି। କପିଲଙ୍କ ଶୋ’ର ପ୍ରତି ଏପିସୋଡ୍‌ରେ ବଡ଼ ବଡ଼ ସେଲେବ୍ରିଟିଙ୍କୁ ଦେଖିବାକୁ ମିଳେ। ଏହି କ୍ରମରେ ଗତ ସପ୍ତାହରେ କପିଲଙ୍କ ଶୋ’ରେ ଜଣାଶୁଣା ଗାୟକ ଉଦିତ୍‌ ନାରାୟଣ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ମଜା ମଜାରେ କପିଲଙ୍କ ଏପରି ଏକ ସିକ୍ରେଟ୍‌ କଥା କହିଥିଲେ, ଯାହାକୁ […]

ଅଦ୍ୟତନ ହୋଇଛି
କପିଲ୍‌ଙ୍କ ମୁହଁ ବନ୍ଦ କରି ଦେଲେ ଉଦିତ୍‌ ନାରାୟଣ

kkk

Advertisment

ମୁମ୍ୱାଇ: ‘ଦ କପିଲ ଶର୍ମା ଶୋ’ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି। ଏହି ଶୋ’ ଲଗାତାର ଭାବେ ଟିଆର୍‌ପି ତାଲିକାରେ ଟପ୍‌ ୫ରେ ରହି ନିଜ ରେକର୍ଡ ବଜାୟ ରଖିଛି। କପିଲଙ୍କ ଶୋ’ର ପ୍ରତି ଏପିସୋଡ୍‌ରେ ବଡ଼ ବଡ଼ ସେଲେବ୍ରିଟିଙ୍କୁ ଦେଖିବାକୁ ମିଳେ। ଏହି କ୍ରମରେ ଗତ ସପ୍ତାହରେ କପିଲଙ୍କ ଶୋ’ରେ ଜଣାଶୁଣା ଗାୟକ ଉଦିତ୍‌ ନାରାୟଣ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ମଜା ମଜାରେ କପିଲଙ୍କ ଏପରି ଏକ ସିକ୍ରେଟ୍‌ କଥା କହିଥିଲେ, ଯାହାକୁ ଶୁଣିବା ପରେ ତାଙ୍କ ମୁହଁ ବନ୍ଦ ହୋଇଯାଇଥିଲା। ଏହି ଭିଡିଓକୁ କପିଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍‌ କରିଛନ୍ତି।

Advertisment

ଉଦିତ୍‌ ଶୋ’କୁ ଆସିବା ପରେ କପିଲ୍‌ ତାଙ୍କ ଚେହେରାକୁ ଦେଖି ଖୁବ୍ ପ୍ରଶଂସା କରିଥିଲେ ଓ କହିଥିଲେ, “ଆପଣଙ୍କ ସ୍ୱର ସହିତ ଆପଣଙ୍କ ଚେହେରା ବି ବହୁତ ସୁନ୍ଦର। ଆପଣଙ୍କ ଚେହେରା ଦେଖି ଲାଗୁଛି ଯେ ଆପଣ କେବେ କାହାଠୁ ପଇସା ମାରି ନଥିବେ। କିନ୍ତୁ ଆପଣଙ୍କ ପଇସାକୁ ସମସ୍ତେ ମାରି ନେଇଥିବେ।” କପିଲଙ୍କର ଏହି କଥା ଶୁଣିବା ପରେ ଦର୍ଶକେ ଖୁବ୍ ହସିଥିଲେ।

https://www.instagram.com/p/B3hYuyUASO1/?utm_source=ig_web_copy_link

କପିଲଙ୍କର ଏହି କଥା ଶୁଣି ଉଦିତ୍‌ ନାରାୟଣ କହିଥିଲେ, ”ଆପଣ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଶୁଣିଛି, ଆପଣ ଗୋଟିଏ ଗୋଟିଏ ଏପିସୋଡ୍‌ ପାଇଁ କୋଟିଏ ଟଙ୍କା ନେଉଛନ୍ତି।” ଅବଶ୍ୟ ସେ ଥଟ୍ଟାରେ ଏ କଥା କହିଥିଲେ। ତେବେ ଉଦିତ୍‌ଙ୍କର ଏହି କଥା ଶୁଣି କପିଲ ପାଟି ବନ୍ଦ ହୋଇଯାଇଥିଲା ଓ ସେ ହସି ଥିଲେ।  ତେବେ କପିଲ୍‌ ଗୋଟିଏ ଏପିସୋଡ୍‌କୁ କୋଟିଏ ଟଙ୍କା ନେଉଥିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe