Advertisment

ପିଲାଦିନେ ବାପା ନୁହେଁ , ଏହି ବ୍ୟକ୍ତିଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ ସଲ୍‌ମାନ୍‌

ମୁମ୍ବାଇ: ସମସ୍ତେ ଜାଣନ୍ତି ସଲ୍‌ମାନ୍‌ ତାଙ୍କ ବାପାଙ୍କୁ ଖୁବ୍‌ ମାନନ୍ତି, ଭଲପାଆନ୍ତି ଓ ସମ୍ମାନ ବି କରନ୍ତି।  ସେ ଯାହା ବି କରନ୍ତି ନିଜ ବାପାଙ୍କୁ ପଚାରି କରନ୍ତି। ତାଙ୍କ ଜୀବନରେ ତାଙ୍କ ବାପା ମା’ଙ୍କ ଗୁରୁତ୍ୱ ଖୁବ୍‌ ଅଧିକ। କିନ୍ତୁ ଏମିତି ଦିନ ଥିଲା ଯେବେ ସଲ୍‌ମାନ୍‌ ଓ ତାଙ୍କ ଭାଇ ସୋହେଲ୍‌, ଅର୍‌ବାଜ୍‌ ତାଙ୍କ ବାପାଙ୍କ ଠାରୁ ସେହି ବ୍ୟକ୍ତି ଜଣକୁ ଅଧିକ ଗୁରୁତ୍ୱ ଓ ଭଲ ପାଉଥିଲେ। ଯେତେବେଳେ ସେ ତାଙ୍କ ଘରକୁ […]

ଅଦ୍ୟତନ ହୋଇଛି
ପିଲାଦିନେ ବାପା ନୁହେଁ , ଏହି ବ୍ୟକ୍ତିଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ ସଲ୍‌ମାନ୍‌

Untitled-1

Advertisment

ମୁମ୍ବାଇ: ସମସ୍ତେ ଜାଣନ୍ତି ସଲ୍‌ମାନ୍‌ ତାଙ୍କ ବାପାଙ୍କୁ ଖୁବ୍‌ ମାନନ୍ତି, ଭଲପାଆନ୍ତି ଓ ସମ୍ମାନ ବି କରନ୍ତି।  ସେ ଯାହା ବି କରନ୍ତି ନିଜ ବାପାଙ୍କୁ ପଚାରି କରନ୍ତି। ତାଙ୍କ ଜୀବନରେ ତାଙ୍କ ବାପା ମା’ଙ୍କ ଗୁରୁତ୍ୱ ଖୁବ୍‌ ଅଧିକ। କିନ୍ତୁ ଏମିତି ଦିନ ଥିଲା ଯେବେ ସଲ୍‌ମାନ୍‌ ଓ ତାଙ୍କ ଭାଇ ସୋହେଲ୍‌, ଅର୍‌ବାଜ୍‌ ତାଙ୍କ ବାପାଙ୍କ ଠାରୁ ସେହି ବ୍ୟକ୍ତି ଜଣକୁ ଅଧିକ ଗୁରୁତ୍ୱ ଓ ଭଲ ପାଉଥିଲେ। ଯେତେବେଳେ ସେ ତାଙ୍କ ଘରକୁ ଆସୁଥିଲେ, ତାଙ୍କ ନାଁ ନେଇ ସମସ୍ତେ ଦୌଡ଼ି ଯାଉଥିଲେ।

Advertisment

ଜାଣିଛନ୍ତି  ସେ କିଏ।  ସେ ହେଉଛନ୍ତି ଗଣେଶ ନାମକ ଜଣେ ବ୍ୟକ୍ତି। ତାଙ୍କ ଘରକୁ ସେତେବେଳେ ଗଣେଶ ନାମକ ଜଣେ ବ୍ୟକ୍ତି ଆସୁଥିଲେ। ଯାହାକୁ ତିନି ଭାଇ ଅପେକ୍ଷା କରି ରହୁଥିଲେ। ଏହି ତିନିଭାଇ ସେତେବେଳେ ତାଙ୍କ ବାଟକୁ ଚାହିଁ ବସୁଥିଲେ। ସେ ଗଣେଶ କିଏ ଜାଣିଛନ୍ତି? ସେ କିଏ ଏକଥା ସଲିମ୍ ଖାନ୍‌ ଖୁଲାସା କରିଛନ୍ତି।

https://www.instagram.com/p/BsE8clflfPV/?utm_source=ig_web_copy_link

କପିଲ୍‌ ଶର୍ମାଙ୍କ ଶୋ’କୁ ଅତିଥି ଭାବେ ଆସିଥିବା ସମୟରେ ସଲିମ୍‌ ଏହି ପୋଲ୍‌ ଖୋଲିଥିଲେ। ସେ କହିଥିଲେ ଯେ, ‘‘ଗଣେଶ ନାମକ ଜଣେ ବ୍ୟକ୍ତି ପରୀକ୍ଷା ପ୍ରଶ୍ନ ପତ୍ର ନେଇ ଆସେ।  ତେଣୁ ସେ ଆସିବା ମାତ୍ରେ ଏମାନେ ଦୌଡ଼ି ଯାଆନ୍ତି।  ମୁଁ ଭାବେ ଏ କିଏ ଯାହାକୁ ଏତେ ସମ୍ମାନ ମିଳୁଛି। ପରେ ଜଣା ପଡ଼ିଲା ଯେ, ପରୀକ୍ଷାର ଯେଉଁ ପେପର୍‌ ଲିକ୍‌ ହେଉଥିଲା ସେ ଏମାନଙ୍କୁ ସେହି ପ୍ରଶ୍ନ ପତ୍ର ଆଣିକି ଦିଅନ୍ତି।’’

 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe