Advertisment

ବନ୍ଦ ହୋଇଯିବ ‘ଦ କପିଲ ଶର୍ମା ଶୋ’!

ମୁମ୍ବାଇ: ଆଉ ହସିବେନି ଦର୍ଶକ। ଆଉ ଶୁଣିବାକୁ ମିଳିବନି କମେଡି କିଙ୍ଗ କପିଲ ଶର୍ମାଙ୍କ କମେଡି, ସପ୍ନା ଓରଫ କ୍ରିଷ୍ଣା ଅଭିଷେକଙ୍କ ମସାଜ ଏବଂ ବଚ୍ଚା ୟାଦବ ତଥା କିକୁ ଶାରଦାଙ୍କ ଜୋକ୍। ବନ୍ଦ ହୋଇଯିବ ଛୋଟ ପରଦାରେ ପ୍ରସାରିତ ହେଉଥିବା ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’। ଏହି ଶୋ’ରେ ବଲିଉଡର ବଡ ବଡ କଳାକାରଙ୍କ ଠାରୁ ଆରମ୍ଭ କରି ଛୋଟ ପରଦାର ସମସ୍ତ ଅଭିନେତା ନିଜ ନିଜ ଫିଲ୍ମ ବା ସିରିଏଲ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବନ୍ଦ ହୋଇଯିବ ‘ଦ କପିଲ ଶର୍ମା ଶୋ’!

kapil-sharma

ମୁମ୍ବାଇ: ଆଉ ହସିବେନି ଦର୍ଶକ। ଆଉ ଶୁଣିବାକୁ ମିଳିବନି କମେଡି କିଙ୍ଗ କପିଲ ଶର୍ମାଙ୍କ କମେଡି, ସପ୍ନା ଓରଫ କ୍ରିଷ୍ଣା ଅଭିଷେକଙ୍କ ମସାଜ ଏବଂ ବଚ୍ଚା ୟାଦବ ତଥା କିକୁ ଶାରଦାଙ୍କ ଜୋକ୍। ବନ୍ଦ ହୋଇଯିବ ଛୋଟ ପରଦାରେ ପ୍ରସାରିତ ହେଉଥିବା ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’।Poster of

Advertisment

ଏହି ଶୋ’ରେ ବଲିଉଡର ବଡ ବଡ କଳାକାରଙ୍କ ଠାରୁ ଆରମ୍ଭ କରି ଛୋଟ ପରଦାର ସମସ୍ତ ଅଭିନେତା ନିଜ ନିଜ ଫିଲ୍ମ ବା ସିରିଏଲ ତଥା ମ୍ୟଜିକ ଆଲବମର ପ୍ରମୋସନ କରିଥା’ନ୍ତି। ଖାଲି ଦଶେରେ ନୁହେଁ ସମଗ୍ର ବିଶ୍ୱରେ ‘କପିଲ ଶର୍ମା ଶୋ’ର ଚାହିଦା ଢ଼େର ଅଧିକା ରହିଛି । କରୋନା ପାଇଁ କିଛି ଦିନ ବନ୍ଦ ହୋଇଥିବା ଏହି ଶୋ’ ଲକଡାଉନ ପରେ ପୁଣି ଆରମ୍ଭ ହୋଇଛି। ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି। ତେବେ ଏହି କପିଲ ଶର୍ମା ଶୋ’ର ଏହି ସିଜିନ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି। ଏନେଇ ଏକ ସୂତ୍ରରୁ ଜଣାପଡିଛି।

ଏହି ସିଜିନ ବନ୍ଦ ହେବା ପରେ ଏହାର ଦ୍ୱିତୀୟ ସିଜିନ ଖୁବଶୀଘ୍ର ଆରମ୍ଭ ହେବ। ନୂଆ ରୂପ ଏବଂ ନୂଆ ରଙ୍ଗରେ ପୁଣିଥରେ ଦର୍ଶକଙ୍କୁ ହସର ଖୋରାକ ଯୋଗାଇବେ କମେଡି କିଙ୍ଗ କପିଲ। ତେବେ ଶୋ’ର ନୂଆ ଏପିସୋଡ ପାଇଁ ଦର୍ଶକଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ।

Advertisment

ଏହି ଶୋ’ରେ କପିଲଙ୍କ ବ୍ୟତୀତ, କମେଡିଆନ ଭାରତୀ ସିଂହ, କ୍ରିଷ୍ଣା ଅଭିଷେକ, କିକୁ ଶାରଦା ଏବଂ ଅର୍ଚ୍ଚନ ପୂରନ ପ୍ରମୁଖ ଅଛନ୍ତି। ଲକଡାଉନ ପରେ ଏହି ଶୋ’ ବିନା ଦର୍ଶକ ଏବଂ କୋଭିଡ କଟକଣା ମଧ୍ୟରେ ପ୍ରସାରିତ ହେଉଛି। ତେବେ ଏହା ସତ୍ତ୍ୱେ ମଧ୍ୟ ଶୋ’ର ଚାହିଦା କମି ନାହିଁ। ପ୍ରତି ସପ୍ତାହରେ ଏହି ଶୋ’ ଟିଆରପି ରାଙ୍କରେ ଆଗରେ ରହୁଛି।

ଅଧିକ ପଢ଼ନ୍ତୁ >>ଆଶ୍ରମରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

Bollywood News Bollywood Kapil Sharma