Advertisment

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ଟିଜର୍ ରିଲିଜ୍‌

ଚେନ୍ନାଇ: ବହୁତ ଦିନ ହେଲାଣି ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଆଡ୍‌ଭେଞ୍ଚରସ୍‌ ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ଯୋଗ ଦେବା କଥା ଚର୍ଚ୍ଚାରେ ରହିଛି। ପୂର୍ବରୁ ଏହାର ଶୁଟିଂ ବେଳର କିଛି ଫଟୋ ସାମ୍ନାକୁ ମଧ୍ୟ ଆସିଥିଲା, ଯାହା ଖୁବ୍ ଭାଇରାଲ୍ ହୋଇଥିଲା। ଏଥିରେ ରଜନୀକାନ୍ତଙ୍କୁ ପୂରା ଅଲଗା ଅନ୍ଦାଜ୍‌ରେ ଦେଖିବାକୁ ମିଳିଥିଲା। ତାଙ୍କ ଫ୍ୟାନ୍‌ମାନେ ଏହି ଏପିସୋଡ୍‌ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। କାରଣ ଏହି ଏପିସୋଡ୍‌ର ପ୍ରସାରଣ […]

ଅଦ୍ୟତନ ହୋଇଛି
‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ଟିଜର୍ ରିଲିଜ୍‌

rajni

Advertisment

ଚେନ୍ନାଇ: ବହୁତ ଦିନ ହେଲାଣି ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଆଡ୍‌ଭେଞ୍ଚରସ୍‌ ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ଯୋଗ ଦେବା କଥା ଚର୍ଚ୍ଚାରେ ରହିଛି। ପୂର୍ବରୁ ଏହାର ଶୁଟିଂ ବେଳର କିଛି ଫଟୋ ସାମ୍ନାକୁ ମଧ୍ୟ ଆସିଥିଲା, ଯାହା ଖୁବ୍ ଭାଇରାଲ୍ ହୋଇଥିଲା। ଏଥିରେ ରଜନୀକାନ୍ତଙ୍କୁ ପୂରା ଅଲଗା ଅନ୍ଦାଜ୍‌ରେ ଦେଖିବାକୁ ମିଳିଥିଲା। ତାଙ୍କ ଫ୍ୟାନ୍‌ମାନେ ଏହି ଏପିସୋଡ୍‌ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। କାରଣ ଏହି ଏପିସୋଡ୍‌ର ପ୍ରସାରଣ ତାରିଖ ସାମ୍ନାକୁ ଆସିବା ସହ ଏକ ଟିଜର୍‌ ମଧ୍ୟ ରିଲିଜ୍‌ କରାଯାଇଛି।

Advertisment

https://twitter.com/BearGrylls/status/1236879115308789761?s=20

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ହୋଷ୍ଟ ବେୟର୍ ଗ୍ରିଲ୍ସ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଏହି ଟିଜର ପୋଷ୍ଟ୍ କରିଛନ୍ତି। ଏଥିରେ ରଜନୀକାନ୍ତ ଓ ସେ କର୍ଣ୍ଣାଟକର ଘଞ୍ଚ ଜଙ୍ଗଲରେ ଆକ୍ସନ୍‌ ମୁଡ୍‌ରେ ନଜର ଆସିଛନ୍ତି।

ବିୟର୍‌ ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି, “ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ସକାରାତ୍ମକତା ଓ କେବେ ହାର୍‌ ନମାନିବା ଭଳି ଜୋଶ୍ ଦେଖିବାକୁ ମିଳିବ। ସେ ସବୁ ଚ୍ୟାଲେଞ୍ଜର କଡ଼ା ମୁକାବିଲା କରିଛନ୍ତି। ଆପଣ ଏହି ଏପିସୋଡ୍ ମାର୍ଚ୍ଚ ୨୩ ସନ୍ଧ୍ୟା ୮ଟାରେ ଦେଖିପାରିବେ।”

Advertisment

publive-imageରଜନୀକାନ୍ତ ଏହି ଶୋ’ର ଶୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର୍‌ ରିଜର୍ଭ ପାର୍କରେ କରିଛନ୍ତି। ଜାନୁଆରୀ ମାସରେ ଏହି ଶୁଟିଂ ହୋଇଥିଲା। ଏହି ସ୍ଥାନରେ ଶୁଟିଂ କରିବା ପାଇଁ ଡିସ୍କୋଭରି ଚ୍ୟାନେଲ୍‌ କର୍ଣ୍ଣାଟକ ବନବିଭାଗରୁ ଅନୁମତି ଆଣିଥିଲା। ରଜନୀକାନ୍ତଙ୍କ ପରେ ଏହି ଶୋ’ରେ ଅକ୍ଷୟ କୁମାର ମଧ୍ୟ ନଜର ଆସିବେ। ସେ ମଧ୍ୟ ଏଥିପାଇଁ ଶୁଟିଂ ଶେଷ କରିସାରିଲେଣି।

publive-imageରଜନୀକାନ୍ତ ଓ ଅକ୍ଷୟଙ୍କ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଶୋ’ରେ ସାମିଲ୍‌ ହୋଇସାରିଛନ୍ତି। ଗତବର୍ଷ ଅଗଷ୍ଟ ୧୨ରେ ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ସେ ବିୟର୍‌ ଗ୍ରିଲ୍ସଙ୍କ ସହ ଉତ୍ତରାଖଣ୍ଡର ଜିମ୍‌ କର୍ବେଟ୍‌ରେ ନଜର ଆସିଥିଲେ। ପିଏମ୍‌ ମୋଦିଙ୍କର ଏହି ଏପିସୋଡ୍‌ ବେଶ୍‌ ଚର୍ଚ୍ଚାରେ ରହିଥିଲା। ତେବେ କୁହାଯାଉଛି ଯେ ରଜନୀଙ୍କୁ ଦର୍ଶକ ମୋଦିଙ୍କଠୁ ଟିକେ ଅଲଗା ଅନ୍ଦାଜରେ ଦେଖିବାକୁ ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe