Adipurush Trailer
‘ବାହୁବଳୀ’ ଫେମ୍ ତଥା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ପୂର୍ବରୁ 'ଆଦିପୁରୁଷ'ର ପୋଷ୍ଟରକୁ ନେଇ ବିବାଦ ଲାଗି ରହିଥିବା ବେଳେ ଶେଷରେ ଟ୍ରେଲରଟି ରିଲିଜ ହୋଇଛି। ‘ରାମାୟଣ’ର ପୃଷ୍ଠଭୂମିକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି।
'ଆଦିପୁରୁଷ' ଚଳଚ୍ଚିତ୍ରରେ ଦର୍ଶକ ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ପାଇବେ। ଟ୍ରେଲର ଟି-ସିରିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ରିଲିଜ ହୋଇଛି। ତେବେ ଟ୍ରେଲର ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ କୋଟି କୋଟି ଲୋକ ଏହାକୁ ପସନ୍ଦ କରିଛନ୍ତି । ଏପରିକି ଫିଲ୍ମର ଟ୍ରେଲରକୁ ନେଇ ସୋଶାଲ ମିଡ଼ିଆରେ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି।
'ଆଦିପୁରୁଷ' ଚଳଚ୍ଚିତ୍ରରେ ସାଉଥ ଅଭିନେତା ପ୍ରଭାସଙ୍କ ସହିତ କ୍ରିତି ସାନନ, ସୈଫ ଅଲି ଖାନ ଏବଂ ସନ୍ନି ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ। ପୁର୍ବରୁ ରିଲିଜ ହୋଇଥିବା ଟିଜରରେ ରାବଣ ଭୂମିକାରେ ଅଭିନୟ କରୁଥିବା ସୈଫ ଅଲି ଖାନଙ୍କ ଲୁକ୍କୁ ନେଇ ବିବାଦ ଦେଖାଦେଇଥିଲା।
'ଆଦିପୁରୁଷ' ଚଳଚ୍ଚିତ୍ର ଚଳିତ ବର୍ଷ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶନା ଓମ୍ ରାଉତ ଦେଇଛନ୍ତି। ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାର, ଓମ୍ ରାଉତ, କୃଷ୍ଣ କୁମାର, ପ୍ରସାଦ ସୁତାର ଓ ରାଜେଶ ନାୟର ଏହାର ପ୍ରଯୋଜନା କରିଛନ୍ତି। ହିନ୍ଦୀ, ତେଲୁଗୁ, ତାମିଲ ସମେତ ବିଭିନ୍ନ ଭାଷାରେ ସିନେମା ଜୁନ୍ ୧୬ରେ ସାରା ବିଶ୍ବରେ ରିଲିଜ୍ ହେବ।
୫୦୦ କୋଟିରେ ନିର୍ମିତ ‘ଆଦିପୁରୁଷ’ରେ ଆଉ ୧୦୦ କୋଟି ବିନିଯୋଗ କରାଯାଇ VFXକୁ ବଦଳା ଯାଇଥିଲା। ହଲିଉଡ ଫିଲ୍ମ ଶୈଳୀରେ ପ୍ରସ୍ତୁତ ହୋଇଛି ଏହି ବିଗ ବଜେଟ୍ ଫିଲ୍ମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1683716394.jpg)