Advertisment

ସ୍ତ୍ରୀଙ୍କ ସହ ଠୁମକା ଲଗାଇଲେ ସ୍ୱୟମ, ଭାଇରାଲ ହେଲା ଭିଡିଓ

ଭୁବନେଶ୍ୱର(ଓଡିଶା ରିପୋର୍ଟେର): ଓଲିଉଡର ହ୍ୟାଣ୍ଡସମ ଗାୟକ ସ୍ୱୟମ ପାଢ଼ୀ ସ୍ୱଭାବରେ ଲାଜକୁଳା। ବିଭିନ୍ନ ସାକ୍ଷାତକାର ହେଉ ନହେଲେ ଆୱାର୍ଡ ଶୋ, ସ୍ୱୟମ ସବୁବେଳେ ବେଶ ସାଧାରଣ ଢଙ୍ଗରେ କଥା ହେବାର ଦେଖିବାକୁ ମିଳେ। ଏବେ ଓଲିଉଡକୁ ଅନେକ ହିଟ ଗୀତ ଦେଇଥିବା ଏହି କଣ୍ଠଶିଳ୍ପୀ ଠୁମକା ଲଗାଇବାର ଦେଖିବାକୁ ମିଳିଛି। ତାମିଲ ଫିଲ୍ମ ‘ଅଲା ବୈକୁଣ୍ଠପୁରମୂଳ’ ଫିଲ୍ମର ଲୋକପ୍ରିୟ ଗୀତ ‘ବୁଟ ବମାର’ କଭର ଗୀତ ପ୍ରସ୍ତୁତ କରି ଏହି ଗୀତରେ ନାଚିଛନ୍ତି ସ୍ୱୟମ। ଯାହାର ଭିଡିଓ […]

ସ୍ତ୍ରୀଙ୍କ ସହ ଠୁମକା ଲଗାଇଲେ ସ୍ୱୟମ, ଭାଇରାଲ ହେଲା ଭିଡିଓ

dsssssssssssssss00

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟେର): ଓଲିଉଡର ହ୍ୟାଣ୍ଡସମ ଗାୟକ ସ୍ୱୟମ ପାଢ଼ୀ ସ୍ୱଭାବରେ ଲାଜକୁଳା। ବିଭିନ୍ନ ସାକ୍ଷାତକାର ହେଉ ନହେଲେ ଆୱାର୍ଡ ଶୋ, ସ୍ୱୟମ ସବୁବେଳେ ବେଶ ସାଧାରଣ ଢଙ୍ଗରେ କଥା ହେବାର ଦେଖିବାକୁ ମିଳେ। ଏବେ ଓଲିଉଡକୁ ଅନେକ ହିଟ ଗୀତ ଦେଇଥିବା ଏହି କଣ୍ଠଶିଳ୍ପୀ ଠୁମକା ଲଗାଇବାର ଦେଖିବାକୁ ମିଳିଛି।

Advertisment

ତାମିଲ ଫିଲ୍ମ 'ଅଲା ବୈକୁଣ୍ଠପୁରମୂଳ' ଫିଲ୍ମର ଲୋକପ୍ରିୟ ଗୀତ 'ବୁଟ ବମାର' କଭର ଗୀତ ପ୍ରସ୍ତୁତ କରି ଏହି ଗୀତରେ ନାଚିଛନ୍ତି ସ୍ୱୟମ। ଯାହାର ଭିଡିଓ ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଶେଆର କରିଛନ୍ତି। ଏଥିସହ ସେ ଏହି ଗୀତର କିଛି ଅଂଶ ତାଙ୍କ ଇଂଷ୍ଟାଗ୍ରାମରେ ମଧ୍ୟ ଶେଆର କରିଛନ୍ତି।

ଏହି ଭିଡିଓରେ ଯାହା ଦେଖିବାକୁ ମିଳିଛି ସ୍ୱୟମ , ତାଙ୍କ ଧର୍ମ ପତ୍ନୀ ଇପସିତା ଏବଂ ତାଙ୍କର ଜଣେ ବନ୍ଧୁ ଏହି ଗୀତରେ ନାଚୁଛନ୍ତି। ଭିଡିଓ ଟିକୁ ସ୍ୱୟମଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

Advertisment

ଏହି ଭିଡ଼ିଓରେ ଓଲିଉଡର ଅନେକ କଳାକାର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଭୂମିକା ଏମିତି ନାଚି ଅନ୍ୟ କଳାକାରଙ୍କୁ ସ୍ୱୟମ କଂପିଟିସନ ଦେଉଛନ୍ତି କହିଥିବା ବେଳେ ଅଭିନେତ୍ରୀ ନିହାରିକା ଇପସିତା ଭାଉଜ ଏକଦମ ପ୍ରଫେସନାଲ ଡ୍ୟାନ୍ସର ପରି ନାଚୁଛନ୍ତି ବୋଲି କହିଛନ୍ତି। ସେମିତି ଏଲିନା ଏବଂ ଶିବାନୀ ମଧ୍ୟ ସ୍ୱୟମ ସବୁବେଳେ କିଛି ହଟକେ କରନ୍ତି ଏବଂ ସେ ବଢିଆ ନାଚୁଛନ୍ତି ବୋଲି କହିଛନ୍ତି।

ଲକ ଡାଉନ ସମୟରେ ସମସ୍ତେ ଘରେ ଥିବେ, ବୋର୍‌ ହେଉଥିବେ। ତେଣୁ ସେମାନଙ୍କୁ ଟିକେ ଖୁସି କରେଇବା ପାଇଁ ସ୍ୱୟମ ଏହି ଭିଡିଓ ଶେଆର କରିଛନ୍ତି ବୋଲି କ୍ୟାପସନରେ ଲେଖିଛନ୍ତି।

https://www.instagram.com/p/B-B4ZiiJi1Y/?igshid=1amtk4h16dswe

ସୂଚନା ଅନୁଯାୟୀ, ପୂର୍ବରୁ 'ନଗଡା ସଙ୍ଗ ଢୋଲ ବାଜେ' କଭର ଗୀତରେ ସ୍ୱୟମକୁ ନାଚିବାର ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe