Advertisment

ବନ୍ଦ ହେବାକୁ ଯାଉଛି ଆପଣଙ୍କ ପସନ୍ଦର ଟିଭି ସିରିଏଲ୍‌

ମୁମ୍ବାଇ: ଟେଲିଭିଜନ୍‌ ସିରିଏଲ୍‌ ଦର୍ଶକଙ୍କ ପାଇଁ ଖରାପ ଖବର। ଆପଣ ଦେଖୁଥିବା କିଛି ଟିଭି ସିରିଏଲ୍‌ ବନ୍ଦ ହେବାକୁ ଯାଉଛି। କିଛି ଦିନ ଆଗରୁ ଦିବ୍ୟାଙ୍କା ତ୍ରୀପାଠିଙ୍କ ବହୁ ଲୋକପ୍ରିୟ ଟିଭି ସିରିଏଲ୍‌ “ୟେ ହୈ ମହୋବତେଁ” ବନ୍ଦ ହେବାକୁ ଯାଉଛି। ଏହି କଥାକୁ ସିରିଏଲ୍‌ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି। ଏବେ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟିଭି ଶୋ’ “ରୁପ୍‌- ମର୍ଦ୍ଦ କା ନେୟା ସୂରୁପ୍‌” ଏବଂ ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଥିବା ସିରିଏଲ୍‌ […]

ବନ୍ଦ ହେବାକୁ ଯାଉଛି ଆପଣଙ୍କ ପସନ୍ଦର ଟିଭି ସିରିଏଲ୍‌

q11

Advertisment

ମୁମ୍ବାଇ: ଟେଲିଭିଜନ୍‌ ସିରିଏଲ୍‌ ଦର୍ଶକଙ୍କ ପାଇଁ ଖରାପ ଖବର। ଆପଣ ଦେଖୁଥିବା କିଛି ଟିଭି ସିରିଏଲ୍‌ ବନ୍ଦ ହେବାକୁ ଯାଉଛି। କିଛି ଦିନ ଆଗରୁ ଦିବ୍ୟାଙ୍କା ତ୍ରୀପାଠିଙ୍କ ବହୁ ଲୋକପ୍ରିୟ ଟିଭି ସିରିଏଲ୍‌ “ୟେ ହୈ ମହୋବତେଁ” ବନ୍ଦ ହେବାକୁ ଯାଉଛି। ଏହି କଥାକୁ ସିରିଏଲ୍‌ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।

Advertisment

ଏବେ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟିଭି ଶୋ’ “ରୁପ୍‌- ମର୍ଦ୍ଦ କା ନେୟା ସୂରୁପ୍‌” ଏବଂ ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଥିବା ସିରିଏଲ୍‌ “ନଜର୍‌” ମଧ୍ୟ ବନ୍ଦ ହେବା ନେଇ ଚର୍ଚ୍ଚାରେ ରହିଛି।
https://www.instagram.com/p/BwCcydZFXvs/?utm_source=ig_web_copy_link

ତେବେ ପ୍ରଥମେ “ରୁପ୍‌- ମର୍ଦ୍ଦ କା ନେୟା ସୂରୁପ୍‌” ବିଷୟରେ କହିବାକୁ ଯାଉଛୁ। ଏହି ସିରିଏଲ୍‌ ୨୦୧୮ରେ ଆରମ୍ଭ ହୋଇଥିଲା। ଏକ ରିପୋର୍ଟ ଅନୁସାରେ ଏହି ସିରିଏଲ୍‌ ମେ’ ଦ୍ୱିତୀୟ ସପ୍ତାହରେ ବନ୍ଦ ହେବାକୁ ଯାଉଛି। ଏବେ କୁହାଯାଛି ଯେ, “ଇସ୍କ ସୁଭାହ ଆଲ୍ଲା” ଏବଂ “ୟେ ରିସ୍ତେ ହୈ ପ୍ୟାର୍‌ କେ” ସିରିଏଲ୍‌କୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି।
https://www.instagram.com/p/BwV4L5AlIXg/?utm_source=ig_web_copy_link

Advertisment

ବନ୍ଦ ହେବାକୁ ଥିବା ସିରିଏଲ୍‌କୁ କମ୍‌ ଟିଆର୍‌ପି ମିଳୁଥିବା ଜଣାଯାଇଛି। ତେବେ ଏହି ସିରିଏଲ୍‌ ଜାଗାରେ ଆଉ କେଉଁ ସିରିଏଲ୍‌ ପ୍ରସାରଣ କରାଯିବ ସେ ବିଷୟରେ ଏବେ ଜଣାପଡ଼ିନାହିଁ।
ଅନେପକ୍ଷରେ ଭୋଜ୍‌ପୁରୀ ଅଭିନେତ୍ରୀ ତଥା “ବିଗ୍‌ ବସ୍‌”ର ପୂର୍ବତନ ପ୍ରତିଯୋଗୀ ମୋନାଲିସାଙ୍କ ଶୋ’ “ନଜର୍‌” ମଧ୍ୟ ବନ୍ଦ  ହୋଇଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ଶୋ’ ପୂର୍ବ ବର୍ଷ ଜୁଲାଇ ମାସରେ ଆରମ୍ଭ ହୋଇଥିଲା। ଏହା ପ୍ରଥମେ ୬ ମାସ ଚାଲିବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ପରେ ଏହି ଶୋ’ର ଭଲ ଟିଆର୍‌ପି ଥିବାରୁ ଏହା ବନ୍ଦ ହୋଇନଥିଲା। ଦର୍ଶକ ମଧ୍ୟ ଏହାକୁ ପସନ୍ଦ କରୁଥିଲେ। ତେବେ ଏହା ଚଳିତ ବର୍ଷ ଜୁନ୍‌ ପର୍ଯ୍ୟନ୍ତ ଏହା ଚାଲିବ ବୋଲି କୁହାଯାଉଛି।

ଶୋ’ର ଅଭିନେତ୍ରୀ ଅସିତା ଧାୱନ୍‌(ଚୈତାଲି ରାଥୋଡ୍‌) କହିଛନ୍ତି ଯେ, “ଆମର ଏହି ଶୋ’ ବନ୍ଦ ହେବାକୁ ଯାଉଛି। କିନ୍ତୁ  ମୋତେ ଲାଗୁନାହିଁ ଯେ, ଏହି ସିରିଏଲ୍‌ ବନ୍ଦ ହେବ। କାରଣ ଆମର ଟିଆର୍‌ପି ଏବେ ଭଲ ଅଛି”। ତେବେ ଦେଖିବାର କଥା ହେଉଛି ଆଗକୁ କେଉଁ ସିରିଏଲ୍‌କୁ ଆପଣ ଦେଖିବେ ଏବଂ କେଉଁଟାକୁ ଆପଣ ଦେଖିପାରିବେ ନାହିଁ ତାହା ସମୟ ହିଁ କହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe