Advertisment

ମା’ଙ୍କ ସହ ମିଶିଥାଏ ଏହି ଅଭିନେତ୍ରୀଙ୍କ ଚେହେରା

ମୁମ୍ବାଇ: କୁହାଯାଏ, ଦୁନିଆରେ ଗୋଟେ ରୂପରେ ୭ ଜଣ ବ୍ୟକ୍ତି ଥାଆନ୍ତି। ସେମାନେ ଆପଣଙ୍କର ଆଖପାଖର ହୋଇଥାଇ ପାରନ୍ତି କିମ୍ବା ସାତ ସମୁଦ୍ର ସେପଟେ ବି ଥାଇ ପାରନ୍ତି । କିନ୍ତୁ ବଲିଉଡର ଏପରେ କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ଚେହେରା ତାଙ୍କ ମାଆଙ୍କ ସହ ପୁରାପୁରି ମିଶିଯାଇଥାଏ। ଅନେକ ସମୟରେ ଦର୍ଶକ ମଧ୍ୟ ଧୋକା ଖାଇ ଯାଆନ୍ତି। ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି କିଛି  ଅଭିନେତ୍ରୀଙ୍କ ବିଷୟରେ, ଯାହାଙ୍କ ଚେହେରା ସେମାନଙ୍କ ମାଆଙ୍କ […]

ଅଦ୍ୟତନ ହୋଇଛି
ମା’ଙ୍କ ସହ ମିଶିଥାଏ ଏହି ଅଭିନେତ୍ରୀଙ୍କ ଚେହେରା

111

Advertisment

ମୁମ୍ବାଇ: କୁହାଯାଏ, ଦୁନିଆରେ ଗୋଟେ ରୂପରେ ୭ ଜଣ ବ୍ୟକ୍ତି ଥାଆନ୍ତି। ସେମାନେ ଆପଣଙ୍କର ଆଖପାଖର ହୋଇଥାଇ ପାରନ୍ତି କିମ୍ବା ସାତ ସମୁଦ୍ର ସେପଟେ ବି ଥାଇ ପାରନ୍ତି । କିନ୍ତୁ ବଲିଉଡର ଏପରେ କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ଚେହେରା ତାଙ୍କ ମାଆଙ୍କ ସହ ପୁରାପୁରି ମିଶିଯାଇଥାଏ। ଅନେକ ସମୟରେ ଦର୍ଶକ ମଧ୍ୟ ଧୋକା ଖାଇ ଯାଆନ୍ତି। ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି କିଛି  ଅଭିନେତ୍ରୀଙ୍କ ବିଷୟରେ, ଯାହାଙ୍କ ଚେହେରା ସେମାନଙ୍କ ମାଆଙ୍କ ସହ ବହୁ ଭାବେ ମିଶି ଯାଇଥାଏ।

Advertisment

ହେମା ମାଳିନି ଓ ଇସା ଦେୱଲ୍‌

publive-image

ବଲିଉଡର ଡ୍ରିମ୍‌ ଗର୍ଲ ହେମା ମାଳିନୀ ଦୁଇ କନ୍ୟାଙ୍କ ମାଆ ଅଟନ୍ତି। ହେମା ବଳିଉଡର ଜଣେ ନାଁ କରା ଅଭିନେତ୍ରୀ। କିନ୍ତୁ ତାଙ୍କର ଦୁଇ  ଝିଅ ବଲିଉଡରେ ଏତେ ନାଁ କମେଇ ପାରିଲେ ନାହିଁ। ଇସା ଦେୱଲ୍‌ଙ୍କ ଚେହେରା ତାଙ୍କ ମାଆଙ୍କ ସହ ବହୁ ଭାବେ ମିଶିଥାଏ। ସେ  ମାଅଙ୍କ ଭଳି କ୍ଲାସିକାଲ୍‌ ଡ୍ୟାନ୍‌ସର ଭାବେ ଜଣାଶୁଣା। ସେ ମଧ୍ୟ ତାଙ୍କ ମାଆଙ୍କ ସହ ଡ୍ୟାନ୍ସ କରିବାର ନଜର ଆସିଥାନ୍ତି।

ଆଲିଆ ଭଟ୍ଟ ଓ ସୋନି ରାଜ୍‌ଦାନ୍‌

publive-image

ଆଲିଆ ଭଟ୍ଟ ବଲିଉଡର ଜଣେ ସୁନ୍ଦରୀ ଏବଂ କମ୍‌ ବୟସରେ ଅନେକ ସୁନାମ ଆଣିଥିବା ଅଭିନେତ୍ରୀ ଭାବେ ଜଣାଶୁଣା। ଆଲିଆଙ୍କ ମାଆ ସୋନି ରାଜ୍‌ଦାନ୍‌ ବିଦେଶରେ ଜନ୍ମ ଗ୍ରହଣ କହିଥିବା ଭାରତୀୟ ଅଭିନେତ୍ରୀ। ସୋନି ୧୯୮୬ରେ ମହେଶ ଭଟ୍ଟଙ୍କୁ ସହ ବିବାହ କରିଥିଲେ। ୧୯୯୩ରେ ଆଲିଆ ଭଟ୍ଟଙ୍କ ଜନ୍ମ । ୬୨ ବର୍ଷୀୟ ସୋନି ଏବଂ ଆଲିଆ ଭଟ୍ଟଙ୍କ ଚେହେରା ବିଲ୍‌କୁଲ୍‌ ଏକାଭଳି ଦେଖାଯାଏ।

Advertisment

ଟ୍ୱିଂକିଲ୍‌ ଖାନ୍ନା ଓ ଡିମ୍ପଲ୍‌ କପାଡିଆ

publive-image

ବଲିଉଡରେ ଟପ୍‌ ଅଭିନେତ୍ରୀ ଭାବେ ଡିମ୍ପଲ୍‌ କପାଡିଆଙ୍କର ଏକ ଅଲଗା ପରିଚୟ ରହିଛି। ଡିମ୍ପଲ୍‌ ୧୬ ବର୍ଷ ବୟସରେ ୩୧ ବର୍ଷୀୟ ରାଜେସ୍‌ ଖାନ୍ନାଙ୍କୁ ବିବାହ କରିଥିଲେ। ଆଉ ୧୯୭୪ରେ ସେ ଟ୍ୱିଂକିଲ୍‌ ଖାନ୍ନାଙ୍କୁ ଜନ୍ମ ଦେଇଥିଲେ। ଡିମ୍ପଲ୍‌ ତାଙ୍କ ମାଆଙ୍କ ଭଳି ଷ୍ଟାର୍‌ ହୋଇପାରି ନଥିଲେ। କିନ୍ତୁ ଡିମ୍ପଲ୍‌ ଏବଂ ଟ୍ୱିଂକିଲ୍‌ଙ୍କ ଚେହେରା ପ୍ରାୟ ମିଶିଯାଇଥାଏ।

ଶ୍ତି ହାସନ୍‌ ଓ ସାରିକା

publive-image

ସାଉଥ୍‌ ସୁପରଷ୍ଟାର କମଲ ହାସନ ସୁନ୍ଦରୀ ଅଭିନେତ୍ରୀ ସାରିକାଙ୍କୁ ବିବାହ କରିଥିଲେ। ସାରିକା ତାଙ୍କ ସମୟରେ ଜଣେ ଆଗଧାଡ଼ିର ଅଭିନେତ୍ରୀ ଥିଲେ। ସେ ୧୯୮୬ରେ ଶ୍ରୁତିଙ୍କୁ ଜନ୍ମ ଦେଇଥିଲେ। ଆପଣ ଶ୍ରୁତି ଏବଂ ତାଙ୍କ ମା’ଙ୍କୁ ଦେଖିଲେ ଜାଣି ପାରିବେ ଦୁହିଁଙ୍କ ଚେହେରା କେତେ ସାମଞ୍ଜସ୍ୟ ରହିଛି ।

ସୋହା ଅଲ୍ଲୀ ଖାନ୍‌ ଓ ଶର୍ମିଲା ଟାଗୋର୍‌

publive-image

ସମୟ ଥିଲା, ଶର୍ମିଲା ଟାଗୋର୍‌ ବହୁତ ସୁନ୍ଦରୀ ଓ ଆଗଧାଡ଼ିର ଅଭିନେତ୍ରୀ ଥିଲେ। ଶର୍ମିଲା ଟାଗୋର୍‌ କ୍ରିକେଟର୍‌ ମନ୍‌ସୁର୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ। ୧୯୭୮ରେ ସୋହା ଅଲ୍ଲୀଙ୍କ ଜନ୍ମ । ଶର୍ମିଲା ଟାଗୋର୍‌ ଓ ସୋହା ଅଲ୍ଲୀ ଖାନ୍‌ଙ୍କ ଚେହେରାରେ କୌଣସି ବି ଅନ୍ତର ନଜର ଆସେ ନାହିଁ।

କରିସ୍ମା ଓ ବବିତା କପୁର

publive-image

୯୦ ଦଶକର ଟପ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କ ମାଆ ବବିତା କପୁର ତାଙ୍କ ସମୟରେ ଏକ ଜଣାସୁଣା ଏବଂ ଅନେକ ସୁନାମ ଆଣିଥିବା ଅଭିନେତ୍ରୀ ତାଲିକାରେ ଥିଲେ। ବବିତା କପୁର ଏବଂ ରଣଧିର୍‌ କପୁରଙ୍କ ଝିଅ କରିସ୍ମା କପୁର ୧୯୭୪ରେ ଜନ୍ମ ହୋଇଥିଲେ। ଦୁହିଁଙ୍କ ଚେହେରା ପ୍ରାୟ ମିଶିଯାଇଥାଏ।

ସାରା ଅଲ୍ଲୀ ଖାନ୍‌ ଏବଂ ଅମ୍ରିତା ସିଂ

publive-image

କିଛି ଦିନ ପୂର୍ବରୁ ଯେତେବେଳେ ସାରା ଅଲ୍ଲୀ ଖାନ୍‌ ଫିଲ୍ମ ‘କେଦାରନାଥ’ରୁ ବଲିଉଡରେ ଏଣ୍ଟ୍ରି  କରିଥିଲେ ସେତେବେଳେ ଏପରି ଲାଗିଥିଲା ଯେ, ପରଦାରେ ନିଜେ ଅମ୍ରିତା ଅଭିନୟ କରୁଛନ୍ତି। ବଲିଉଡର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ଅମ୍ରିତା ସିଂ ସେଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବବାହ କରିଥିଲେ। ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା।  ସାରା ଅଲ୍ଲୀ ଖାନ୍‌ଙ୍କ ଜନ୍ମ ୧୯୯୩ରେ । ସାରା ବିଲ୍‌କୁଲ୍‌ ତାଙ୍କ ମାଙ୍କ ମାଆଙ୍କ ଭଳି ଲାଗନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe