Advertisment

କରୋନା ନେଲାଣି ଏହିସବୁ ସେଲେବ୍ରିଟିଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାରା ବିଶ୍ୱରେ କରୋନା ଭାଇରସ୍ ବିରୋଧରେ ଲଢ଼େଇ ଜାରି ରହିଛି। ଏହି ମହାମାରୀ ଏଯାବତ ୩୫ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା ବେଳେ ୭ ଲକ୍ଷରୁ ଅଧିକ ଏଥିରେ ଆକ୍ରାନ୍ତ ଅଛନ୍ତି। ମୃତକଙ୍କ ଭିତରେ କିଛି ସେଲେବ୍ରିଟିଙ୍କ ମଧ୍ୟ ରହିଛନ୍ତି। ଇଟାଲୀର ପ୍ରସିଦ୍ଧ ଅଭିନେତ୍ରୀ ଲୁସିଆ ବୋସ୍ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କୁ ନିମୋନିଆ ହୋଇଥିଲା ଏବଂ ମାର୍ଚ୍ଚ ୨୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। […]

କରୋନା ନେଲାଣି ଏହିସବୁ ସେଲେବ୍ରିଟିଙ୍କ ଜୀବନ

corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାରା ବିଶ୍ୱରେ କରୋନା ଭାଇରସ୍ ବିରୋଧରେ ଲଢ଼େଇ ଜାରି ରହିଛି। ଏହି ମହାମାରୀ ଏଯାବତ ୩୫ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା ବେଳେ ୭ ଲକ୍ଷରୁ ଅଧିକ ଏଥିରେ ଆକ୍ରାନ୍ତ ଅଛନ୍ତି। ମୃତକଙ୍କ ଭିତରେ କିଛି ସେଲେବ୍ରିଟିଙ୍କ ମଧ୍ୟ ରହିଛନ୍ତି।

Advertisment

publive-imageଇଟାଲୀର ପ୍ରସିଦ୍ଧ ଅଭିନେତ୍ରୀ ଲୁସିଆ ବୋସ୍ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କୁ ନିମୋନିଆ ହୋଇଥିଲା ଏବଂ ମାର୍ଚ୍ଚ ୨୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ମାଇକେଲ୍ ଏଞ୍ଜେଲୋ ଏଣ୍ଟୋନିୟୋନୀଙ୍କ ଫିଲ୍ମ ‘ଷ୍ଟୋରୀ ଅଫ୍ ଲଭ୍ ଆଫେୟାର‘ (1950)ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।

publive-imageଆମେରିକାର ରିଆଲିଟି ଶୋ’ ‘ଟପ୍ ସେଫ୍ ମାଷ୍ଟର୍ସ ସିଜନ୍ ୩’ ର ବିଜେତା ତଥା ଭାରତର ଗୌରବ ସେଫ୍ ଫ୍ଲଏଡ୍ କାର୍ଡୋଜ କରୋନା ଭାଇରସ୍‌ର ଶିକାର ହୋଇ ୫୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା  ବିଗିଡ଼ିଯାଇଥିଲା। ମାର୍ଚ୍ଚ ୨୫ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Advertisment

publive-imageପ୍ରଖ୍ୟାତ ସଙ୍ଗୀତକାର ତଥା ଗୀତିକାର ମନୁ ଡିବାଙ୍ଗୋ କରୋନା ଭାଇରସ୍‌ର ଶିକର ହୋଇଥିଲେ ଓ ମାର୍ଚ୍ଚ ୨୪ ତାରିଖରେ ତାଙ୍କ ପରଲୋକ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

publive-imageନେଟଫ୍ଲିକ୍ସର ଫିଲ୍ମ 'ୟୁ'ରେ ଅଭିନୟ କରିଥିବା ଅଭିନେତା ମାର୍କ ବ୍ଲମଙ୍କର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ମାର୍ଚ୍ଚ ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

publive-imageଗ୍ରାମୀ ପୁରସ୍କାର ବିଜେତା ଗାୟକ ଜୋ ଡିଫିଙ୍କର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଡିଫିଙ୍କ ଫେସବୁକ୍ ପେଜରେ ଏ ନେଇ ଘୋଷଣା କରାଯାଇଥିଲା। ଏହି ପୋଷ୍ଟରେ ଲେଖାହୋଇଥିଲା ଯେ କରୋନା ସଂକ୍ରମିତ ହୋଇ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଡିଫି ଯେଉଁଦିନ ଘୋଷଣା କରିଥିଲେ ଯେ ସେ କୋଭିଡ୍‌-୧୯ ରୋଗରେ ପୀଡ଼ିତ ହୋଇଛନ୍ତି ଓ ଚିକିତ୍ସିତ ହେଉଛନ୍ତି, ତା’ର ଠିକ୍ ଦୁଇଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe