Advertisment

ବିରୁଷ୍କାଙ୍କୁ ଚିହ୍ନି ପାରିଲେନି ଏହି ପରିବାର, ଏମିତି କଲେ ଆଦର

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ସେ ୩୧ ବର୍ଷରେ ପାଦ ଥାପିଛନ୍ତି। ଜନ୍ମଦିନ ପାଳନ କରିବା ପାଇଁ ତଥା ଛୁଟି କାଟିବା ପାଇଁ ଏବେ ସେ ଭୁଟାନ୍‌ରେ ଅଛନ୍ତି। ତେବେ ସେ ଏକା ନାହାନ୍ତି।  ପତ୍ନୀ ଅନୁଷ୍କା ବି ତାଙ୍କ ସହିତ ଅଛନ୍ତି। ଭୁଟାନରେ ବୁଲାବୁଲି କରୁଥିବା ସମୟର ଏକ ସୁନ୍ଦର ଘଟଣାକୁ ନେଇ ଅନୁଷ୍କା ଏକ ଟ୍ୱିଟ୍‌ କରିଛନ୍ତି। ଗତକାଲି ଅନୁଷ୍କା ଶର୍ମା ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି […]

author-image
Biswobandita Swain
ବିରୁଷ୍କାଙ୍କୁ ଚିହ୍ନି ପାରିଲେନି ଏହି ପରିବାର, ଏମିତି କଲେ ଆଦର

v

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ସେ ୩୧ ବର୍ଷରେ ପାଦ ଥାପିଛନ୍ତି। ଜନ୍ମଦିନ ପାଳନ କରିବା ପାଇଁ ତଥା ଛୁଟି କାଟିବା ପାଇଁ ଏବେ ସେ ଭୁଟାନ୍‌ରେ ଅଛନ୍ତି। ତେବେ ସେ ଏକା ନାହାନ୍ତି।  ପତ୍ନୀ ଅନୁଷ୍କା ବି ତାଙ୍କ ସହିତ ଅଛନ୍ତି। ଭୁଟାନରେ ବୁଲାବୁଲି କରୁଥିବା ସମୟର ଏକ ସୁନ୍ଦର ଘଟଣାକୁ ନେଇ ଅନୁଷ୍କା ଏକ ଟ୍ୱିଟ୍‌ କରିଛନ୍ତି।

Advertisment

ଗତକାଲି ଅନୁଷ୍କା ଶର୍ମା ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ଶେଆର କରିଥିଲେ। ଏହି ଫଟୋରେ ବିରାଟ ଓ ଅନୁଷ୍କା ଭୁଟାନ୍‌ର ବିଭିନ୍ନ ସ୍ଥାନ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏଥିସହ ସେମାନେ ଗୋଟିଏ ପରିବାର ସହ ମଧ୍ୟ ଫଟୋ ଉଠାଇଥିଲେ। ଏହି ପରିବାର ସଂପର୍କରେ ଅନୁଷ୍କା ଲେଖିଥିଲେ- ଆଜି ଆମେ ଅପ୍‌ହିଲ୍‌ ଟ୍ରାକିଂ କରୁଥିବା ସମୟରେ ଗୋଟେ ଛୋଟ ଗାଁରେ ଅଟକି ଥିଲୁ ଓ ସେଠାରେ ଗୋଟେ ୪ମାସର ବାଛୁରୀକୁ ଆମେ ଖାଦ୍ୟ ଖାଇବାକୁ ଦେଇଥିଲୁ। ଏହି ଗାଁର ଏକ ପରିବାର ଆମକୁ କ୍ଲାନ୍ତ ଦେଖି ଚା’ ପାଇଁ ପଚାରିଥିଲେ। ଆଉ ସେହି ପରିବାରକୁ ଆମର ପ୍ରକୃତ ପରିଚୟ ଜଣା ନଥିଲା।

https://twitter.com/AnushkaSharma/status/1191405823957667840

ଅନୁଷ୍କା ଆହୁରି ଲେଖିଥିଲେ, “ବିରାଟ ଓ ମୁଁ ଏମିତି ନିଃସ୍ୱାର୍ଥପର ଭଲ ପାଇବା ପସନ୍ଦ କରୁ। ଏହି ପରିବାର ଆମଠୁ କିଛି ପାଇବାର ଆଶା ନରଖି ଆମ ପ୍ରତି ଭଲ ପାଇବା ଦେଖାଇଥିଲେ। ବିରାଟ ଓ ମୁଁ ଉକ୍ତ ପରିବାର ଲୋକଙ୍କ ସହ ମିଶି ୨କପ୍‌ ଚା’ର ମଜା ନେଇଥିଲୁ।”

Advertisment