Advertisment

ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଏହିସବୁ ସିରିଏଲ୍

ମୁମ୍ବାଇ: ମହାମାରୀ କରୋନା ଭାଇରସ୍ ପାଇଁ ଦେଶକୁ ପାଖାପାଖି ୩ ମାସ ପାଇଁ ଲକ୍‌ଡାଉନ୍ କରିଦିଆଯାଇଥିଲା। ଏହି କାରଣରୁ ଦେଶର ଅନ୍ୟ ଶିଳ୍ପ ପରି ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରି ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ ଥିଲା। ହେଲେ ବର୍ତ୍ତମାନ ଅନଲକ୍ ହେବା ପରେ ପୁଣିଥରେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। କିଛିଦିନ ହେବ ଅନେକ ଟିଭି ଶୋ’ର ଶୁଟିଂ ଆରମ୍ଭ ହୋଇଯାଇଛି। ତେବେ ଖୁବ୍‌ଶୀଘ୍ର  ଦର୍ଶକମାନେ ପୁଣି ଥରେ ନିଜର […]

ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଏହିସବୁ ସିରିଏଲ୍

prerna

Advertisment

ମୁମ୍ବାଇ: ମହାମାରୀ କରୋନା ଭାଇରସ୍ ପାଇଁ ଦେଶକୁ ପାଖାପାଖି ୩ ମାସ ପାଇଁ ଲକ୍‌ଡାଉନ୍ କରିଦିଆଯାଇଥିଲା। ଏହି କାରଣରୁ ଦେଶର ଅନ୍ୟ ଶିଳ୍ପ ପରି ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରି ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ ଥିଲା। ହେଲେ ବର୍ତ୍ତମାନ ଅନଲକ୍ ହେବା ପରେ ପୁଣିଥରେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। କିଛିଦିନ ହେବ ଅନେକ ଟିଭି ଶୋ’ର ଶୁଟିଂ ଆରମ୍ଭ ହୋଇଯାଇଛି। ତେବେ ଖୁବ୍‌ଶୀଘ୍ର  ଦର୍ଶକମାନେ ପୁଣି ଥରେ ନିଜର ପ୍ରିୟ ଶୋ’ ଦେଖିପାରିବେ। ସୂଚନା ମୁତାବ ଜୁଲାଇ ୧୩ରୁ ଷ୍ଟାରପ୍ଲସ୍‌ର ଅନେକ ଶୋ’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ତେବେ ଚାଲନ୍ତୁ ଜାଣିବା ଏହି ଶୋ’ଗୁଡ଼ିକ ବିଷୟରେ।

Advertisment

https://www.instagram.com/p/CCEUjl3oCIC/?utm_source=ig_web_copy_link

ଟିଭିର ଲୋକପ୍ରିୟ ଶୋ 'ୟେ ରିସ୍ତା କୟା କେହଲତା ହୈ 'ର ଶୁଟିଂ ଆରମ୍ଭ ହୋଇଯାଛି। ନିକଟରେ ଏହାର ନୂଆ ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି। ନୂଆ ପ୍ରୋମୋରେ ନାଇରାଙ୍କର ଡବଲ୍ ରୋଲ୍ ଦେଖିବାକୁ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ ଶୋ’ର କାହାଣିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଦର୍ଶକ ଏହାର ନୂଆ ଏପିସୋଡ୍ ଜୁଲାଇ ୧୩ରୁ ରାତି ୯.୩୦ରେ ଦେଖିପାରିବେ।

https://www.instagram.com/p/CCGbW8pouAz/?utm_source=ig_web_copy_link

ଏକତା କପୁରଙ୍କ ପ୍ରସିଦ୍ଧ ଶୋ ‘କସୌଟି ଜିନ୍ଦେଗି କି 2’ ମଧ୍ୟ ଖୁବ୍ ଶୀଘ୍ର ଦର୍ଶକଙ୍କ ପାଖକୁ ଫେରିଆସୁଛି। ଏତେଦିନର ବ୍ରେକ୍ ପରେ ଏହି ଶୋ’ ଏକ ନୂଆ ଟ୍ୱିଷ୍ଟ ସହ ପରଦାକୁ ଫେରୁଛି। ଏହି ସିରିଏଲରେ ପୁଣି ଏକ ନୂଆ ମୋଡ଼ ଆସିବ ଯେଉଁଥିରେ କିଛି ନୂଆ ଷ୍ଟାର୍ କାଷ୍ଟ୍ ମଧ୍ୟ ଦେଖିବାକୁ ମିଳିବ। ପ୍ରେରଣା ଓ ଅନୁରାଗଙ୍କ ପ୍ରେମ କାହାଣୀ ଏବେ କେଉଁ ମୋଡ଼ ନେଉଛି ତାହା ଆପଣ ଜୁଲାଇ ୧୩ରୁ ସନ୍ଧ୍ୟା ୮ଟାରେ ଦେଖିପାରିବେ।

Advertisment

https://www.instagram.com/p/CCNPFTZiR7R/?utm_source=ig_web_copy_link

ଷ୍ଟାର୍ ପ୍ଲସ୍ ଶୋ 'ୟେ ରିସ୍ତା କ୍ୟା କେହଲାତା ହୈ’ର ସ୍ପିନ୍ଅଫ୍ ଶୋ’ ‘ୟେ ରିସ୍ତେ ହୈ ପ୍ୟାର୍ କେ' ମଧ୍ୟ ୧୩ ଜୁଲାଇରୁ ନୂଆ ଏପିସୋଡ୍ ସହିତ ଆରମ୍ଭ ହେବାକୁ ଯାଉଛି। ଏଥର ଦର୍ଶକ ହିରୋ ଅବୀରର ଏକ ନୂଆ ରୂପ ଦେଖିବାକୁ ପାଇବେ। ସେ ନିଜ ପରିବାର ଓ ପତ୍ନିଙ୍କର ଢ଼ାଲ ହୋଇ ଶତ୍ରୁଙ୍କ ସାମ୍ନା କରିବେ। ଆପଣ ଏହି ଶୋକୁ ରାତି ୯ଟାରେ ଦେଖିପାରିବେ।

https://www.instagram.com/p/CCOJiHKIXEl/?utm_source=ig_web_copy_link

ଲୋକପ୍ରିୟ ଶୋ’ ‘ୟେ ହୈ ମହାବତୈଁ’ର ସ୍ପିନ୍‌ଅଫ୍ ଶୋ’ ‘ୟେ ହୈ ଚାହତେ’ ମଧ୍ୟ୧୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଏଲର ଏକ ନୂଆ ପ୍ରୋମୋ ମଧ୍ୟ ପ୍ରକାଶ ପାଇଛି।  ଏଥିରେ ରୁଦ୍ରାଶ୍ ନିଜର ବେଫିକ୍ରି ଅନ୍ଦାଜକୁ ଭୁଲି ତାଙ୍କ ଦାୟିତ୍ୱ ଏବଂ ସାରାଂଶ ସହ ସମ୍ପର୍କକୁ ଅନୁଭବ କରୁଛନ୍ତି। ସେ ସାରାଂଶଙ୍କ ଦାୟିତ୍ୱ ନେବା ସହ ତାଙ୍କୁ ନିଜଠୁ କେବେ ଅଲଗା ହେବାକୁ ଦେବେନାହିଁ ବୋଲି ମଧ୍ୟ କହୁଛନ୍ତି। ଆସନ୍ତା ୧୩ରୁ ରାତି ୧୦.୩୦ରେଆପଣ ଏହି ଶୋ’ ଦେଖିପାରିବେ।

https://www.instagram.com/p/CCN4TPxDgUc/?utm_source=ig_web_copy_link

‘ଅନୁପମା’। ଏହି ଶୋ’ଟି ମାର୍ଚ୍ଚରୁ ଆରମ୍ଭ ହେବାର ଥିଲା। ହେଲେ ଶୁଟିଂ ବନ୍ଦ ହୋଇଯିବାରୁ ଏହା ଆରମ୍ଭ ହୋଇପାରିନଥିଲା। ତେବେ ଶୋ’ ଆରମ୍ଭ ପୁର୍ବରୁ ଏହାର ଅନେକ ଗୁଡ଼ିଏ ପ୍ରୋମୋ ସାମ୍ନାକୁ ଆସିସାରିଲାଣି। ଏହି ଶୋ’ରେ ଆପଣ ଜଣେ ହାଉସ୍ ୱାଇଫ୍‌ ଅନୁପମାଙ୍କ ଭେଟିବେ, ଯିଏ ସମସ୍ତଙ୍କ ଖୁସିର ଯତ୍ନ ନିଅନ୍ତି, କିନ୍ତୁ ତାଙ୍କ ହୃଦୟର ଅବସ୍ଥା କେହି ବି ବୁଝନ୍ତି ନାହିଁ। ଏହି ଶୋ’ ଆପଣ ଆସନ୍ତା ୧୩ରୁ ରାତି ୧୦ଟାରେ ଷ୍ଟାରପ୍ଲସ୍‌ରେ ଦେଖିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe